ଗୋଟିଏ ବାଲ୍‌ଟି ପାଇଁ ଏହି ଦୁଇଟି ବିଶାଳ ରାଜ୍ୟ ମଧ୍ୟରେ ଲାଗିଥିଲା ଯୁଦ୍ଧ

ଯୁଦ୍ଧ ହେବା ପଛରେ କିଛି କାରଣ ରହିଥାଏ । କିନ୍ତୁ ବେଳେ ବେଳେ ଯୁଦ୍ଧ କେତେକ ଅଜବ କାରଣ ପାଇଁ ହୋଇଥାଏ ଯାହା ବିଷୟରେ ଜାଣିଲେ ଆମେ ଆଶ୍ଚର୍ଯ୍ୟ ହୋଇଥାଉ । ଗୋଟିଏ ବାଲ୍ଟି ପାଇଁ ଦୁଇ ସାମ୍ରାଜ୍ୟ ଭିତରେ ଭୀଷଣ ଯୁଦ୍ଧ ହେବା କଥା କେବେ ଶୁଣିଛନ୍ତି । ଏହି ଯୁଦ୍ଧରେ ଦୁଇହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା ।

ଏହି ଘଟଣାଟି ଏକଦଶ ଶତାବ୍ଦୀର ଯେତେବେଳେ ରୋମାନ ସମ୍ରାଟ ଫ୍ରେଡରିକ ବାରବରୋସା ଇଟାଲୀ ଉପରେ ଆକ୍ରମଣ କରିଥିଲେ । ଫ୍ରେଡରିକଙ୍କ ମାନିବା ଥିଲା ଭଗବାନ ତାଙ୍କୁ ଏହି ଧରାପୃଷ୍ଠକୁ ତାଙ୍କର ପ୍ରତିନିଧି ବନେଇ ପଠେଇଛନ୍ତି, ପୋପ୍‌ଙ୍କୁ ନୁହେଁ । କିନ୍ତୁ ଇଟାଲୀର ଲୋକମାନେ ଏହାକୁ ମାନୁ ନଥିଲେ । ଏହାପରଠାରୁ ଦୁଇ ଦଳ ସୃଷ୍ଟି ହେଲା ଇଟାଲୀରେ । ପୋପ୍‌ଙ୍କ ସମର୍ଥକଙ୍କୁ ଗ୍ୱେଲ୍ଫ କୁହାଗଲା ଏବଂ ଫ୍ରେଡରିକଙ୍କ ସମର୍ଥକଙ୍କୁ ଗିବିଲାଇଞ୍ଜ କୁହାଗଲା । ବୋଲୋଗନା ଏବଂ ମୋଡେନା ଭିତରେ ଯୁଦ୍ଧ ହେବାର କାରଣ ମଧ୍ୟ ଏଇଟା ଥିଲା । କାରଣ ବୋଲୋଗାନାର ଲୋକେ ପୋପ୍‌ଙ୍କୁ ମାନୁଥିଲେ । ହେଲେ ଫ୍ରେଡରିକଙ୍କୁ ମୋଡେନାର ଲୋକମାନେ ମାନୁଥିଲେ । ବୋଲୋଗାନା ଏବଂ ମୋଡେନା ରାଜ୍ୟ ଭିତରେ ପୂର୍ବରୁ ବି ଗୋଟିଏ ଯୁଦ୍ଧ ହୋଇଥିଲା । ସେଥିପାଇଁ ଦୁଇ ରାଜ୍ୟ ଭିତରେ ଶତ୍ରୁତା ଲାଗି ରହିଥିଲା । ତ୍ରୟଦଶ ଶତାବ୍ଦୀରେ ମୋଡେନାର ସୈନିକ ବୋଲୋଗାନା ରାଜ୍ୟ ଭିତରକୁ ପ୍ରବେଶ କରିଥିଲେ ।

 ସହରର ମଝିରେ ରଖାଯାଇଥିବା ଗୋଟିଏ ବାଲ୍ଟି ଉଠାଇ ଆଣିଥିଲେ । ବୋଲୋଗାନାର ସୈନିକ ଯେଉଁ ଜିନିଷ ମୋଡେନାରୁ ଲୁଟି ଆଣୁଥିଲେ ତାହାକୁ ବାଲ୍ଟିରେ ପୂରାଇ ସହରର ମଝିରେ ରଖୁଥିଲେ । ହେଲେ ମୋଡେନାର ସୈନିକ ଯେତେବେଳେ ବାଲ୍ଟି ନେଇଯାଇଥିଲେ ବୋଲୋଗାନାର ଲୋକେ ଏହାକୁ ସେମାନଙ୍କ ଅସମ୍ମାନ ଭାବିଥିଲେ । ବୋଲୋଗାନା ସୈନିକ ମୋଡେନାର ସୈନିକଙ୍କୁ ବାଲ୍ଟି ଫେରେଇ ଦେବାକୁ କହିଥିଲା । ହେଲେ ମୋଡେନା ବାଲ୍ଟି ନ ଫେରେଇବାରୁ ଦୁଇ ରାଜ୍ୟ ଭିତରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଥିଲା । ବୋଲାଗାନାର ୩୨,୦୦୦ ସୈନିକ ଥିଲେ । ମୋଡେନାର ମାତ୍ର ୭,୦୦୦ ସୈନିକ ଥିଲେ । ତେବେ ବୋଲୋଗାନାର ଅଧିକ ସୈନିକ ହୋଇଥିଲେ ମଧ୍ୟ ମୋଡେନାର ଜିତାପଟ ହୋଇଥିଲା ।

   ସମ୍ବନ୍ଧିତ ଖବର


ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ଧୀବର: ଜାଲରେ ଲାଗିଲା ଏମିତି ଜିନିଷ, ରାତାରାତି ହୋଇଗଲେ ୨୫ କୋଟିର ମାଲିକ…

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ -ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ