ଦେଶର ବହୁଚର୍ଚ୍ଚିତ ଓ ବଡ ‘ ଭ୍ୟାପମ ଦୁର୍ନୀତି’ ମାମଲାରେ ୩୧ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୫ରେ ପ୍ରକାଶ ପାଇବ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୧।୧୧: ଦେଶର ବହୁଚର୍ଚ୍ଚିତ ଓ ବଡ ଭ୍ୟାପମ ଦୁର୍ନୀତି ମାମଲାରେ ୩୧ ଜଣଙ୍କୁ କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୩ରେ ପୋଲିସ ଭର୍ତ୍ତି ମାମଲାରେ ହୋଇଥିବା ଦୁର୍ନୀତିରେ ସ୍ପେଶାଲ ସିବିଆଇ କୋର୍ଟ ଏହି ସମସ୍ତଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବେ ଏ ସମ୍ପର୍କରେ ୨୫ ନଭେମ୍ବରରେ ରାୟ ଶୁଣାଯିବ। ସିବିଆଇ ପକ୍ଷରୁ ୩୧ ଅପରାଧୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଜାମିନରେ ଥିଲେ, କିନ୍ତୁ ଆଜି ରାୟ ଆସିବା ପରେ ସେମାନଙ୍କୁ ପୁଣିଥରେ କଷ୍ଟଡିରେ ନିଆଯାଇଛି।

ଉଲ୍ଲେଖନୀୟ ଯେ,  ମଧ୍ୟପ୍ରଦେଶର ଭ୍ୟାପମ୍ ଦୁର୍ନୀତି ମାମଲାର ଖୁଲାସା ୭ ଜୁଲାଇ ୨୦୧୩ରେ ପ୍ରଥମ ଥର ପାଇଁ ପିଏମଟି ପରୀକ୍ଷା ଦେବା ସମୟରେ ହୋଇଥିଲା, ଯେତେବେଳେ ଏକ ଗୋଷ୍ଠୀ ଇନ୍ଦୋରର ଅପରାଧ ଶାଖାର ହାତରେ ଲାଗିଥିଲେ। ଏହି ଗୋଷ୍ଠୀ ପରୀକ୍ଷା​‌ରେ ନକଲି ବିଦ୍ୟାର୍ଥୀଙ୍କୁ ବସାଇବାରେ କାମ କରୁଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ମାମଲାକୁ ୨୦୧୩ରେ ଏସଟିଏଫକୁ ପ୍ରଦାନ କରିଥିଲେ।

ହାଇକୋର୍ଟ ଏହି ମାମଲାରେ ଅବସର ପ୍ରାପ୍ତ ବିଚାରପତି ଚନ୍ଦେ୍ରଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଅପ୍ରେଲ ୨୦୧୪ରେ ଏସଆଇଟି ଗଠିତ କରିଥିଲା, ଯାହାର ଦେଖାଶୁଣାରେ ଏସଟିଏଫ ଯାଞ୍ଚ କରୁଥିଲା। ୯ ଜୁଲାଇ ୨୦୧୫ରେ ଏହି ମାମଲା ସିବିଆଇକୁ ଦେବାର ନିଷ୍ପତ୍ତି ହୋଇଥିଲା ଓ ୧୫ ଜୁଲାଇରୁ ସିବିଆଇ ଯାଞ୍ଚ ଆରମ୍ଭ ହୋଇଥିଲା।

ସରକାର ପୂର୍ବତନ ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମା, ତାଙ୍କର ଓଏସଡି ଓପି ଶୁକ୍ଲା, ବିଜେପି ନେତା ସୁଧିର ଶର୍ମା, ରାଜ୍ୟପାଳଙ୍କ ଓଏସଡି ଥିବା ଧନଞ୍ଜୟ ଯାଦବ, ଭ୍ୟାପମର ନିୟନ୍ତ୍ରକ ଥିବା ପଙ୍କଜ ତ୍ରିବେଦୀ, କମ୍ପ୍ୟୁଟର ଆନାଲିଷ୍ଟ ନିତିନ ମହିନ୍ଦ୍ରା ଜେଲ ଯାଇ ସାରିଛନ୍ତି । ଏହି ମାମଲରେ ଦୁଇ ହଜାରରୁ ଅଧିକ ଲୋକ ଜେଲ ଯାଇ ସାରିଛନ୍ତି ଓ ୪୦୦ରୁ ଅଧିକ ଏବେ ବି ଫେରାର ଅଛନ୍ତି ଓ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

   ସମ୍ବନ୍ଧିତ ଖବର


ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ଉତ୍ତରପୂର୍ବ ଅଶାନ୍ତ: ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ୍ ବନ୍ଦ, ଗଲେ ୫ହଜାର ସୁରକ୍ଷାକର୍ମୀ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା