PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

‘ଭୋଟ୍‌ ଆଖଡ଼ା’ ଭେହିକିଲ୍ ଶୁଭାରମ୍ଭ

ଭୁବନେଶ୍ୱର,୭ ।୪(ବ୍ୟୁରୋ): ନ୍ୟୁଜ୍‌-୭ ପକ୍ଷରୁ ‘ଭୋଟ୍‌ ଆଖଡ଼ା’ ଭେହିକିଲ୍‌ର ଶୁଭାରମ୍ଭ ହୋଇଛି । ରବିବାର ନ୍ୟୁଜ୍‌-୭ ପରିସରରେ ଏକ ନିରାଡ଼ମ୍ବର ଉତ୍ସବରେ ନ୍ୟୁଜ୍‌୭ର ସିଇଓ ସୁନିଲ କୁମାର ଦାସ ଏହି ଭେହିକିଲର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ୭’ର ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ-୭ ଏଡିଟର ଅର୍ଦ୍ଧେନ୍ଦୁ ଦାସ, ବିଜ୍ଞାପନ ବିଭାଗ ଭିପି ଲିଙ୍ଗରାଜ ଲେଙ୍କା, କେଏଚ୍‌ପିଏଲ୍‌ର ଏରିଆ ସେଲ୍‌ସ ମ୍ୟାନେଜର ଶ୍ରୀ ରୂପେଶ, ନ୍ୟୁଜ-୭ର ଆଙ୍କର ମନୋଜ କୁମାର ମହାପାତ୍ର ଏବଂ ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଭେହିକିଲ୍‌ ୨୧ଟି ଯାକ ସଂସଦୀୟ କ୍ଷେତ୍ରକୁ ଯାତ୍ରା କରିବା ସହିତ ସେଠିକାର ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଭେଟିବ । ଲୋକମାନଙ୍କ ସହିତ ଭାବବିନିମୟ କରିବା ସହିତ ନ୍ୟୁଜ୍‌-୭ର ଆଙ୍କରଙ୍କ ଦ୍ୱାରା ଏକ ଘଣ୍ଟିକିଆ ଲାଇଭ୍‌ ସୋ ମଧ୍ୟ ଆୟୋଜିତ ହେବ । ଏହି କ୍ରମରେ ‘ଭୋଟ୍‌ ଆଖଡ଼ା’ ଭେହିକିଲ୍‌ ସୋମବାର ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ଯାତ୍ରା କରିବ । ସେଠାରେ ତିନି ପ୍ରମୁଖ ଦଳରୁ ଆଶାୟୀ ଲୋକସଭା ପ୍ରାର୍ଥୀଙ୍କୁ ଏକଜୁଟ୍‌ କରିବା ସହ ଏକ ମଞ୍ଚ ଜରିଆରେ ସେମାନଙ୍କ ସହିତ ଭାବ ବିନିମୟ କରାଯିବ । ଏହା ସହିତ ଆସିକା ଜନସାଧାରଣଙ୍କ ସହିତ ମଧ୍ୟ ନ୍ୟୁଜ-୭ର ଆଙ୍କର ମନୋଜ ଭାବ ବନିମିୟ କରେିବ । ସୂଚନାରୁ ପ୍ରକାଶ, ଏହି ଭେହିକିଲ୍‌ ମଧ୍ୟ କେତେକ ବିଧାନସଭା କ୍ଷେତ୍ର ଯାତ୍ରା କରିବ ।