PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଭୋଟ୍‌ବ୍ୟାଙ୍କ: ସାଲିଆ ସାହି ବସ୍ତି ବାସିନ୍ଦାଙ୍କୁ ଗୋଲାପି ସ୍ୱପ୍ନ ଦେଖାଇ ଭୋଟ ଭିଡ଼ନ୍ତି, ଆଉ ପରେ…

ଭୋଟ ଋତୁ ଆସିଲେ ମାଳ ମାଳ ନେତା ଛୁଟି ଆସନ୍ତି । ପ୍ରତିଶ୍ରୁତିରେ ପୋତି ଦିଅନ୍ତି । ଗୋଲାପି ସ୍ୱପ୍ନ ଦେଖାଇ ଭୋଟ ଭିଡ଼ନ୍ତି । ମାତ୍ର ଭୋଟ ପରେ ଦିନ ଗଡ଼ି ଚାଲେ । ମୌଳିକ ସମସ୍ୟା କଲବଲ କରେ । ଭୋଟ ବେଳେ “କିଙ୍ଗ ମେକର’ ବସ୍ତି ଭୋଟର ନିଜ ଅଞ୍ଚଳର ସମସ୍ୟା ନେଇ ନେହୁରା ହେଲେ ବି ସମାଧାନର ବାଟ ଫିଟେନି । ସମସ୍ୟାର ବୁଢ଼ିଆଣୀ ଜାଲରେ ଛଟପଟ ହୁଅନ୍ତି ।

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଉତ୍ତର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବସ୍ତି । କିଏ ଜିତିବ କିଏ ହାରିବ, ତାହା ନିର୍ଭର କରେ ବସ୍ତି ଭୋଟ୍‌ ଉପରେ । ବସ୍ତି ଭୋଟ୍‌ ଯୁଆଡ଼କୁ ଢଳିବ, ଜିତାପଟ ଦେବ । ଗତ ଦୁଇଟି ଯାକ ନିର୍ବାଚନ ଭଳି ଏଥର ମଧ୍ୟ ସବୁ ପ୍ରାର୍ଥୀ ଧାଇଁଛନ୍ତି ବସ୍ତିକୁ ।
ଉତ୍ତର ନିର୍ବାଚନମଣ୍ଡଳୀରେ ରହିଛି ୨୫ଟି ୱାର୍ଡ, ୫ଟି ପଞ୍ଚାୟତ ଓ ୨୦୦ରୁ ଅଧିକ ବସ୍ତି । ଚଳିତବର୍ଷ ଜାନୁଆରୀ ୨୧ ସୁଦ୍ଧା ଉତ୍ତର ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୮୮ ହଜାର ୭୯୩ । ଏଥିମଧ୍ୟରେ ବସ୍ତି ଭୋଟ୍‌ ପାଖାପାଖି ୧ ଲକ୍ଷ ୮୦ ହଜାର ହେବ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ବସ୍ତି ଭୋଟ୍‌ ହିଁ ନିର୍ଣ୍ଣାୟକ ହେବ ।
ପ୍ରାୟ ଅଧିକାଂଶ ୱାର୍ଡରେ ଛୋଟବଡ଼ ବସ୍ତି ଗଢ଼ି ଉଠିଛି । ସବୁଠୁ ବଡ଼ ବସ୍ତି ସାଲିଆ ସାହି । ତେବେ ସାଲିଆ ସାହି ଭିତରେ ଛୋଟ ବଡ଼ କରି ୫୨ଟି ବସ୍ତି ଅଛି । ଯାହାକୁ ନେଇ ୪ଟି ୱାର୍ଡ ଗଠିତ । ସେଗୁଡ଼ିକ ହେଲା-ୱାର୍ଡ ନମ୍ବର ୧୬, ୨୦, ୨୧ ଓ ୨୬ ।
ସାଲିଆ ସାହିରେ ଗଦାଗଦା ସମସ୍ୟା । ସବୁଠୁ ବଡ଼ ସମସ୍ୟା ପିଇବା ପାଣି । ଆଜି ପର୍ଯ୍ୟନ୍ତ ପାଇପ୍‌ ପାଣି ଯୋଗାଇ ପାରିଲେନି ସରକାର । ରାସ୍ତାଘାଟ ବି ଭଲ ନାହିଁ । ପରିମଳ ବ୍ୟବସ୍ଥା ଅତି କଦର୍ଯ୍ୟ । ଡ୍ରେନେଜ୍‌ ବ୍ୟବସ୍ଥା ନାହିଁ କହିଲେ ଚଳେ । ରାସ୍ତା ଭାସୁଛି ନର୍ଦ୍ଦମା ପାଣିରେ । ପ୍ରତିବର୍ଷ ଡେଙ୍ଗୁ ଓ ଜଣ୍ଡିସ୍‌ ଜୀବନ ନେଉଛି । ତଥାପି ସଫେଇ ବ୍ୟବସ୍ଥା ସୁଧୁରୁନି ।
ଏକଥା ନୁହେଁ ଯେ ସାଲିଆସାହି ଲୋକେ ସମସ୍ୟା ବାବଦରେ ସ୍ୱର ଉଠାଉନାହାନ୍ତି, ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଆନ୍ଦୋଳନ କରି କରି କେତେକ ବସ୍ତି ନେତା ପାଲଟିଯାଇଛନ୍ତି । ରାଜନୈତିକ ଦଳରେ ସେମାନଙ୍କ ଦବ୍‌ଦବା ବଢ଼ିଛି । ମାତ୍ର ଲୋକଙ୍କ ସମସ୍ୟାର ସମାଧାନ ବାଟ ବାହାରି ନାହିଁ ।
ସାଲିଆସାହି ବାଦ୍‌ ଅନ୍ୟ ବସ୍ତିଗୁଡ଼ିକରେ ବି ସମସ୍ୟା ଖୁନ୍ଦି ହୋଇଛି । ଶିଖରଚଣ୍ଡି ବସ୍ତି, ନିଳାଦ୍ରିବିହାର ବସ୍ତି, ପଥରବନ୍ଧ ବସ୍ତି, ଆମ୍ବତୋଟା ବସ୍ତି, ନୀଳପଡ଼ିଆ ବସ୍ତି, ମୁଣ୍ଡା ସାହି, ପାତ୍ର ସାହି, ନୀଳମାଧବ ବସ୍ତି ଆଦିରେ ମୌଳିକ ସେବା ପାଇଁ ଲୋକେ ସଂଘର୍ଷ କରୁଛନ୍ତି । ପ୍ରାୟ ସବୁଠି ପିଇବା ପାଣି ସମସ୍ୟା ରହିଛି । ପରିମଳ ବ୍ୟବସ୍ଥା ଭଲ ନାହିଁ । ବଡ଼ କଥା ହେଲା, ବସ୍ତି ବାସିନ୍ଦାଙ୍କ ମୁଣ୍ଡ ଉପରେ ପକ୍କା ଘରଟିଏ ନାହିଁ । ସରକାର କଥା ଦେଇଛନ୍ତି, ଆବାସ ଯୋଜନାରେ ଘର ଯୋଗାଇ ଦେବେ । ସର୍ଭେ ହୋଇଛି, ହିତାଧିକାରୀଙ୍କ ନାଁ ଚଢ଼ିଛି । ମାତ୍ର ମାତ୍ର ଆଜି ଯାଏଁ ଲୋକଙ୍କୁ ଘର ମିଳିପାରିନି । ଅବଶ୍ୟ କେତେକ ଜାଗାରେ କାମ ଆରମ୍ଭ ହୋଇଛି ।
ସବୁ ଥର ଭଳି ଏଥର ବି ନିର୍ବାଚନରେ ପକ୍କା ଘର, ପିଇବା ପାଣି, ଡ୍ରେନ, ଶୌଚାଳୟ ପାଇଁ ପ୍ରାର୍ଥୀ ପ୍ରତିଶ୍ରୁତି ଦେଉଛନ୍ତି । ମାତ୍ର ପୂର୍ବରୁ ବି ଏମିତି ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବା ଲୋକେ କହୁଛନ୍ତି । ଏଥର ଉତ୍ତର ନିର୍ବାଚନମଣ୍ଡଳୀରେ ୧୬ଜଣ ପ୍ରାର୍ଥୀ ଓହ୍ଲାଇଛନ୍ତି । ସମସ୍ତ ପ୍ରାର୍ଥୀ ବସ୍ତି ଭୋଟ୍‌କୁ ନଜର ପକାଇଛନ୍ତି । ଆଉ ବସ୍ତି ବାସିନ୍ଦା ଆଶା ରଖିଛନ୍ତି, ଏଥର ତାଙ୍କ ଭୋଟ୍‌ରେ ମୌଳିକ ସମସ୍ୟାର ସମାଧାନ ହେବ ।