PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

କ୍ୱାରେଣ୍ଟାଇନ୍‌ରୁ ମୁକୁଳିଲେ ଭିମସାର୍‌ର ୪୦ ଡାକ୍ତର, ଆଜିଠୁ କାର୍ଯ୍ୟରେ ଯୋଗ ଦେବେ

ବୁର୍ଲା,୦୮/୦୮: ଭିମସାର ଏଚ୍‌ଡିୟୁ ସଂକ୍ରମଣ ଘଟଣାରେ କ୍ୱାରେଣ୍ଟାଇନ୍‌କୁ ଯାଇଥିବା ୭୦ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣଙ୍କୁ ଲୋ-ରିସ୍କ ଥିବା ଦର୍ଶାଇ କ୍ୱାରେଣ୍ଟାଇନ୍‌ମୁକ୍ତ କରାଯାଇଛି । ସେମାନେ ଆଜି ଠାରୁ କାର୍ଯ୍ୟରେ ଯୋଗଦେବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ଅନ୍ୟ ୩୦ ଜଣ ହାଇ ରିସ୍କରେ ଥିବାରୁ ସେମାନେ କ୍ୱାରେଣ୍ଟାଇନ୍‌ ଅବଧି ପୂରଣ କରିବେ ବୋଲି ସୂଚନା ଦିଆଯାଇଛି ।

ସୂଚନା ଥାଉ କି ଗତ ୪ ତାରିଖ ଦିନ ଏଚ୍‌ଡିୟୁରେ ଭର୍ତ୍ତି ଜଣେ ରୋଗୀ କରୋନା ଚିହ୍ନଟ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ୯ଜଣ ମେଡିସିନ୍‌ ବିଭାଗ ଡାକ୍ତରଙ୍କ ସମେତ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ କର୍ତ୍ତୃପକ୍ଷ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ମେଡିକାଲର ବିଭିନ୍ନ ୱାର୍ଡର ୭୦ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ମେଡିକାଲରେ ଡାକ୍ତର ଅଭାବ ଦେଖାଦେଇଥିଲା । ଏହି ୭୦ ଜଣଙ୍କ ମଧ୍ୟରେ ୩୮ ଜଣ ଡାକ୍ତର ମେଡିସିନ୍‌ ୱାର୍ଡର ରହିଥିବାରୁ ଓପିଡିକୁ ଗତକାଲି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଥିଲେ। ତେବେ, ରୋଗୀ ସେବା ଗୁରୁତର ବାଧାପ୍ରାପ୍ତ ହେବାର ଆଶଙ୍କା କରି କ୍ୱାରେଣ୍ଟାଇନ୍‌ରେ ଯାଇଥିବା ୭୦ ଡାକ୍ତରଙ୍କ ମଧ୍ୟରୁ ଲୋ-ରିସ୍କରେ ଥିବା ୪୦ ଜଣଙ୍କୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ଜୟଶ୍ରୀ ଦୋରା ଏବଂ କରୋନା ନୋଡାଲ୍‌ ଅଧିକାରୀ ଡାକ୍ତର ସୁଦର୍ଶନ ପୋଥାଲ ସୂଚନା ଦେଇଛନ୍ତି ।