ଆପଣଙ୍କ ୧୫ ମିନିଟର ୱକ୍ ଦୂର କରିପାରିବ ବିଶ୍ୱର ମାନ୍ଦାବସ୍ଥା

ଲଣ୍ଡନ ୮/୧୧: କର୍ମଚାରୀଙ୍କ ଉତ୍ତମ ସ୍ୱାସ୍ଥ୍ଯ ସହ କମ୍ପାନୀର ଆର୍ଥିକ ଉନ୍ନତିର ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ଏକ ରିସର୍ଚ୍ଚରେ ଏହା କୁହାଯାଇଛି ଯେ ଯଦି କମ୍ପାନୀମାନେ ନିଜ କର୍ମଚାରୀଙ୍କୁ ବିଶ୍ୱ ସ୍ୱାସ୍ଥ୍ଯ ସଙ୍ଗଠନ(World Health Organisation) ର ନିର୍ଦ୍ଦେଶ ଅନୁସାରେ କସରତ କରିବାକୁ ପ୍ରୋତ୍ସାହିତ କରିବେ ତେବେ ବିଶ୍ୱର ଅର୍ଥ ବ୍ଯବସ୍ଥାରେ ବାର୍ଷିକ ୭ ଲକ୍ଷ କୋଟି ଦରରେ ବୃଦ୍ଧି ହେବ ।

ପ୍ରତିଦିନ ୧୫ ମିନିଟ୍ ଅତିରିକ୍ତ ଚାଲିବା କିମ୍ବା ଅତି କମରେ ଏକ କିଲୋମିଟର ଜଗିଂ ଆଦି କରିବା ଫଳରେ ଆପଣଙ୍କ ଶାରିରୀକ କ୍ଷମତା ବଢିଥାଏ । ଏହା ସହିତ ଏଥିରେ ଆପଣଙ୍କ ବୟସ ଉପରେ ମଧ୍ୟ ଖାସ୍ ପ୍ରଭାବ ପଡିଥାଏ । ହେଲ୍ଦ ଇନସ୍ୟୁରାନ୍ସ ଦେଉଥିବା କମ୍ପାନୀ ଭାଏଟାଲିଟି ଓ ୟୁରୋପର ଥିଙ୍କ ଟେକ୍ RANDର ଏକ ଅଧ୍ଯୟନରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଅଧ୍ଯୟନରେ ଜଣାପଡିଛି ଯେ କସରତ କରୁଥିବା ଲୋକ ରୋଗରେ କମ୍ ପଡିଥାନ୍ତି । ଏହା ଫଳରେ ମୃତ୍ୟୁ ଦରରେ ହ୍ରାସ ପରିଲକ୍ଷିତ ହୋଇଥାଏ । ଅର୍ଥାତ୍ ଆମେ କହିପାରିବା ଯେ ଅଧିକ ବୟସ ଯାଏଁ ବଞ୍ଚିଥାନ୍ତି । ଏବଂ ସେମାନଙ୍କ କାମ କରିବାର କ୍ଷମତା ଉତ୍ତମ ହେବା ଫଳରେ ଅର୍ଥ ବ୍ୟବସ୍ଥାରେ ମଧ୍ୟ ତାଙ୍କ ଯୋଗଦାନ ବଢିଯାଇଥାଏ । ନିୟମିତ ଶାରିରୀକ ବ୍ୟାୟାମ ଫଳରେ ବ୍ଲଡ୍ ପ୍ରେସର, ହୃଦୟ ରୋଗ, ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଚିନ୍ତା ଓ ଅବସାଦରୁ ମଧ୍ୟ ମୁକ୍ତି ମିଳିଥାଏ ।  

ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ବିଶ୍ୱର ଜନସଂଖ୍ୟାର ୩୦%  ଲୋକେ ଶାରିରୀକ ରୂପେ ନିଷ୍କ୍ରିୟ । ସାରା ବିଶ୍ୱରେ ଶାରିରୀକ ନିଷ୍କ୍ରିୟତା ଜଡିତ ରୋଗରେ ପ୍ରତି ବର୍ଷ ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । ୭ଟି ଦେଶର ୧ ଲକ୍ଷ ୨୦ ହଜାର ଲୋକଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନ ଆଧାରରେ ବ୍ୟାୟାମର ଆର୍ଥିକ ଲାଭର ନମୁନା ପ୍ରସ୍ତୁତ କରାଯାଇଛି । ଏହି ନମୁନା ୨୩ଟି ଦେଶର ଅର୍ଥ ବ୍ୟବସ୍ଥା ସହ ମିଳାଇ ଯାଞ୍ଚ କରାଗଲା । ଏଥିରୁ ଜଣାପଡିଲା ଯେ ଯଦି ୧୮ରୁ ୬୪ ବର୍ଷର ସମସ୍ତ ବୟସ୍କମାନେ ପ୍ରତିଦିନ ୧୫ ମିନିଟ୍ ଅତିରିକ୍ତ ଚାଲନ୍ତି ତେବେ ବିଶ୍ୱରେ ପ୍ରତିବର୍ଷ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଆର୍ଥିକ ଉତ୍ପାଦନ ବଢିପାରିବ । ଅଧ୍ୟୟନରେ ଏହା ମଧ୍ୟ ଜଣାପଡିଲା ଯେ ଶିଥିଳ ଭାବେ ଜୀବନ ଶୈଳୀ ବିତାଉଥିବା ୪୦ ବର୍ଷୀୟ ବ୍ୟକ୍ତିମାନେ ଦିନରେ ୨୦ ମିନିଟର ଜଗିଂ କରି ଅତିରିକ୍ତ ୩ ବର୍ଷ ବଞ୍ଚିପାରିବେ ।

   ସମ୍ବନ୍ଧିତ ଖବର


ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍

ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା