PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ରମଜାନ ପାଇଁ ସମ୍ପୂର୍ଣ୍ଣ ମାସ ନିର୍ବାଚନ ରୋକିବା ସମ୍ଭବ ନୁହେଁ: ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୧।୩: ନିର୍ବାଚନ କମିଶନ ରବିବାର ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ଏହାକୁ ନେଇ  ଏବେ ବିବାଦ ଆରମ୍ଭ ହୋଇଯାଇଛି। କିଛି ମୁସଲିମ ଧର୍ମ ଗୁରୁ ଓ ନେତା ରମଜାନ ମାସରେ ନିର୍ବାଚନ ତାରିଖ ଥିବାକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଏବେ ନିର୍ବାଚନ କମିଶନ୍ ସ୍ପଷ୍ଟ କରିଦେଇଛନ୍ତି ଯେ ତାରିଖ ଘୋଷଣା ସମୟରେ ପର୍ବକୁ ମଧ୍ୟ ଧ୍ୟାନରେ ରଖାଯିବ। କିନ୍ତୁ ମାସ ସାରା ଏହାକୁ ରୋକିବା  ସମ୍ଭବ ନୁହେଁ। ନିର୍ବାଚନ କମିଶନ୍ କହିଛନ୍ତି, ରମଜାନ ସମୟରେ ନିର୍ବାଚନ ହେବ, କାରଣ ସାରା ମାସ ନିର୍ବାଚନ ବନ୍ଦ କରିବା ସମ୍ଭବ ନୁହେଁ। ଯଦିଓ ଶୁକବ୍ରାର ଓ ପର୍ବ ଦିନରେ ନିର୍ବାଚନ ହେବ ନାହିଁ, ଏହି କଥାକୁ ଆମେ ଧ୍ୟାନରେ ରଖିବୁ।

 ଏହା ପୂର୍ବରୁ ରାମଜାନ ଦିନ ସାଧାରଣ ନିର୍ବାଚନ ତାରିଖ ପଡିବା ପରେ ଲକ୍ଷ୍ନୌରେ ମୁସଲିମ୍ ଧର୍ମଗୁରୁ ଖାଲିଦ ରଶିତ ଫିରଙ୍ଗୀ ମହଲ, ପଶ୍ଚିମବଙ୍ଗରେ ମମତା ସରକାରଙ୍କ ମନ୍ତ୍ରୀ ଫିରହାଦ କରିମ ଓ ଦିଲ୍ଲୀରେ ଆପ୍ ବିଧାୟକ ଅମ୍ମାନୁତୁଲା ଆପତ୍ତି କରିଥିଲେ। ସେମାନେ କହିଥିଲେ ରାମଜାନ ମାସରେ ଭୋଟ ଦେଲେ  କୋଟି କୋଟି ସଂଖ୍ୟାରେ ରୋଜା ରଖିଥିବା   ଭୋଟରଙ୍କୁ ଅସୁବିଧା ହେବ।

ତେବେ  କଥାକୁ ବିରୋଧ କରି  ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ୍ ଓଓ୍ବେସୀ ନିର୍ବାଚନକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ସେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଏହା ସହ ନିର୍ବାଚନ ତାରିଖ ଉପରେ ଆପତ୍ତି ପ୍ରକାଶ କରିଥିବା ଲୋକଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

ରମଜାନର ପବିତ୍ର ମାସରେ ଲୋକସଭା ନିର୍ବାଚନକୁ ନେଇ ଓଓ୍ବେସୀ କହିଛନ୍ତି ଏହି ମାସରେ ନିର୍ବାଚନକୁ ବିରୋଧ କରୁଥିବା ଲୋକଙ୍କୁ ରାମଜାନ ସମ୍ପର୍କରେ କ’ଣ ଜଣା ଅଛି? ଭାରତରେ ରମଜାନ ଚନ୍ଦ୍ରଙ୍କ ସ୍ଥିତି ହିସାବରେ ୫ ମଇରୁ ଆରମ୍ଭ ହେବ ଓ ଇଦ ହେବ ୪ କିମ୍ବା ୫ ଜୁନରେ। ଯେତେବେଳେ ଆମ ଦେଶରେ ନିର୍ବାଚନ ପକ୍ରିୟାକୁ ୩ କିମ୍ବା ୪ ଜୁନ ପର୍ଯ୍ୟନ୍ତ ପୂରଣ କରିବା ଜରୁରୀ   ତେବେ ରମଜାନ ପୂର୍ବରୁ ନିର୍ବାଚନ ହେବା ସମ୍ଭବ ନୁହେଁ।