ଭୋଡାଫୋନ୍-ଆଇଡିଆ ଲଞ୍ଚ୍ କଲା ନୂଆ ପ୍ଲାନ୍, ଓଟିଟି ସବସ୍କ୍ରିପ୍ସନ ସହିତ ମିଳିବ ୧୫୦ ଜିବି ଡାଟା

ନୂଆଦିଲ୍ଲୀ ୩/୧୨: ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ ଗ୍ରାହକଙ୍କ ପାଇଁ ନୂଆ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନର ଦାମ୍ ୧୩୪୮ ଟଙ୍କା ରଖାଯାଇଛି । କମ୍ପାନୀ ଏହାର ନାଁ ରେଡଏକ୍ସ ଫ୍ୟାମିଲ ପୋଷ୍ଟପେଡ୍ ପ୍ଲାନ୍ ରଖିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ ଓ ଅନେକ ପପୁଲାର ଓଟିଟି ଆପ୍ସର ଫ୍ରି ସବସ୍କ୍ରିପ୍ସନ ମିଳୁଛି ।

ବେନିଫିଟ୍
ଏହି ପ୍ଲାନର  ନିୟମ ଓ ସର୍ତ୍ତ ଅନୁସାରେ କୌଣସି ସୂଚନା ଦିଆଯାଇନି । ଏହି ପ୍ଲାନରେ କମ୍ପାନୀ ପ୍ରାଇମେରୀ କନେକ୍ସନକୁ ୧୫୦ ଜିବିର କ୍ୟାପିଂ ସହିତ ଅନଲିମିଟେଡ୍ ଡାଟା ଅଫର୍ କରୁଛି । ୧୦୦ ଫ୍ରି ଏସଏମଏସ ସହିତ କୌଣସି ବି ନେଟୱର୍କ ପାଇଁ ଅନଲିମିଟେଡ୍ ଭଏସ୍ କଲିଂର ସୁବିଧା ମଧ୍ୟ ଦେଉଛି କମ୍ପାନୀ ।

ଓଟିଟି ପ୍ଲାଟଫର୍ମ ସବସ୍କ୍ରିପ୍ସନ ଫ୍ରି
ଏହି ପ୍ଲାନରେ ୫୯୯୮ ଟଙ୍କା ଦାମର ନେଟଫ୍ଲିକ୍ସ ସବସ୍କ୍ରିପ୍ସନ, ବର୍ଷେ ପାଇଁ ଆମାଜନ ପ୍ରାଇମର ସବସ୍କ୍ରିପ୍ସନ, ୯୯୯ ଟଙ୍କା ଦାମର ଆସୁଥିବା ଜି୫ ପ୍ରିମିୟମ୍ ଓ Vi Movies & TV ଆପର ଫ୍ରି ସବସ୍କ୍ରିପ୍ସନ ଦିଆଯାଉଛି ।

ସେକେଣ୍ଡାରୀ କନେକ୍ସନ ପାଇଁ ୨୪୯ ଟଙ୍କା
ଏହି ପ୍ଲାନରେ କମ୍ପାନୀ ଫ୍ରି-ଆଡ୍ ଅନ୍ କନେକ୍ସ ଦେଉନି । ଏହି ପ୍ଲାନ ଅନୁସାରେ ୟୁଜର ସର୍ବାଧିକ ୪ ସେକେଣ୍ଡାରୀ କନେକ୍ସନ ଆଡ୍ କରିପାରିବେ । ସେକେଣ୍ଡାରୀ କନେକ୍ସନ ପାଇଁ ଗ୍ରାହକଙ୍କୁ ପ୍ରତି ମାସରେ ୨୪୯ ଟଙ୍କା ଦେବାକୁ ହେବ । ସେକେଣ୍ଡାରୀ କନେକ୍ସନରେ କମ୍ପାନୀ ୫୦ ଜିବି ପର୍ଯ୍ୟନ୍ତ ରୋଲଓଭର ସହିତ ୩୦ ଜିବି ଡାଟା ଦେଉଛି । ସେକେଣ୍ଡାରୀ କନେକ୍ସରେ କମ୍ପାନୀ ଅନଲିମିଟେଡ୍ କଲିଂ ସହିତ ୧୦୦ ଫ୍ରି ଏସଏମଏସ ଦେଉଛି ।

ବର୍ଷରେ ୪ ଥର ଏୟାରପୋର୍ଟ ଲାଉଞ୍ଜର ଫ୍ରି ଆକ୍ସେସ
ରେଡଏକ୍ସ ଫ୍ୟାମିଲି ପୋଷ୍ଟପେଡ୍ ପ୍ଲାନର ୟୁଜର୍ସଙ୍କୁ ବର୍ଷକରେ ୪ ଥର ଅନ୍ତର୍ଜାତୀୟ ଓ ଡୋମେଷ୍ଟିକ୍ ଏୟାରପୋର୍ଟ ଲାଉଞ୍ଜର ଫ୍ରି ଆକ୍ସେସ ମିଳିବ । କହିରଖୁଛୁ ଓଟିଟି ଓ ଏୟାରପୋର୍ଟ ଲାଉଞ୍ଜ ଫ୍ୟାସିଲିଟି ପ୍ଲାନର ପ୍ରାଇମେରୀ କନେକ୍ସ ପାଇଁ ଉପଲବ୍ଧ ।