ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ବିଜେପି ପ୍ରାର୍ଥୀଙ୍କୁ ୮ ଥର ଭୋଟ୍: ଗିରଫ ହେଲେ ଯୁବ ଭୋଟର, ପୋଲିଂ ଅଧିକାରୀ ସସପେଣ୍ଡ ପରେ ପୁଣି ହେବ ମତଦାନ

ନୂଆଦିଲ୍ଲୀ,୨୦।୫: ଜଣେ  ପ୍ରାର୍ଥୀଙ୍କୁ ଥରେ କି ଦୁଇ ଥର ଦୁହେଁ ୮ ଥର ଭୋଟ୍। ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୮ ଥର ଭୋଟ ଦେବା କାରଣରୁ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଉତ୍ତରପ୍ରଦେଶର ଏଟାରେ ଜଣେ ଯୁବ ଭୋଟର ବାରମ୍ବାର ଭୋଟ୍‌ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ତାକୁ ଗିରଫ  କରିଛି। ସେପଟେ ନିର୍ବାଚନ କମିଶନ୍‌ ମତଦାନ କେନ୍ଦ୍ରର ସବୁ କର୍ମଚାରୀଙ୍କୁ ସସପେଣ୍ଡ କରିବା ସହ ପୁଣିଥରେ ଭୋଟିଂ କରିବାକୁ ନିର୍ଦେଶ ଦେଇଛନ୍ତି।

ଏହି ଭିଡିଓକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ‘ଏକ୍ସ’ରେ ସେୟାର କରିଥିଲେ। ସେ ଲେଖିଥିଲେ, ଯଦି ନିର୍ବାଚନ କମିଶନ୍‌ଙ୍କୁ ଲାଗେ ଭୁଲ ହୋଇଛି ତେବେ କାର୍ଯ୍ୟାନୁଷ୍ଠାନ ନିହାତି ଗ୍ରହଣ କରନ୍ତୁ। ବିଜେପିର ବୁଥ୍ କମିଟି ହେଉଛି ପ୍ରକୃତରେ ଲୁଟ୍ କମିଟି। ଭିଡିଓରେ ଯୁବ ଭୋଟର ଜଣକ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇ ଆଙ୍ଗୁଳିରେ ୮ ଥର ବୋଲି ଦେଖାଉଛନ୍ତି।

ଅଖିଳେଶଙ୍କ ଏହି ଭିଡିଓକୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେୟାର କରିଥିଲେ। ସେ କହିଥିଲେ, ନିଜର ପରାଜୟକୁ ଦେଖି ବିଜେପି ଜନାଦେଶକୁ ମିଛ ପ୍ରମାଣିତ କରିବାକୁ ସରକାରୀ କଳ ଉପରେ ଚାପ ପକାଇ ଲୋକତନ୍ତ୍ରକୁ ଲୁଟିବାକୁ ଚାହୁଁଛି। କଂଗ୍ରେସ ନିର୍ବାଚନ ଡ୍ୟୁଟିରେ ଥିବା ସବୁ ଅଧିକାରୀଙ୍କଠାରୁ ଆଶା କରୁଛି କ୍ଷମତା ଚାପରେ ସେମାନେ ନିଜର ସମ୍ବିଧାନିକ ଦାୟିତ୍ବକୁ ନଭୁଲନ୍ତୁ।

୨ ମିନିଟ୍‌ର ଭିଡିଓରେ ଏହି ଯୁବକ ଭୋଟର ଜଣକ ନିଜ ଭୋଟ୍ ଦେଉଛନ୍ତି। ସେ ବିଜେପି ପ୍ରାର୍ଥୀ ମୁକେଶ ରାଜପୁତଙ୍କୁ ୮ ଥର ଭୋଟ୍‌ ଦେଇଛନ୍ତି। ରାଜପୁତ ଉତ୍ତରପ୍ରଦେଶର ଫାରୁଖବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଟନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ଏହି ଭିଡିଓକୁ ସେୟାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଏକାଧିକ ଥର ଭୋଟ୍‌ ଦିଆଯାଇଥିବା ଅଭିଯୋଗ ଆଣିଛି। ଏହି ଘଟଣା ନିଶ୍ଚିତ ଭାବରେ ବୁଥ୍ କ୍ୟାପଚରିଂକୁ ଦର୍ଶାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.