ଭୋଟିଂ ବେଳେ ଗୁଳିମାଡ଼ ଯୋଗୁଁ ବିହାରରେ ଜଣେ ମତଦାନକର୍ମୀଙ୍କ ମୃତ୍ୟୁ

ପାଟନା,୧୨।୫: ବିହାରର ଶିବହର ଲୋକସଭା ଲୋକସଭା  ଅଞ୍ଚଳରେ ଭୋଟିଂ ସମୟରେ ଦେଖିବାକୁ ମିଳିଛି ଏକ ଅପ୍ରୀତିକର ପରିସ୍ଥିତି। ଏକ ମତଦାନ କେନ୍ଦ୍ରରେ  ସୁରକ୍ଷାକର୍ମୀଙ୍କ ରାଇଫଲରୁ ଗୁଳିମାଡ ହେବା କାରଣରୁ ଜଣେ ମତଦାନକର୍ମୀଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ ମାଧେପୁର ସୁନ୍ଦର ସ୍ଥିତ ମତଦାନ କେନ୍ଦ୍ର ସଂଖ୍ୟା ୨୭୫ରେ ଜଣେ ହୋମଗାର୍ଡଙ୍କ ବନ୍ଧୁକ ଭୁଲରେ ଗୁଳି ମାଡ ହେବା କାରଣରୁ ସେଠାରେ ବସିଥିବା ଜଣେ ମତଦାନକର୍ମୀଙ୍କ ଶିବେନ୍ଦ୍ର କିଶୋରଙ୍କ ମୃତ୍ୟୁ ହୋଇଛି। ହୋମଗାର୍ଡ ଜଣକୁ ଗିରଫ କରିଦିଆଯାଇଛି।