PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଝାଡଖଣ୍ଡ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

ରାଞ୍ଚି ୧୬/୧୨ଁ: ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୧୫ ଟି ଆସନରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏହାକୁ ନଜରରେ ରଖି ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ଦିନ ୫ଟା ଯାଏଁ ଚାଲିବ।

ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେପି ପାଇଁ ବଡ ଚ୍ୟାଲେଜ୍ ରହିଛି।   ବୋକାରୋ , ଚନ୍ଦନକିଆରୀ, ଝାରିଆ ବାଗମରା ଭଳି ପ୍ରମୁଖ ବିଧାନସଭା ମଣ୍ଡଳୀ ପାଇଁ ଆରମ୍ଭ ହୋଇଯାଇଛି ଭୋଟ୍ ଗ୍ରହଣ ।  ଭୋଟ ଗ୍ରହଣକୁ ନଜରେ ରଖି  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ମୋଟ ୧୫ଟି ସିଟ୍ ରୁ ୧୦ଟିରେ ବିଜୟ ହାସଲ କରିଥିଲା ।  ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୪୭ ଲକ୍ଷ ୮୧ ହଜାର ମତଦାତା ୨୨୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ। ଏହି ନିର୍ବାଚନରେ ମୋଟ ୬୧୦୧ ମତଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୨୮୬ଟି ଗ୍ରାମ ଅଞ୍ଚଳରେ ଥିବା ବେଳେ ମାଓ ଅଧୁଶିତ ୫୮୭ ମତଦାନ କେନ୍ଦ୍ର ରହିଛି।

ତେଣୁ ଏହି ପର୍ଯ୍ୟାୟ ନିର୍ବାଚନ ଶାସକ ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଅନ୍ୟ ପଟେ ବିରୋଧ କଂଗ୍ରେସ ଓ ଅନ୍ୟଦଳମାନେ ମଧ୍ୟ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରସୋରରେ ପ୍ରଚାର କରିଥିଲେ । ଚତୁର୍ଥ ପର୍ଯ୍ୟାୟ ମତଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ନିଜ ନିଜର ଭୋଟ ଦିଅନ୍ତୁ ବୋଲି ଲେଖିଛନ୍ତି ।