କରୋନା ପାଇଁ ଫିକା ପଡ଼ିଲା ବ୍ୟାସ ସରୋବର ମେଳା, ପୂଜାପାଠ ଏବଂ ନାମଯଜ୍ଞରେ ସୀମିତ ରହିଲା ମହୋତ୍ସବ

ଯାଜପୁର ୨୩।୨ : ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ କରୋନା କଟକଣା ଯୋଗୁଁ ଵାତିଲ । କେଵଳ ପୂଜାପାଠ ଏବଂ ନାମଯଜ୍ଞରେ ସୀମିତ ରହିଲା ମହୋତ୍ସବ । ପବିତ୍ର ଭୈମୀ ଏକାଦଶୀ ତିଥିରେ ଶ୍ରଦ୍ଧାଳୁଙ୍କ ଗୁପ୍ତ ଗଙ୍ଗାରେ ବୁଡ ପକାଇବାକୁ ବାରଣ କରାଯାଇଥିଲେ ମଧ୍ୟ ମନ୍ଦିରରେ ପୂଜା କରିବାକୁ ଦିଆଯାଇଛି । ଷ୍ଟଲ ନାହିଁ କି ମନୋରଞ୍ଜନ କାର୍ଯ୍ୟକ୍ରମ ନାହିଁ । ତେଣୁ ୧୧ଦିନିଆ ସରୋବର ମେଳା ଚଳିତ ଵର୍ଷ ଫିକା ପଡିଛି ।