PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଟିମ୍‌ ଜର୍ମାନୀ ଠାରୁ ୨-୦ରେ ହାରିଲା
  • ||
  • ଆନନ୍ଦପୁର : ଗାଧୋଇବା ବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ଆତଙ୍କରାଜ, ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ
  • ||
  • କୋରାପୁଟ: ଭ୍ୟାନରୁ ୧.୮ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ସଦର ପୋଲିସ, ଜଣେ ଗିରଫ
  • ||
  • ସମ୍ବଲପୁର: ବଲାଙ୍ଗୀର ଏନ୍‌ଏଚ୍‌ ଲୁଟ ଘଟଣା, ୬ କୁଖ୍ୟାତ୍ ଟ୍ରକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ
  • ||
  • ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
  • ||
  • ଭୁବନେଶ୍ୱର : ତୃତୀୟ ଲହରୀ ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି : ଡିଏମ୍‌ଇଟି
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର ସଦନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡ଼ ନିୟୋଜିତ
  • ||
  • ସାଲେପୁର: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ସ୍ଵାମୀ-ସ୍ତ୍ରୀ ଗୁରୁତର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ
  • ||
  • ଭୁବନେଶ୍ୱର: ଖୋଲିଲା ସ୍କୁଲ, ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ
  • ||
  • ଭୋଗରାଇ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • କାର୍ଗିଲ ବିଜୟ ଦିବସ : ପାକିସ୍ତାନକୁ ଧୂଳି ଚଟାଇ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ
  • ||
  • ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ଟିକାକରଣ, ରାଜ୍ୟର ୧୩୦୨ କେନ୍ଦ୍ରରେ ଦିଆଯିବ ଟିକା
  • ||
  • ଆଠଗଡ଼ : ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଶୂନ୍ୟ ବାବା ଧବଳେଶ୍ଵରଙ୍କ ପୀଠ
  • ||
  • ଅନଗୁଳ : ବିଳମ୍ବିତ ରାତିରେ ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍
  • ||

କର୍ଣ୍ଣାଟକ ରାଜନୀତିରେ ପୁଣି ସଙ୍କଟ, ପଦ ଛାଡ଼ିବାକୁ କୁମାରସ୍ୱାମୀଙ୍କ ଧମକ

source:www.livemint.com

ବେଙ୍ଗାଲୁରୁ,୨୮ ।୧(ଏଜେନ୍ସି): କର୍ଣ୍ଣାଟକରେ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ପାଇଁ ଏବେ ପୁଣି ସଙ୍କଟ ସୃଷ୍ଟି ହୋଇଛି । କଂଗ୍ରେସ ବିଧାୟକ ନିଜର ସୀମା ଅତିକ୍ରମ କରୁଥିବାର ଦର୍ଶାଇ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସୋମବାର ତାଙ୍କ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି । କଂଗ୍ରେସ ନିଜ ବିଧାୟକମାନଙ୍କୁ ନିୟନ୍ତ୍ରଣ କରୁ ବୋଲି ସେ କହିଛନ୍ତି ।
ରିପୋର୍ଟ ଅନୁସାରେ ରବିବାର ଏକ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁଗତ କଂଗ୍ରେସ ବିଧାୟକ ଏସ.ଟି ସୋମଶେଖର କୁମାରସ୍ୱାମୀ ନୁହନ୍ତି, ସିଦ୍ଧରମୈୟା ତାଙ୍କର ନେତା ବୋଲି ଦର୍ଶାଇଥିଲେ । କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାରରେ କିଛି ବିକାଶମୂଳକ କାମ ହେଉନାହିଁ ବୋଲି ସେ ଅଭିଯୋଗ କରିଥିଲେ । ସୋମଶେଖର ଆହୁରି କହିଥିଲେ ଯେ, ମେଣ୍ଟ ସରକାର ଅଧୀନରେ ବେଙ୍ଗାଲୁରୁ ସହରରେ ବିକାଶମୂଳକ କାମ ଧୀମା ହୋଇଯାଇଛି । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଥିବାବେଳେ ଯେଉଁଭଳି ବିକାଶ ହେଉଥିଲା ଏବେ ସେଭଳି ହେଉନାହିଁ । କେବଳ ସୋମଶେଖର ନୁହନ୍ତି, ଆଉ କିଛି କଂଗ୍ରେସ ବିଧାୟକ ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଥିଲେ । ସେମାନଙ୍କର ଏଭଳି ବୟାନ ଯୋଗୁ ଉତ୍‌କ୍ଷିପ୍ତ ହୋଇ କୁମାରସ୍ୱାମୀ ଆଜି କହିଛନ୍ତି ଯେ, କଂଗ୍ରେସ ବିଧାୟକମାନେ ସୀମା ଅତିକ୍ରମ କରୁଛନ୍ତି । କଂଗ୍ରେସ ନେତାମାନଙ୍କୁ ଏହି ସବୁ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବା କଥା । ଯଦି ସେମାନେ ଏସବୁ ଜାରି ରଖିବାକୁ ଚାହୁଁଛନ୍ତି ତା’ ହେଲେ ମୁଁ ଇସ୍ତଫା ଦେବାକୁ ରାଜି ଅଛି ।
ସେପଟେ କୁମାରସ୍ୱାମୀଙ୍କ ଏହି ଧମକ ପରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି । କଂଗ୍ରେସ ନେତା କେସି ବେଣୁଗୋପାଳ ବିଧାୟକମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାକୁ କହିଛନ୍ତି । ସେହିପରି ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖରଗେ ବିଧାୟକମାନଙ୍କର ଏପରି ମନ୍ତବ୍ୟ ଦେବାର ନଥିଲା ବୋଲି ଦର୍ଶାଇଛନ୍ତି । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମହୀଶୂରରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ‘ଗାଦି’କୁ ଅକ୍ତିଆର କରିବାକୁ ସେ ନଜର ରଖିନାହାନ୍ତି । ସେହିପରି ମେଣ୍ଟରେ କୌଣସି ପ୍ରକାର ଫାଟ ନାହିଁ । ମିଡିଆ ଦୁଇ ସହଯୋଗୀ ଦଳ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବାର ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ କୁମାରସ୍ୱାମୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି ।
ସୂଚନାଥାଉକି, ଗତକିଛି ଦିନ ହେଲା କର୍ଣ୍ଣାଟକ ରାଜନୀତିରେ ହଟଚମଟ ଜାରି ରହିଛି । ନିକଟରେ ଦୁଇଜଣ ସ୍ୱାଧୀନ ବିଧାୟକ କୁମାରସ୍ୱାମୀଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ତା’ ପରେ କଂଗ୍ରେସର କିଛି ବିଧାୟକ ବିଜେପିରେ ମିଶିବା ନେଇ ଆକଳନ କରାଯାଉଥିଲା ।

ସମ୍ବନ୍ଧିତ ଖବର