ଏହି ପ୍ରିପେଡ୍ ପ୍ଲାନକୁ ଅପଡେଟ୍ କଲା ଭୋଡାଫୋନ୍, ଏଣିକି ପ୍ରତିଦିନ ମିଳୁଛି ୧.୬ ଜିବି ଡାଟା

ନୁଆଦିଲ୍ଲୀ ୧୩/୯: ଭୋଡାଫୋନ୍ ପୁଣି ଥରେ ନିଜ ଗ୍ରାହକଙ୍କ ପାଇଁ ବଡ ଉପହାର ଆଣିଛି । ନିଜର ଏକ ପ୍ରିପେଡ୍ ପ୍ଲାନରେ ପୂର୍ବ ଅପେକ୍ଷା ଅଧିକ ଡାଟା ଦେବା ପାଇଁ ଘୋଷଣା କରିଛି କମ୍ପାନୀ । ଭୋଡାଫୋନ୍ ପାଖରେ ଏବେ ୧୯ ଟଙ୍କାଠୁ ଆରମ୍ଭ କରି ୧୯୯୯ ଟଙ୍କା ପର୍ଯ୍ଯନ୍ତ ପ୍ଲାନ୍ ରହିଛି ଯେଉଁଥିରେ ୨୮ ଦିନର ବୈଧତାଠୁ ଆରମ୍ଭ କରି ୩୬୫ ଦିନର ବୈଧତା ମିଳୁଛି । ନୂଆ ଅପଡେଟ୍ ପରେ ଭୋଡାଫୋନ୍ ନିଜର ୨୦୯ ଟଙ୍କିଆ ପ୍ଲାନରେ ୧.୬ ଜିବି ଡାଟା ପ୍ରତିଦିନ ଦେଉଛି । ଭୋଡାଫୋନର ଏହି ପ୍ଲାନର ବୈଧତା ୨୮ ଦିନ। ଏହା ବ୍ୟତୀତ ଏଥିରେ ସବୁ ନେଟୱର୍କକୁ ଅନଲିମିଟେଡ୍ କଲିଂ ସୁବିଧା ସହିତ ୧୦୦ ଏସଏମଏସ୍ ମିଳିବ ।

କହିରଖୁଛୁ ଭୋଡାଫୋନ୍ ନିକଟରେ ୫୯ ଟଙ୍କିଆ ପ୍ଲାନ ବଜାରକୁ ଆଣିଥିଲା । ଭୋଡାଫୋନର ୫୯ ଟଙ୍କିଆ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା ମିଳିବ ଏବଂ ଏହାର ବୈଧତା ୭ ଦିନ ହେବ ।

ଗ୍ରାହକଙ୍କୁ ସମୁଦାୟ ୭ ଜିବି ଡାଟା ଉପଲବ୍ଧ କରାଯିବ । କିନ୍ତୁ ଏହି ପ୍ଲାନରେ ଅନଲିମିଟେଡ୍ କଲ୍ ଓ ଏସଏମଏସର ସୁବିଧା ମିଳିବନି । ଏହା ପୂର୍ବରୁ ଭୋଡାଫୋନ୍ ନିଜ ଗ୍ରାହକଙ୍କ ପାଇଁ ଫିଲ୍ମି ପ୍ଲାନ୍ ଆଣିଥିଲା । ଏହି ପ୍ଲାନର ମୂଲ୍ୟ ୧୬ ଟଙ୍କା ଏବଂ ଏଥିରେ କେବଳ ଗୋଟିଏ ଦିନ ପାଇଁ ୧ ଜିବି ଡାଟା ଦିଆଯାଉଛି ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ସକାଳୁ ଉଠି ଖାଆନ୍ତୁ ଏହି ସବୁ ଖାଦ୍ୟ

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ