୨୪ ବର୍ଷ ବୟସରେ ଆରମ୍ଭ କରିଥିଲେ ସ୍ମାର୍ଟ ଟିଭି ବିଜନେସ୍, ଏବେ ସେ ୧୨ଶହ କୋଟିର ମାଲିକ

ନୂଆଦିଲ୍ଲୀ, ୧୭/ ୧୦: ଆଇଆଇଏଫ୍‌ଏଲ୍‌ ଏବଂ ହୁରନ ଇଣ୍ଡିଆ ନିକଟରେ ୪୦ ବର୍ଷ ଓ ୪୦ ବର୍ଷରୁ କମ୍‌ ଉଦ୍ୟୋଗପତି ଧନୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଏକମାତ୍ର ମହିଳା ଭାବେ ୩୯ ବର୍ଷିୟ ଦେବିତା ସରାଫ ସାମିଲ ଅଛନ୍ତି। ସେ ପ୍ରକାଶ ପାଇଥିବା ତାଲିକାର ୧୬ତମ ସ୍ଥାନରେ ରହିଛନ୍ତି। ଦେବିତା ଭିୟୁ ଗ୍ରୁପର ସିଇଓ ଓ ଚେୟାରମ୍ୟାନ୍‌ ମଧ୍ୟ। ତାଙ୍କ ନାମ ପୂର୍ବରୁ ୨୦୧୯ ମସିହାରେ ଫର୍ଚୁନ ଇଣ୍ଡିଆ ତରଫରୁ ପ୍ରକାଶ ପାଇଥିବା ୫୦ ଶକ୍ତିଶାଳୀ ମହିଳା ତାଲିକାରେ ତାଙ୍କ ନାମ ଥିଲା। ସେହିପରି ୨୦୧୮ ମସିହାରେ ଇଣ୍ଡଆ ଟୁଡେ ଦ୍ବାରା ପ୍ରକାଶିତ ହୋଇଥିବା ବିଶ୍ବ ବାଣିଜ୍ୟରେ ୮ ଶକ୍ତିଶାଳୀ ମହିଳାଙ୍କ ନାମ ପ୍ରକାଶ କରିଥିଲା। ଏହି ତାଲିକାରେ ଦେବିତାଙ୍କ ନାମ ମଧ୍ୟ ସାମିଲ ଥିଲା। ବର୍ତ୍ତମାନ ସେ ପାଖାପାଖୀ ୧୨୦୦ କୋଟି ଟଙ୍କାର ମାଲିକାଣି।

ଦେବିତା ସରାଫ ହାର୍ଭାଡ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଛନ୍ତି। ସେ ଜେନିଥ କମ୍ୟୁଟର୍ସର ମାଲିକ ରାଜକୁମାର ସରାଫଙ୍କ ଝିଅ ମଧ୍ୟ। ସେ ପିଲାଟି ବେଳୁ କିଛି ଅଲଗା କରିବାକୁ ସବୁବେଳେ ଚାହୁଁଥିଲେ। ସେଥିପାଇଁ ତାଙ୍କ ଫ୍ୟାମିଲ ବିଜେନେସ୍‌ ସମ୍ଭାଳିବାକୁ ମନା କରି ଦେଇଥିଲେ। ୨୦୦୬ ମସିହାରେ ସାରା ବିଶ୍ବରେ ଟେକ୍ନୋଲୋଜି ଦୁନିଆରେ ବୈପ୍ଲବିକ ପରିବର୍ତ୍ତନ ହୋଇଥିଲା। ସମସ୍ତେ ପ୍ରାୟ ଟେକ୍ନୋଲୋଜି ମୁହାଁ ହେବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ଆମେରିକାରେ ଗୁଗୁଲ ଓ ଏପଲ ପରି କମ୍ପାନୀ ମୋବାଇଲ ଓ କମ୍ପ୍ୟୁଟର ବିକ୍ରି କରି ଖୁବ୍‌ ନାମ କମେଇଥିଲେ। ତ ଏହି ସମୟରେ ମୋବାଇଲ ଓ କମ୍ପ୍ୟୁଟର ମଧ୍ୟରେ ଥିବା ଗ୍ୟାପକୁ ପୂରଣ କରିବା ପାଇଁ ଦେବିତା କିଛି ନୂଆ କରିବାକୁ ଭାବିଥିଲେ। ଏଥିପାଇଁ ସେ ସ୍ମାର୍ଟ ଟିଭି ବିଜନେସ୍‌ କରିବା ପାଇଁ ଭାବିଲେ। ସେ VU ଟିଭିର ଶୁଭାରମ୍ଭ କରିଲେ। ଯାହାକି ଟିଭି ଓ ସିପିୟୁର କମ୍ବୋ ରୂପ ଥିଲା।

ତାଙ୍କ କମ୍ପାନୀ ଲାଟେଷ୍ଟ ଟେକ୍ନୋଲୋଜିରେ ଭଲ ପ୍ରଦର୍ଶନ କରୁଛି। ଦେବିତାଙ୍କ VU କମ୍ପାନୀ ଆଡଭାନ୍ସ ଟିଭି ନିର୍ମାଣ କରେ। ଏହି ଟିଭି ମାଧ୍ୟମରେ ୟୁ ଟ୍ୟୁବ, ହଟ୍‌ ଷ୍ଟାର ଭଳି ଆପ୍‌ ଆରାମରେ ଚାଲିଥାଏ। ଏଥିରୁ ସ୍ପଷ୍ଟ ଯେ, ତାହା ଟିଭି କମ୍‌ କମ୍ପ୍ୟୁଟର ଅଧିକା। ଏହି ସବୁଧା ସବୁ ବ୍ୟତୀତ ଆପଣ ମଲ୍ଟି ଟ୍ରାକିଙ୍ଗ୍‌ କରି ପାରିବେ। ଏସବୁ ବ୍ୟତୀତ ବଡ଼ ସ୍କ୍ରିନ୍‌ ସହିତ କମ୍ପାନୀ କର୍ପୋରେଟ ବ୍ୟବହାର ପାଇଁ ମଧ୍ୟ ଟିଭି ନିର୍ମାଣ କରିଥାଏ।

ଦେବିତା ୨୪ ବର୍ଷ ବୟସରେ ଏହି କମ୍ପାନୀ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ତାଙ୍କୁ। ପରେ ପାଖାପାଖୀ ୬ ବର୍ଷ ପରେ ୨୦୧୨ ମସିହାରେ ତାଙ୍କ କମ୍ପାନୀକୁ ଲାଭ ମିଳିଥିଲା। ପରେ ଆଉ ଦେବିତା ପଛକୁ ଫେରି ନାହାନ୍ତି। ଆଧୁନିକ ଯୁଗର ତାଳ ସହ ତାଳ ଦେଇ କମ୍ପାନୀକୁ ଆଗକୁ ବଢ଼ାଇଥିଲେ ଦେବିତା। ୨୦୧୭ ମସିହାରେ କମ୍ପାନୀର ଟର୍ନ ଓଭର ପାଖାପାଖୀ ୫୪୦ କୋଟିରେ ପହଁଞ୍ଚିଥିଲା। ବର୍ତ୍ତମାନ ସମୟରେ ଦେବିତାଙ୍କ VU ଟିଭିର ଗ୍ରାହକ ସାରା ଭାରତରେ ୧୦ ଳକ୍ଷରୁ ଅଧିକ ରହିଛି। ଏଥିସହିତ ମୋଟ ୬୦ଟି ଦେଶରେ ଦେବିତା ଟିଭି ବାଣିଜ୍ୟ କରୁଛନ୍ତି।

ଏକ ସାକ୍ଷାତକାରରେ ଦେବିତା ସରାଫ କହିଛନ୍ତି ଯେ, ସେ କଠିନ ପରିଶ୍ରମୀ ଏବଂ ଯୁବତୀଙ୍କୁ ପ୍ରତିନିଧୀତ୍ବ କରୁଛନ୍ତି। ସେ ଦେଶର ସମସ୍ତ ଯୁବତୀଙ୍କୁ ଉତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କମ୍ପାନୀର ସିଇଓ ମାନେ ମଧ୍ୟ କେଉଁ ସେଲିବ୍ରିଟିଙ୍କଠାରୁ ମଧ୍ୟ କମ୍‌ ନୁହନ୍ତି। ମହିଳା ମାନଙ୍କୁ କେବଳ ସୌନ୍ଦର୍ଯ୍ୟ ପାଇଁ ତାଙ୍କ ପ୍ରତିଭା ପାଇଁ ପ୍ରଶଂସା କରାଯିବା ଉଚିତ୍‌।

   ସମ୍ବନ୍ଧିତ ଖବର


କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ନେପାଳର କୁମାରୀ ଦେବୀଙ୍କ ରହସ୍ୟମୟ ଜୀବନ

କୁମାରୀ ଦେବୀ