PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ୱାସିମ୍ ଆକ୍ରମଙ୍କୁ ଜୀବନରୁ ମାରିଦେବାକୁ ଧମକ୍ ଦେଇଥିଲେ ଏହି ଫେମସ୍‌ କ୍ରିକେଟ୍‌ ଷ୍ଟାର୍

pic-Dawn

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଖ୍ୟାତ ପେସ୍‌ ବୋଲର ୱାସିମ୍‌ ଆକ୍ରମଙ୍କୁ ଦିନେ ଆଉ ଜଣେ ଫେମସ କ୍ରିକେଟ୍ ଷ୍ଟାର୍ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ୱାସିମ ଆକ୍ରମ ଆଜି ତାଙ୍କ ୫୫ତମ ଜନ୍ମଦିନ ପାଳନ କରୁଥିବା ତାଙ୍କ ଜୀବନର ଘଟିଥିବା ଏହି ଘଟଣାକୁ ଆସନ୍ତୁ ଜାଣିବା।

ମ୍ୟାଚ୍ ଚାଲିଥିବା ବେଳେ ୱେଷ୍ଟ ଇଣ୍ଡିଜ୍‌ର ଜବରଦସ୍ତ ବ୍ୟାଟ୍ସମ୍ୟାନ୍ ଭିଭିଏନ୍‌ ରିଚାର୍ଡଙ୍କୁ ଚିଡ଼ାଇବା ଆକ୍ରମଙ୍କୁ ମହଙ୍ଗା ପଡ଼ିଥିଲା। ସେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ୍ ଦେଇଥିଲେ ବୋଲି ଖୋଦ୍‌ ୱାସିମ୍ ଏହି କଥାର ଖୁଲାସା କରିଥିଲେ। ଆକ୍ରମଙ୍କୁ ଧମକ ଦେଇ ଭିଭ୍ ରିଚାର୍ଡ କହିଥିଲେ, ପୁଣିଥରେ ଏମିତି ଚିଡ଼ାଇଲେ ଜୀବନରୁ ମାରିଦେବି।

ଭାରତୀୟ କ୍ରିକେଟ୍ କମେଣ୍ଟେଟର ଆକାଶ ଚୋପଡ଼ାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି କଥାର ଖୁଲାସା କରିଥିଲେ ୱାସିମ। ସେ କହିଥିଲେ ଯେ ୧୯୮୮ ମସିହାରେ ପାକିସ୍ତାନ ଟିମ୍‌ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ବାର୍‌ବାଡୋସ୍ ଟେଷ୍ଟ ଖେଳିଥିଲା। ଏହି ମ୍ୟାଚ୍‌ରେ ୱାସିମଙ୍କ ଓଭରରେ ରିଚାର୍ଡ ପ୍ରବଳ ଶଟ୍‌ ମାରି ଖୁବ୍‌ ରନ୍ କରିଥିଲେ। ମ୍ୟାଚ୍‌ରେ ୱାସିମଙ୍କ ବାଉନସର ବାଜି ରିଚାର୍ଡଙ୍କ ହେଲ୍‌ମେଟ ତଳେ ଖସିପଡ଼ିଥିଲା।

ଏହାପରେ ୱାସିମ ରିଚାର୍ଡଙ୍କ ପାଖକୁ ଯାଇ ତାଙ୍କୁ ଚିଡ଼ାଇଥିଲେ। ଏହାପରେ ସେ ୱାସିମଙ୍କୁ ରାଗି କି ଅନାଇବା ସହିତ ଏପରି ନକରିବାକୁ କହିଥିଲେ। ତେବେ ପୁଣିଥରେ ୱାସିମ ତାଙ୍କୁ ବାଉନ୍ସର ପକାଇବା ସହିତ ଚିଡ଼ାଇଥିଲେ। ମ୍ୟାଚ୍‌ରେ ଶେଷ ବଲ୍‌ରେ ରିଚାର୍ଡ ଆଉଟ ହେବା ପରେ ୱାସିମ ତାଙ୍କୁ ବଡ଼ ପାଟିରେ ପଡ଼ିଆ ବାହାରକୁ ଚାଲିଯିବାକୁ ଇଙ୍ଗିତ ମଧ୍ୟ କରିଥିଲେ। ଏହାପରେ ରିଚାର୍ଡ ଖୁବ୍‌ ରାଗିଯିବାରୁ ୱାସୀମ ଆସି ତାଙ୍କୁ କ୍ଷମା ମାଗି ରିଚାର୍ଡଙ୍କ କ୍ରୋଧରୁ ରକ୍ଷା ପାଇଥିଲେ ବୋଲି ୱାସିମ ଆକ୍ରମ କହିଥିଲେ।