PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସ୍ୱରରୁ ହେବ କରୋନା ଟେଷ୍ଟ, ୩୦ ମିନିଟ୍‌ରେ ମିଳିବ ରିପୋର୍ଟ

ମୁମ୍ବାଇ ୧୦/୦୮: କରୋନା ନିୟନ୍ତ୍ରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଟେଷ୍ଟିଂ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି । ଏହି କ୍ରମରେ ମୁମ୍ବାଇରେ ବ୍ୟକ୍ତିର ସ୍ୱରକୁ ବ୍ୟବହାର କରି କରୋନା ପରୀକ୍ଷଣ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ସପ୍ତାହରେ ମୁମ୍ବାଇର ଗୋରେଗାଓଁ ସ୍ଥିତ ନେସ୍କୋ କୋଭିଡ ସେଣ୍ଟରରେ ୧୦୦୦ ଜଣ ବ୍ୟକ୍ତିଙ୍କ ସ୍ୱରକୁ ବ୍ୟବହାର କରି କରୋନା ପରୀକ୍ଷଣ କରାଯିବ ବୋଲି ବିଏମ୍‌ସିର ଅତିରିକ୍ତ କମିଶନର ସୁରେଶ କାକାନୀ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଉଭୟ କରୋନା ସନ୍ଦିଗ୍ଧ ଏବଂ କରୋନା ସଂକ୍ରମିତ ବ୍ୟକ୍ତି ସାମିଲ ରହିବେ ।

ସ୍ୱର ଟେଷ୍ଟରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଲେ ଏହା ସୁନିଶ୍ଚିତ କରିବା ନିମନ୍ତେ ତାଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବ । ସ୍ୱର ଟେଷ୍ଟରେ ମାତ୍ର ୩୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡିବ । ଏବେ ମୁମ୍ବାଇରେ ଆର୍‌ଟି-ପିସିଆର୍‌ ବ୍ୟତୀତ ଆଣ୍ଟିଜେନ୍‌ ଟେଷ୍ଟ ଦ୍ୱାରା ମଧ୍ୟ ରୋଗୀ ଚିହ୍ନଟ ହେଉଛନ୍ତି । ନେସ୍କୋ କୋଭିଡ ସେଣ୍ଟରରେ ଯଦି ଏହା ସକରାତ୍ମକ ଫଳାଫଳ ଦିଏ ତେବେ ମୁମ୍ବାଇର ଅନ୍ୟ ସ୍ଥାନରେ ମଧ୍ୟ ଏହି ଟେଷ୍ଟ ଆରମ୍ଭ କରାଯିବ ବୋଲି କାକାନୀ ପ୍ରକାଶ କରିଛନ୍ତି ।

ଇସ୍ରାଏଲ, ଫ୍ରାନ୍ସ, ଇଟାଲୀ ସମେତ କେତେକ ୟୁରୋପୀୟ ଦେଶରେ ଏହି କୌଶଳ ବ୍ୟବହାର କରି କରୋନା ପରୀକ୍ଷା ହେଉଛି । ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ଅତିକମ୍‌ରେ ୨୪ ଘଣ୍ଟା ସମୟ ଲାଗୁଥିବା ବେଳେ ଏହା ମାତ୍ର ୩୦ ମିନିଟରେ ଶେଷ ହୋଇ ପାରୁଥିବାରୁ ଏହା ରୋଗୀ ଚିହ୍ନଟରେ ବେଶ୍‌ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ସୂଚନା ମୁତାବକ, ସ୍ୱର ତରଙ୍ଗକୁ ଏହି ଟେଷ୍ଟର ମୁଖ୍ୟ ଉପାଦାନ ଭାବେ ଗ୍ରହଣ କରାଯିବ । ଜଣେ କରୋନା ସଂକ୍ରମିତ ହେଲେ ଫୁସଫୁସର ମାଂସପେଶୀ ପ୍ରଭାବିତ ହୋଇଥାଏ । ଫଳରେ ବ୍ୟକ୍ତିର ସ୍ୱର ବଦଳି ଯାଇଥାଏ । ଏଣୁ ଉକ୍ତ ପରିବର୍ତ୍ତିତ ସ୍ୱରରେ ହିଁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଚିହ୍ନଟ କରାଯିବ ବୋଲି ଜଣାପଡିଛି ।