PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

କୁକ୍ଷାତ ପକେଟ୍ ମାର ଚୋର ଗିରଫ: ବିଭିନ୍ନ ଥାନାରେ ରହିଛି ୪୦୦ ମାମଲା,୨ କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତି

ହାଇଦ୍ରାବାଦ ୨୬/୧୨: ସିକନ୍ଦରାବାଦ ରେଳବାଇ ପୁଲିସ ଏମିତି ଜଣେ ପକେଟମାରକୁ ଗିରଫ କରିଛି ଯାହାର କାରନାମା , ଆୟ ଓ ଜୀବନଶୈଳୀ ସମ୍ପର୍କରେ ଜାଣିଲେ ସମସ୍ତେ ଚକିତ ହୋଇଯିବେ । ଥାନେଦାର ସିଂ କୁଶୱା ନାମକ ଏହି ୩୩ ବର୍ଷୀୟ ପକେଟମାର୍‌ ନିକଟରୁ ରେଳବାଇ ପୁଲିସ ୧୩ ଲକ୍ଷ ନଗଦ ଟଙ୍କା ଏବଂ ୨୭ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଜବତ କରିଛି ।

ୟୁପିର ଆଲିଗଡ ଜିଲାର ମୂଳ ବାସିନ୍ଦା ହୋଇଥିବା କୁଶୱା ୨୦୦୪ ମସିହାରୁ ପକେଟମାର୍‌ କରୁଛି । ସେ ମୁଖ୍ୟତଃ ଦୂରଗାମୀ ଟ୍ରେନଗୁଡିକର ଯାତ୍ରୀଙ୍କୁ ଟାର୍ଗେଟ କରିଥାଏ । ପ୍ରତି ଥର ସେ ଅନ୍ୟ ଯାତ୍ରୀଙ୍କ ଭଳି ଟିକେଟ କାଟି ସଂରକ୍ଷିତ ବଗିରେ ଯାତ୍ରା କରିଥାଏ । ବେଳେବେଳେ ଅସଂରକ୍ଷିତ ବଗିରେ ବି ଯାଇଥାଏ । ପ୍ରତି ମାସରେ ସେ ଏପରି ୮ ଥର ଯାତ୍ରା କରିଥାଏ ଏବଂ ପ୍ରତି ଥର ପ୍ରାୟ ୨୦ ହଜାର ଟଙ୍କା (ନଗଦ, ଗହଣା ଓ ଅନ୍ୟ ସାମଗ୍ରୀ) ଆୟ କରିଥାଏ ।

ସେ ଏପର୍ଯ୍ୟନ୍ତ ପ୍ରାୟ ୪୦୦ଟି ପକେଟମାର୍‌ ଘଟଣାରେ ସାମିଲ ଥିଲାବେଳେ ଏସବୁରୁ ପ୍ରାୟ ୨ କୋଟି ଟଙ୍କା ଉପାର୍ଜନ କରିଛି । ସେ ହାଇଦ୍ରାବାଦ ସହରର ଏଭଳି ଏକ ସ୍ଥାନରେ ରହୁଛି ଯେଉଁଠାରେ ଜମି ଓ ଘରର ମୂଲ୍ୟ ଖୁବ୍‌ ବେଶୀ । ସେ ଏକ ଫ୍ଲାଟ ପାଇଁ ପ୍ରତିମାସରେ ୩୦,୦୦୦ ଟଙ୍କା ଭଡା ଦେଉଥିଲାବେଳେ ନିଜର ଦୁଇ ପିଲାଙ୍କୁ ଏକ ଖ୍ୟାତନାମା ଇଣ୍ଟରନ୍ୟାସନାଲ ସ୍କୁଲରେ ପଢାଉଛି । ପ୍ରତି ପିଲା ପାଇଁ ସେ ବର୍ଷକୁ ୨ ଲକ୍ଷ ଟଙ୍କା ଫି’ ବି ଦେଉଛି ।

କୁଶୱା ପୂର୍ବରୁ ଦୁଇ ଥର (୨୦୦୭ ଓ ୨୦୧୧)ରେ ଗିରଫ ହୋଇଥିଲା । ଏମିତିକି ସେ ପୁନେର ୟେରୱାଡା ଜେଲରେ ସେତେବେଳେ ବନ୍ଦୀ ଭାବେ ରହିଥିଲା ଯେତେବେଳେ ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦର ଅଜମଲ କସାବକୁ ରଖାଯାଇଥିଲା । କିନ୍ତୁ ୨୦୧୫ ମସିହା ପର ଠାରୁ ତା’କୁ ଗିରଫ କରାଯାଇପାରୁନଥିଲା । ସେ ପକେଟମାର୍‌ କରି ଆୟ କରିବା ବ୍ୟତୀତ ଜୁଆରେ ବି ଟଙ୍କା ଲଗାଇ ବିପୁଳ ଆୟ କରିଛି ବୋଲି ପୁଲିସ କହିଛି ।

ପୁଲିସ ଦ୍ୱାରା ମଧ୍ୟ ସୂଚନା ଦିଆଯାଇଛି କି ସେମାନେ ନିକଟରେ କୁଶୱା ଏବଂ ତା’ର ସହଯୋଗୀ ଅରୁଣ ଦ୍ୱାରା ବ୍ୟବହାର କରାଯାଉଥିବା ଏକ ବାଇକକୁ ଗୋଟିଏ ଫ୍ଲାଏଓଭର ତଳେ ପାର୍କିିଂ କରାଯାଇଥିବାର ଦେଖିଥିଲେ । ସେ ଦୁଇ ଜଣ ପକେଟମାର କରି ସେଠାକୁ ଫେରିଲାବେଳେ ପୁଲିସକୁ ଦେଖି ଦୌଡ଼ି ଥିଲେ । ଅରୁଣ ଖସିଯିବାରେ ସମର୍ଥ ହୋଇଥିଲା କିନ୍ତୁ କୁଶୱା ଧରାପଡିଯାଇଥିଲା ।

ସମ୍ବନ୍ଧିତ ଖବର