PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ଭୋଟ୍‌ବ୍ୟାଙ୍କ: ଏକାମ୍ରରେ ୪୦ ବଡ଼ ବସ୍ତି ଲକ୍ଷେ ଭୋଟ ଉପରେ ନଜର

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୭୨ ହଜାର ଭୋଟର । ସେଥିରୁ ପ୍ରାୟ ଲକ୍ଷେ ଭୋଟର ବସ୍ତି ବାସିନ୍ଦା । ବିଭିନ୍ନ ଅଞ୍ଚଳରେ ଥିବା ୪୦ଟି ବସ୍ତିରେ ରହୁଛନ୍ତି । ଏମାନଙ୍କୁ ଆପଣାଇବା ଲାଗି ଉଭୟ ଶାସକ ଓ ବିରୋଧି ପ୍ରାର୍ଥୀମାନେ ଦିନରାତି ଏକାକାର କରି ଦେଇଛନ୍ତି । ଦୀର୍ଘ ବର୍ଷ ହେବ ବସ୍ତିର ସମସ୍ୟା କିନ୍ତୁ ଯେଉଁଠିକୁ ସେଇଠି ।
ବିଜେବି ନଗର ଓ ଡୁମୁଡୁମା ଅଞ୍ଚଳରେ ସବୁଠୁ ଅଧିକ ବସ୍ତି ଅଛି । ବିଜେବି ନଗରରେ ଥିବା ଅରବିନ୍ଦ ନଗର, ମହିଷାଖାଲ, ଗଧିଆଖାଲ, ପାଣିଟାଙ୍କି ବସ୍ତି ବେଶ୍‌ ପୁରୁଣା । ଡୁମୁଡୁମାରେ ଥିବା ସୁବାସ ନଗର, ରେହମତ ନଗର, ରଘୁନାଥନଗର, ପଞ୍ଚସଖା ନଗର, ବେଗୁନିଆରେ ରହୁଥିବା ବସ୍ତିବାସିନ୍ଦାଙ୍କ ସଂଖ୍ୟା ସ୍ଥାନୀୟ ଲୋକଙ୍କଠୁ ଢେର୍‌ ଅଧିକ । ପୋଖରୀପୁଟରେ ଥିବା କାର୍ଗିଲ ବସ୍ତି, କେଳାବସ୍ତି, ଗଣ୍ଡମୁଣ୍ଡା ବସ୍ତି ଗୁଡ଼ିକରେ ମଧ୍ୟ ଲୋକସଂଖ୍ୟା ଅଧିକ । ପଲ୍ଲାସପଲ୍ଲୀ ଅଞ୍ଚଳର କୁକୁଟେଶ୍ୱର ବସ୍ତି, ଭୀମପୁର ବସ୍ତି, ବିମାନବନ୍ଦର ବସ୍ତି, ଝରଣା ସାହି ବସ୍ତିରେ ଭୋଟର ହାଉଜାଉ । ଭୀମଟାଙ୍ଗିରେ ମଧ୍ୟ ପିପୁଲ୍ସ ବସ୍ତି, ଖଣ୍ଡୁଆଳ ବସ୍ତି, ଉପରଫେଜ୍‌ ବସ୍ତି, କେନାଲ ବସ୍ତି, ଯୋଗେଶ୍ୱର ପାଟଣାରେ ଲୋକେ ଭର୍ତ୍ତି ହୋଇଗଲେଣି । ସୁନ୍ଦରପଦା ଅଞ୍ଚଳରେ ଥିବା ଆଜାଦ ନଗର ବସ୍ତିରେ ଲୋକସଂଖ୍ୟା ୩ ହଜାରରୁ ଅଧିକ ହେଲାଣି । ବ୍ରହ୍ମେଶ୍ୱର ଅଞ୍ଚଳରେ ଥିବା ଚିଲି ପୋଖରୀ ବସ୍ତି, ବ୍ରହ୍ମେଶ୍ୱର ବସ୍ତି ଓ ସାମନ୍ତରାପୁରରେ ଥିବା କେନାଲ କୂଳ ବସ୍ତି ସହ ୬ଟି ବସ୍ତି ଏବଂ ରାମେଶ୍ୱର ପାଟଣା ବସ୍ତିରେ ଭୋଟରଙ୍କ ସଂଖ୍ୟା ବଢ଼ିଛି ।
ପ୍ରତିଥର ନିର୍ବାଚନରେ ବସ୍ତିବାସିନ୍ଦାଙ୍କ ନିର୍ଣ୍ଣାୟକ ଭୂମିକା ରହିଛି । ପାଖାପାଖି ୭୫ ପ୍ରତିଶତ ବସ୍ତିବାସିନ୍ଦା ଭୋଟ ଦିଅନ୍ତି । ବସ୍ତି ଭୋଟ ଯେଉଁ ଦଳ ହାତେଇବ, ସେ ନିର୍ବାଚନରେ ଜିତିବାଟା ଥୟ । ବସ୍ତି ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ ପକ୍ଷରୁ ରାସ୍ତାଘାଟ, ଆଲୋକୀକରଣ, ପାନୀୟ ଜଳ ଯୋଗାଯାଉଛି । ମହିଷାଖାଲ ବସ୍ତିରେ ରାଜୀବ ଆବାସ ଯୋଜନାରେ ସରକାର ଆପାର୍ଟମେଣ୍ଟ ଛିଡା କରି ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇଛନ୍ତି । ଏବେବି ଅନେକ ପକ୍କା ଘର ଖଣ୍ଡେ ପାଇଁ ବିଏମ୍‌ସି ଅଫିସକୁ ଧାଉଁଛନ୍ତି ।
ତଥାପି କିଛି ସମସ୍ୟା ବସ୍ତିବାସିନ୍ଦାଙ୍କୁ ଭାରାକ୍ରାନ୍ତ କରିଛି । ସେଥିରୁ ମୁଖ୍ୟ ସମସ୍ୟା ହେଉଛି ବେରୋଜଗାରୀ । ବସ୍ତିର ଶିକ୍ଷିତ ଓ ଅର୍ଧଶିକ୍ଷିତ ଯୁବସମାଜ ଏବେ କାମ ନପାଇ ବାଟବଣା । ବହୁ ଯୁବକ ନିଶା ଓ ଡ୍ରଗ୍‌ସରେ ଆକ୍ରାନ୍ତ ହୋଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ହାଟରେ ଶସ୍ତାରେ ମିଳୁଥିବା ବିଦେଶୀ ବଙ୍ଗାଳୀଙ୍କୁ ଠିକାଦାର କିମ୍ବା ଲୋକେ କାମ ପାଇଁ ଡାକି ନେଉଛନ୍ତି । ଫଳରେ ସ୍ଥାନୀୟ ବସ୍ତିର ଶ୍ରମିକମାନେ କାମ ନପାଇ ଅପରାଧ ଆଡ଼େ ମନ ବଳାଉଛନ୍ତି । କିଛି ବସ୍ତିରେ ମଧ୍ୟ ଦେହବେପାର ଚାଲିଛି ।