ଜେଲ୍‌ରୁ ମୁକ୍ତି ପାଇପାରେ ହାପିଜ୍‌ ସଇଦ୍‌ ; FATF ଆଇନ୍‌ରେ ଫାଙ୍କ

ଇସଲାମାବାଦ,୧୫।୨ :  ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସୟିଦକୁ FATF ନିଷ୍ପତ୍ତି ପରେ ପାକିସ୍ତାନ ଜେଲ୍‌ରୁ ମୁକ୍ତ କରିପାରେ ।

୧୬ ଫେବ୍ରୁୟାରୀରେ FATFର ମିଟିଂ ବସିବ। ଆତଙ୍କବାଦୀ ବିରୁଦ୍ଧରେ ପଦକ୍ଷେପ ନେବାରେ  ଅସଫଳ ପାକିସ୍ତାନକୁ ବ୍ଲାକ୍‌ଲିଷ୍ଟ କରାଯିବ ନାହିଁ ଏଥିରେ ନିଷ୍ପତ୍ତି ନିଆଯିବ । ସଇଦ୍‌ଙ୍କ ଓକିଲ କହିଛନ୍ତି ଏହି ନିଷ୍ପତ୍ତିକୁ ଲାହୋର ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯିବ। ଏଣୁ FATF ନିଷ୍ପତ୍ତି ପରେ ଜେଲରୁ ମୁକ୍ତ ହୋଇପାରେ ହାଫିଜ ସୟିଦ ବୋଲି ସୂତ୍ରରୁ ପ୍ରକାଶ ।

ଉଲ୍ଲେଖନୀୟ ୟେ, ଗତ ବୁଧବାର ହାଫିଜ ସୟିଦକୁ ପାକିସ୍ତାନର ଆତଙ୍କବାଦ ନିରୋଧ ଅଦାଲତ ୧୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଆତଙ୍କୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ ଅଭିଯୋଗରେ ପାକିସ୍ତାନ କୋର୍ଟ ହାଫିଜକୁ ଏହି ଦଣ୍ଡ ଶୁଣାଇଛନ୍ତି।

 ଜାତିସଂଘ ଦ୍ୱାରା ଘୋଷିତ ବିଶ୍ୱ ଆତଙ୍କବାଦୀ ହାଫିଜକୁ ଧରିବା ପାଇଁ ଆମେରିକା ୨୦୧୨ରେ ୧୦ ନିୟୁତ ଡଲାର ଅର୍ଥରାଶି ପୁରସ୍କାର ଘୋଷଣା କରିଥିଲା। ତେବେ ଆତଙ୍କବାଦୀଙ୍କୁ ବେଆଇନ ଅର୍ଥ କାରବାର ନେଇ ଗତ ଜୁଲାଇ ୧୭ରେ ତାକୁ ଗିରଫ କରାଯାଇଥିଲା। ସେ ଲାହୋରର କୋଟ୍‌ ଲାଖପତ ଜେଲରେ କଡ଼ା ସୁରକ୍ଷା ବଳୟରେ ରହୁଛି। ହାଫିଜ ଦୁଇଟି ଆତଙ୍କବାଦୀ ସଂଗଠନ ସହ ବେଆଇନ ଅର୍ଥ କାରବାର ମାମଲାରେ ଜଡ଼ିତ ଥିବାନେଇ ପଞ୍ଜାବର ଆତଙ୍କବାଦ ନିରୋଧ ବିଭାଗ (ସିଟିଡି) ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ