PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

କାହିଁକି ପାକିସ୍ତାନର କୋଚ୍‌ ହେବାକୁ ଚାହୁଁନାହାନ୍ତି ଓ୍ବାସିମ୍‌ ଆକ୍ରାମ୍‌? ଶେଷରେ କଲେ ବଡ଼ ଖୁଲାସା, କହିଲେ…

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟରେ ପାକିସ୍ତାନ ଟିମ୍‌ ସର୍ବଦା ଚର୍ଚ୍ଚାରେ ରହିଥାଏ। ଟିମ୍‌ ଖେଳାଳି ଚର୍ଚ୍ଚାରେ ରହୁଥିବା ବେଳେ କୋଚ୍‌ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ସର୍ବଦା ପାକିସ୍ତାନ କ୍ରିକେଟ ଟିମର କୋଚ୍‌ ପଦକୁ ନେଇ ବିବାଦ ଲାଗି ରହିଥାଏ। ସେ ପାକିସ୍ତାନୀ କୋଚ୍‌ ହୁଅନ୍ତୁ ବା ବିଦେଶୀ ବିବାଦରେ ସମସ୍ତେ ଥାଆନ୍ତି।

ହେଲେ ପାକିସ୍ତାନର ବହୁ ପୂର୍ବତନ ଷ୍ଟାର ଖେଳାଳି ଅଛନ୍ତି। ଯେଉଁମାନେ କୋଚ୍‌ ଭୂମିକା ବେଶ୍‌ ଭଲ ଭାବେ ତୁଲାଇ ପାରିବେ। ହେଲେ ପାକିସ୍ତାନ୍‌ କୋଚ୍‌ ପାଇଁ ସମସ୍ତେ ମନା କରୁଛନ୍ତି।। ଏଭଳି ଜଣେ ଖେଳାଳି ହେଉଛନ୍ତି ଓ୍ବାସିମ୍‌ ଆକ୍ରମ। ପାକିସ୍ତାନ କ୍ରିକେଟ ଟିମର ଉନ୍ନତି ସେ ସର୍ବଦା ଚାହୁଁଛନ୍ତି ହେଲେ କୋଚ୍‌ ହେବାକୁ ରୋକ୍‌ଠୋକ୍‌ ମନା କରିଛନ୍ତି।

ଆଇପିଏଲରେ କୋଚିଂ ଦେଇଥିବା ଓ୍ବାସିମ୍‌ ଆକ୍ରାମ କ’ଣ ପାଇଁ ପାକିସ୍ତାନ ଦଳର କୋଚ୍‌ ହେବାକୁ ଇଚ୍ଛୁକ ନୁହେଁ ସେ ବିଷୟରେ କହିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଗୋଟିଏ ଜାତୀୟ ଦଳର କୋଚ୍‌ ହେବାକୁ ମୁଁ ଫିଟ୍‌ ମନେ କରୁ ନାହିଁ। କାରଣ କୋଚ୍‌ ଟିମ୍‌ ସହ ବରଷକୁ ୨୦୦ରୁ ୨୫୦ ଦିନ ଦେଶ ବାହାରେ ରହିବାକୁ ପଡ଼ିଥାଏ। ତେଣୁ ମୋତେ ଲାଗୁଛି ଏତେ ଦିନ ପାକିସ୍ତାନରୁ ବାହାରେ ରହି କାମ କରିବା ମୋ ପକ୍ଷେ ସମ୍ଭବ ନୁହେଁ।

ସେ ଆହୁରି କହିଛନ୍ତି ଯେ, କୋଚଙ୍କ ପ୍ରତି ଦେଶରେ କ୍ରିକେଟ ଫ୍ୟାନ୍‌ ଓ ଲୋକଙ୍କ ବ୍ୟବହାର ବହୁତ ଖରାପ। ଖରାପ ପ୍ରଦର୍ଶନ ପାଇଁ ଲୋକ କୋଚକଙ୍କୁ ହିଁ ବିଶେଷ ଦାୟୀ କରିଥାନ୍ତି। ଏଥିସହିତ ସେ କହିଛନ୍ତି ଯେ, ମୁଁ ବୋକା ନୁହେଁ। କାରଣ ଅନେକ ସମୟରେ ମୁଁ ସୋସିଆଲ ମିଡିଆରେ ଦେଖିବାକୁ ପାଇଛି ଯେ କିଛି ଖେଳାଳି, କ୍ରିକେଟ ଫ୍ୟାନ୍ସ ମାନେେ କିପରି କୋଚ୍‌ ଓ ନିଜ ସିନିୟର ଖେଳାଳିଙ୍କୁ ବ୍ୟବହାର କରନ୍ତି।

ସୂଚନାଥାଊକି, ଓ୍ବାସିମ୍‌ ଆକ୍ରାମ ପାକିସ୍ତାନ କ୍ରିକେଟ ଇତିହାସର ଜଣେ ସଫଳତମ ଅଧିନାୟକ। ସେ ଇମ୍ରାନ୍‌ ଖାନଙ୍କ ପରେ ୧୦୯ଟି ମ୍ୟାଚରେ ଦଳର ନେତୃ୍ତ୍ବ ନେଇଛନ୍ତି। ତାଙ୍କ ନେତୃତ୍ବରେ ଦଳ ୬୬ଟି ମ୍ୟାଚ୍‌ ବିଜୟୀ ହୋଇଥିବା ବେଳେ ୪୧ଟିରେ ପରାସ୍ତ ହୋଇଛି ଟିମ୍।