PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣାଗଡ: ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
  • ||
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଭିସୁଟ୍‌ରେ ପଶିଲା କରୋନା: ୨ ଛାତ୍ରାବାସର ୩ ଛାତ୍ର ପଜିଟିଭ ଚିହ୍ନଟ ସଂସ୍ପର୍ଶରେ ଆସିଥିବା ପିଲାଙ୍କୁ ସଙ୍ଗରୋଧ ନିର୍ଦ୍ଦେଶ

ବୁର୍ଲା, ୨୬/୦୨: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପୁଣି ପଶିଲା କରୋନା । ବିଶ୍ୱ ବିଦ୍ୟାଳୟର ଦୁଇଟି ଛାତ୍ରାବାସରୁ ୩ ଜଣ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଙ୍କୁ ଆଇସୋଲେସନ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏନେଇ ହଷ୍ଟେଲ ଗୁଡିକର ସୂଚନା ଫଳକରେ ନୋଟିସ୍ ଲଗାଯାଇଛି ।

ତେବେ ଯେଉଁ ଛାତ୍ରାବାସରେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ସେଠାରେ କରୋନା କଟକଣାକୁ ଠିକ୍‌ ଭାବରେ ପାଳନ କରାଯାଉନଥିବା ବେଳେ ଛାତ୍ରମାନେ ବିନା ମାକ୍ସରେ ବୁଲା ବୁଲି କରୁଥିବା ଅନ୍ୟ କିଛି ଛାତ୍ର ଅଭିଯୋଗ କରିଛନ୍ତି ।

କରୋନାର ଦ୍ୱିତୀୟ ଲହରୀ ନେଇ ରାଜ୍ୟ ସରକାର ସମସ୍ତଙ୍କୁ ସୁରକ୍ଷିତ ରହିବା ସହିତ କଟକଣା ମାନିବା ପାଇଁ ପରାମର୍ଶ ଦେଉଥିବା ବେଳେ ଏହି ପରିସ୍ଥିତିରେ ଭିସୁଟ୍ ‌ଛାତ୍ରାବାସରେ କରୋନା ପଜିଟିଭ ଚିହ୍ନଟ ହେବା ଘଟଣା ଅନ୍ୟ ଛାତ୍ରଛାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିଛି ।

ଅନ୍ୟପଟେ ଶୁକ୍ରବାରଠୁ ବିଶ୍ୱବିଦ୍ୟାଳୟ ବିଟେକ୍‌ ସପ୍ତମ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ଏଭଳି ସ୍ଥିତିରେ ୩ଜଣ ଛାତ୍ରଙ୍କ ପଜିଟିଭ ଚିହ୍ନଟ ହେବା ଘଟଣା କ୍ୟାମ୍ପସରେ ଅନ୍ୟ ଛାତ୍ରଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।