ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଓଡ଼ିଶାରେ ପହଞ୍ଚିଲେ କୋଚ୍‌ ୱାସିମ ଜାଫର୍; କହିଲେ, ବ୍ୟାଟିଂ, ବୋଲି ଓ ଫିଲ୍ଡିଂରେ ଶକ୍ତିଶାଳି ହେବ ରାଜ୍ୟ କ୍ରିକେଟ୍ ଟିମ୍

ଭୁବନେଶ୍ୱର, ୨୩/୦୭: ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶା କ୍ରିକେଟ କୋଚ୍‌ ୱାସିମ ଜାଫର । ଓଡ଼ିଶା କ୍ରିକେଟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ୱାସିମ ଜାଫର।

ଓଡ଼ିଶାରେ ପହଞ୍ଚିବା ପରେ ନୂଆ ଦାୟିତ୍ୱ ନେଇ ପ୍ରତିକ୍ରିୟା ରଖିଛନ୍ତି ଜାଫର। ସେ କହିଛନ୍ତି ଯେ ମୋର ସୌଭାଗ୍ୟ ଯେ ମୋତେ ଏହି ଦାୟିତ୍ୱ ମିଳିଛି। ଓଡ଼ିଶାରେ ଭଲ ପ୍ରତିଭାବାନ ଖେଳାଳି ଅଛନ୍ତି। ସେମାନଙ୍କୁ ସଠିକ ଦିଗରେ ପ୍ରଶିକ୍ଷଣ ଦେବାକୁ ଚେଷ୍ଟା କରିବି ଓ ଫଳାଫଳ ଭଲ ମିଳିବ ବୋଲି ଜାଫର ଆଶାବ୍ୟକ୍ତ କରିଛନ୍ତି ।

ବର୍ତ୍ତମାନ ମଡର୍ଣ୍ଣ କ୍ରିକେଟ୍ ସମୟରେ ଓଡ଼ିଶା କ୍ରିକେଟର କେବଳ ବ୍ୟାଟିଂ ନୁହେଁ, ତିନିଟି ବିଭାଗ ଉପରେ ଜୋର ଦେବାକୁ ପଡ଼ିବ । ଏପରିକି ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଦଳକୁ ଆହୁରି ଶକ୍ତିଶାଳୀ କରିବାକୁ ପଡ଼ିବ। ଓଡ଼ିଶା କ୍ରିକେଟ ଓ ଓଡ଼ିଶା ଖେଳାଳିଙ୍କୁ ଉପରକୁ ନେବାକୁ ଚେଷ୍ଟା କରିବି ବୋଲି ୱାସିମ୍ ଜାଫର କହିଛନ୍ତି। 

ଏଥିସହିତ ଓଡ଼ିଶା ଟିମ୍‌ର ପ୍ରଶିକ୍ଷଣ ସମ୍ପର୍କରେ ସୂଚନା ଦେଇ ଜଫାର କହିଛନ୍ତି ଯେ ଆସ୍ତନା କାଲି ଠାରୁ ଟିମ୍‌ ଅଭ୍ୟାସ ଜାରି ରହିବ । ୩ରୁ ୪ ସପ୍ତାହ ପାର୍ଯ୍ୟନ୍ତ ଟ୍ରେନିଂ ଚାଲିବ। ଏହାସହ ଓଡ଼ିଶାର ଖେଳାଳିଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ। ଆଇପିଏଲ ଉପରେ ସମସ୍ତଙ୍କର ନଜର ରହୁଥିବାରୁ ଓଡ଼ିଶା ଖେଳାଳି କିଭଳି ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେ ସେ ଦିଗରେ ଚେଷ୍ଟା କରିବେ ବୋଲି ଜାଫର ପ୍ରତିକ୍ରିୟାରେ କହିଛନ୍ତି । କେବଳ ସେତିକି ନୁହେଁ ଦିନିକିଆ ମ୍ୟାଚ ପାଇଁ ମଧ୍ୟ ଅଧିକ ଫୋକସ ଦେବାକୁ ପଡ଼ିବ ବୋଲି ସେ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବତନ ଭାରତୀୟ କ୍ରିକେଟର ତଥା ଜଣେ ସଫଳ କୋଚ୍‌ର ମାନ୍ୟତା ପାଇସାରିଥିବା ଜାଫରଙ୍କୁ ଓଡ଼ିଶା କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ଚୟନ କରାଯାଇଛି । ୱାସିମ ଜାଫର ଜଣେ ସଫଳ ବ୍ୟାଟ୍ସମ୍ୟାନ । ଭାରତୀୟ ରଣଜୀରେ ସର୍ବାଧିକ ରନ୍ କରିବାର ରେକର୍ଡ ତାଙ୍କ ନାଁ ରେ ରହିଛି। ଜଣେ ସଫଳ କ୍ରିକେଟର ଭାବେ ନିଜକୁ ସାବ୍ୟସ୍ତ କରିଥିବା ଜାଫର ୩୧ଟି ଟେଷ୍ଟ୍‌ ମ୍ୟାଚ ଖେଳି ୫୮ ଇନିଂସରୁ ୧୯୪୪ରନ୍‌ କରିଛନ୍ତି । ଏଥିରେ ଦୁଇଟି ଦ୍ୱିଶତକୀୟ ପାଳି ଖେଳିଥିବା ବେଳେ ୫ଟି ଶତକ ହାସଲ କରିଥିଲେ। କୋଚ୍‌ ଭାବରେ ମଧ୍ୟ ଜାଫରଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.