ପୁର୍ନବିବାହ କରିବା ପାଇଁ ଅଦ୍ଭୁତକାଣ୍ଡ ! ଶୋଇବା ଘରେ ନାଗସାପ ଛାଡ଼ି ସ୍ତ୍ରୀକୁ ମାରିଲା ସ୍ୱାମୀ

କେରଳ – କେରଳର କୋଲ୍ଲମରେ ଏମିତି ଏକ ଘଟଣା ଘଟିଛି , ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଜଣେ ବ୍ୟକ୍ତି ପୁର୍ନବିବାହ କରିବାକୁ ପାଇଁ ସାଜିଲା ହତ୍ୟାକାରୀ । ନାଗ ସାପ କିଣି ପତ୍ନୀଙ୍କୁ ସାପ କାମୁଡାରେ କରିଲା ହତ୍ୟା ।

କେରଳ ପୁଲିସର କ୍ରାଇମବ୍ରାଞ୍ଚ ସୋରାଜ ଓ ତାଙ୍କ ସହଯୋଗୀ ସୁରେଶଙ୍କୁ ନାଗ ସାପ କାମୁଡ଼ିବାରେ ତାଙ୍କ ପତ୍ନୀ ଉଥାରାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା ଯେ , ପୂର୍ବରୁ ସୋରାଜ ଓ ତାଙ୍କ ବନ୍ଧୁ ସୁରେଶ, ଯିଏକି ଜଣେ ସାପ ଧରାଳି ବିଷାକ୍ତ ରସେଲ ସାପ ଦ୍ୱାରା ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

କୋଲ୍ଲାମ ଏସ୍‌ପି ଥିବା ହରି ଶଙ୍କର ଏହି ମାମଲାକୁ ନେଇ କହିଛନ୍ତି , ଉଥରାଙ୍କୁ ମାରିବା ପାଇଁ ତାଙ୍କ ସ୍ୱାମୀଙ୍କର ପ୍ରଥମ ଉଦ୍ୟମ ବିଫଳ ହୋଇଥିଲା । ସେ ସାପ କାମୁଡ଼ିବା ପରେ ସୁସ୍ଥ ହୋଇଥିଲେ ।  ୨ଦିନ ପରେ ସେ ହସ୍ପିଟାଲରୁ ଘରକୁ ଫେରିଥିଲେ ।  ଏହାପରେ ତାଙ୍କ ସ୍ୱାମୀ ଦ୍ୱିତୀୟ ପ୍ଲାନ୍‌ ଆରମ୍ଭ କରିଥିଲେ । ତାଙ୍କ ସାଙ୍ଗ ସୁରେଶ  ଏପ୍ରିଲ୍‌ ୨୪ରେ ଆଉ ଗୋଟେ ସାପ ଆଣି ଏକ ମୁଣାରେ ରଖିଥିଲେ ।

ମେ ୬ ତାରିଖରେ ଉଥରା ଶୋଇଥିବା ସ୍ଥାନରେ  ସେହି କୋବ୍ରା ସାପଟିକୁ ଛାଡ଼ିଦେଇଥିଲେ ।  ସେହି ସାପଟି ତାଙ୍କୁ ୨ ଥର କାମୁଡ଼ିଥିଲା । ପରଦିନ ସକାଳେ ସେ ବାହାରକୁ ପଳାଇଥିଲେ । ତାଙ୍କ ମାଆ ଚେତାଶୂନ୍ୟ ଅବସ୍ଥାରେ ଉଥରାଙ୍କୁ ଦେଖି  ହସ୍ପିଟାଲ ନେଇଥିଲେ , ହେଲେ  ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଏସ୍‌ପି କହିଥିଲେ ।

କିନ୍ତୁ ପ୍ରଥମ ଘଟଣାର ୩ ମାସ ପରେ ପୁଣି ସାପ କାମୁଡ଼ା ଘଟଣାକୁ ନେଇ ଉଥରାଙ୍କ ପରିବାର ଲୋକ ସନ୍ଦେହ କରିଥିଲେ । ଆଉ ଘଟଣା ବିଷୟରେ ପୁଲିସ୍‌କୁ ଜଣାଇଥିଲେ । ଯାହା ପରେ ପ୍ରକୃତ ଘଟଣା ସାମନାକୁ ଆସିଥିଲା ।

ଏହାସହ ମଧ୍ୟ ପଢ଼ିପାରିବେ ଛାତ ଉପରେ ଭିନ୍ନ ଭିନ୍ନ ପୋଜ୍‌ରେ ଇରାନୀ ଦମ୍ପତି କଲେ ଏମିତି କାମ ! ଫଟୋ ଭାଇରାଲ ପରେ ଉଭୟଙ୍କୁ ଗିରଫ କଲା ପୁଲିସ୍‌

   ସମ୍ବନ୍ଧିତ ଖବର


ବନ୍ଦ ହୋଇପାରେ ପ୍ଲାଜମା ଥେରାପି, ରୋଗୀଙ୍କ ଚିକିତ୍ସାରେ ହେଉନାହିଁ ପ୍ରଭାବୀ…

‘ଭୂତ ପୁଲିସ’ ପାଇଁ ୟାମି ପ୍ରସ୍ତୁତ, ଟ୍ବିଟ କରି ଦେଲେ ସୂଚନା…

ଡାଇବେଟିସ୍ ଓ ହାଇପର ଟେନସନ ରୋଗୀଙ୍କ ପାଇଁ କରୋନା ପ୍ରାଣଘାତୀ, ପ୍ରତି ୫ ଜଣଙ୍କ ଭିତରୁ ନେଉଛି ଜଣଙ୍କର ଜୀବନ

ନଭେମ୍ବରରୁ ଆରମ୍ଭ ହେବ ‘ପଠାନ୍‌’ର ସୁଟିଂ

ମନର ମଣିଷ ଖୋଜୁଛନ୍ତି କିଆରା, ଏମିତି ହୋଇଥିବା ଦରକାର ଜୀବନସାଥୀ…

ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର