ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ପଞ୍ଚମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରିବେ ୨୨୭କୋଟିପତି ପ୍ରାର୍ଥୀ, ଲିଷ୍ଟରେ ପିୟୁଷ ଗୋୟଲଙ୍କ ନାଁ ବି ସାମିଲ

ନୂଆଦିଲ୍ଲୀ, ୧୯/୫ : ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଲାଗି ସୋମବାର ମତଦାନ ହେବ। ଏହି ପର୍ଯ୍ୟାୟରେ ୮ରାଜ୍ୟର ୪୯ସିଟରେ ଭୋଟ ହେବ । ପଞ୍ଚମ ପର୍ଯ୍ୟାୟରେ ୬୯୫ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଥିରୁ କେତେକ ପ୍ରାର୍ଥୀ ଏଭଳି ଅଛନ୍ତି ଯେଉଁମାନେ ନିର୍ବାଚନ ଆୟୋଗକୁ ଦେଇଥିବା ସତ୍ୟପାଠରେ ନିଜ ସମ୍ପତ୍ତି କୋଟି କୋଟି ଟଙ୍କାର କହିଛନ୍ତି । ଆସନ୍ତୁ ଜାଣିବା ଏଭଳି ପ୍ରାର୍ଥୀଙ୍କ ବିଷୟରେ । ପିୟୁଷ ଗୋୟଲ : କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ପିୟୁଷ ଗୋୟଲ ଏଥର ମୁମ୍ବାଇ ଉତ୍ତର ସିଟରୁ ନିର୍ବାଚନ ଲଢୁଛନ୍ତି । ନିର୍ବାଚନ ସତ୍ୟପାଠରେ ଦିଆଯାଇଥିବା ସୂଚନା ମୁତାବକ ତାଙ୍କ ପାଖରେ ୧୧୦କୋଟିର ସମ୍ପତ୍ତି ରହିଛି । ସେ ପ୍ରଥମ ଥର ଲୋକସଭା ନିର୍ବାଚନ ଲଢୁଛନ୍ତି । ପିୟୁଷ ଗୋୟଲଙ୍କ ମୁକାବିଲା କଂଗ୍ରେସ ପ୍ରାର୍ଥୀ ଭୂଷଣ ପାଟିଲଙ୍କ ସହ ହେଉଛି ।

ଅନୁରାଗ ଶର୍ମା : ଉତ୍ତରପ୍ରଦେଶର ଝାନ୍ସି ଲୋକସଭା ସିଟରୁ ବିଜେପି ଅନୁରାଗ ଶର୍ମାଙ୍କୁ ଟିକେଟ ଦେଇଛି । ସେ ଶ୍ରୀ ବୈଦନାଥ ଆୟୁର୍ବେଦ ଭବନ ପ୍ରାଇଭେଟ ଲିମିଟେଡର ସଂଯୁକ୍ତ ପ୍ରବନ୍ଧ ନିର୍ଦେଶକ ଅଟନ୍ତି । ତାଙ୍କ ସତ୍ୟପାଠ ଅନୁସାରେ ପ୍ରାୟ ସମ୍ପତ୍ତି ୨୧୨କୋଟି ଅଟେ । ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୯୫କୋଟି ଟଙ୍କା ଥିବାବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୧୬କୋଟି ଟଙ୍କାରୁ ଅଧିକ ଅଟେ ।

ନୀଲେଶ ଭଗବାନ ସାମ୍ଭରେ : ନୀଲେଶ ଭଗବାନ ସାମ୍ଭରେ ମହାରାଷ୍ଟ୍ରର ଭୀବଡୀ ଲୋକସଭା ସିଟରୁ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସମ୍ଭାରେଙ୍କ ନିକଟରେ ୧୧୬କୋଟିର ସମ୍ପତ୍ତି ଅଛି । ଏଥିରୁ ୩୨.୭କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ପ୍ରାୟ ୮୩.୩କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ସାମିଲ ଅଛି ।

ସୁରେଶ ଗୋପୀନାଥ ହ୍ମାତ୍ରେ : ସୁରେଶ ଗୋପୀନାଥ ହ୍ମାତ୍ରେଙ୍କୁ ଏନସିପି ଗୋଷ୍ଠୀ ଭିବଡୀ ଲୋକସଭା ସିଟରୁ ଟିକେଟ ଦେଇଛି । ତାଙ୍କ ପାଖରେ ୧୦୭କୋଟି ଟଙ୍କାର ସମ୍ପତ୍ତି ଅଛି । 

କୃଷ୍ଣ ନନ୍ଦ ତ୍ରିପାଠୀ : କଂଗ୍ରେସ ଝାଡ଼ଖଣ୍ଡର ଚତରା ସିଟରୁ କୃଷ୍ଣା ନନ୍ଦ ତ୍ରିପାଠୀ ମୈଦାନରେ ଓହ୍ଲାଇଛନ୍ତି । ସେ ୭୦କୋଟି ଟଙ୍କା ନିଜ ସମ୍ପତ୍ତି ଘୋଷଣା କରିଛନ୍ତି ।

କେଉଁ ଦଳରେ କେତେ କୋଟିପତି ?

ନିର୍ବାଚନ ଆୟୋଗଙ୍କ ଅନୁସାରେ ପଞ୍ଚମ ପର୍ଯ୍ୟାୟରେ ୬୯୫ପ୍ରାର୍ଥୀ ମୈଦାନରେ ଅଛନ୍ତି । ଯେଉଁଥିରୁ ୨୨୭ପ୍ରାର୍ଥୀ କୋଟିପତି ଅଟନ୍ତି । ପଞ୍ଚମ ପର୍ଯ୍ୟାୟରେ ଲଢୁଥିବା ପ୍ରତି ପ୍ରାର୍ଥୀଙ୍କ ପ୍ରତିଶତ ସମ୍ପତ୍ତି ୩.୫୬କୋଟି ଟଙ୍କା ଅଟେ । ସମାଜବାଦୀ ପାର୍ଟିର ସମସ୍ତ ୧୦ପ୍ରାର୍ଥୀ କୋଟିପତି ଅଟନ୍ତି।  ତାଙ୍କ ବ୍ୟତୀତ ଶିବସେନାର ୬ପ୍ରାର୍ଥୀ ଏବଂ ରାଜଦର ୪ପ୍ରାର୍ଥୀ କୋଟିପତି ଅଟନ୍ତି ।

ଏଡିଆର ଅନୁସାରେ ବିଜେପିର ୪୦ପ୍ରାର୍ଥୀଙ୍କ ମଧ୍ୟରୁ ୩୬ପ୍ରାର୍ଥୀ ନିଜ ସମ୍ପତ୍ତି କୋଟିରେ ଘୋଷଣା କରିଛନ୍ତି । କଂଗ୍ରେସ ୧୮ପ୍ରାର୍ଥଙ୍କ ମଧ୍ୟରୁ ୧୫ଙ୍କ ନିକଟରେ ଏକ କୋଟିରୁ ଅଧିକର ସମ୍ପତ୍ତି ଅଛି । ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟର ମତଦାନ ୨୦ମଇରେ ହେବାରେ ଅଛି । ଏହି ନିର୍ବାଚନରେ ୬ରାଜ୍ୟ ଏବଂ ଦୁଇ କେନ୍ଦ୍ର ଶାସିତ ପ୍ରଦେଶର ୪୯ସିଟରେ ମତଦାନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.