କିସ୍ କରିବା ପଡ଼ିଲା ମହଙ୍ଗା; ମା’ ଜାଣିବା ପରେ ମାଡ଼ ମାରିଲେ ଏହି ଅଭିନେତ୍ରୀଙ୍କୁ

ବଲିଉଡ ପରି ଟିଭି ସୋ’ରେ ବି ଏବେ ରୋମାଣ୍ଟିକ୍ ଏବଂ କିସ୍ ସିନ୍ ଦେଖିବାକୁ ମିଳୁଛି। କାହିଁକି ନା ଏହି ରେମାଣ୍ଟିକ ଓ କିସ୍ ସିନ ପାଇଁ ହିଁ ଟିଆରପି ବହୁତ ଅଧିକ ବଢ଼ିଥାଏ। ମାତ୍ର କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୋ’ରେ କାମ କରିବା ପୂର୍ବରୁ ଏହି ସିନ୍ କରିବେ ନାହିଁ ବୋଲି ମନା କରିଦିଅନ୍ତି। ଆମେ କହିବାକୁ ଯାଉଛୁ ଟିଭି ଅଭିନେତ୍ରୀ ଜନ୍ନତ ଜୁବୈର ରହମାନୀଙ୍କ ବିଷୟରେ। ଯିଏ କି ଗୋଟେ କିସ୍ ପାଇଁ ତାଙ୍କୁ ଚାପୁଡ଼ା ଖାଇବାକୁ ପଡ଼ିଥିଲା।

ଜନ୍ନତ କଲର୍ସ ଟିଭିର ଲୋକପ୍ରିୟ ସୋ ‘ ତୁ ଆଶିକୀ’ରେ ପଂକ୍ତି ଭୂମିକାରେ ଅଭିନୟ କରୁଛନ୍ତି। ସୋ’ର କାହାଣୀ ଅନୁସାରେ ତାଙ୍କୁ ଏକ କିସ୍ ସିନ୍ କରିବାକୁ ନିର୍ଦ୍ଦେଶକ କହିଥିଲେ। ନିର୍ଦ୍ଦେଶକଙ୍କ କଥାକୁ ମାନି ସେ ଏହି ସିନ୍ ତ କରିଦେଲେ କିନ୍ତୁ ପରେ ତାଙ୍କୁ ବିରାଟ ବଡ଼ ବୋଝ ମୁଣ୍ଡାଇବାକୁ ପଡ଼ିଥିଲା। ଏହି ସିନ୍ ଦେଖିବା ପରେ ଜନ୍ନତଙ୍କ ମା’ ତାଙ୍କୁ ଗାଳି ଦେଇ ଚାପୁଡ଼ା ମାରିଥିଲେ।

ଏକ ସାକ୍ଷାତକାରରେ ଜନ୍ନତ କହିଛନ୍ତି କି, ମୋ ମା’ଙ୍କର ମୋ ଉପରେ ପୁରା ଅଧିକାର ଅଛି। ସେ ଯାହା ବି କହିଛନ୍ତି ମୋ ଭଲ ପାଇଁ ହିଁ କହିଛନ୍ତି। ମୁଁ ମୋ ମା’ଙ୍କୁ ବହୁତ ସମ୍ମାନ କରେ ଏବଂ ସବୁବେଳେ କରିବି ମଧ୍ୟ। ମୁଁ ନିଜକୁ ବହୁତ ଲକି ଭାବେ କାହିଁକି ମୋତେ ଭଗବାନ ଏଭଳି ମା’ ଦେଇଛନ୍ତି ବୋଲି।

ପୂର୍ବ ଭଳି ଜନ୍ନତ ଟିଭି ସୋ’ରେ ଆଉ ସେତେଟା ଆକ୍ଟିଭ ନାହାନ୍ତି। ଏବେ ସୋ’ରେ କାମ କରିବା ପୂର୍ବରୁ ସେ ସର୍ତ ରଖିଥାନ୍ତି କି, ସେ କିସ୍ ସିନ୍ କରିବେ ନାହିଁ ବୋଲି।