PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ମ୍ୟାଚ୍ ଚାଲିଥିବା ବେଳେ ପଡିଆ ଭିତରକୁ ପଶି ଆସିଲେ ଜଣେ ଦର୍ଶକ, ଭାଇରାଲ ଭିଡିଓରେ ଦେଖନ୍ତୁ କୋହଲିଙ୍କ କିଭଳି ଥିଲା ରିଆକ୍ସନ

https://ign24.com/

ଅହମ୍ମଦାବାଦ,୨୫।୨: ଭାରତ ଓ ଇଂଲଣ୍ଡ ଭିତରେ ୪ଟି ମ୍ୟାଚର ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳା ଯାଉଛି। ଏହା ହେଉଛି ଡେ ନାଇଟ୍ ଟେଷ୍ଟ ମ୍ୟାଚ୍, ଯାହାକି ପିଙ୍କ ବଲରେ ଖେଳାଯାଉଛି। କରୋନା ମହାମାରୀ ପରେ କ୍ରିକେଟ ମ୍ୟାଚ୍ ବାୟୋ ବବଲ୍ (Bio Bubble)ରେ ଖେଳା ଯାଉଛି। ଏଭଳି ସ୍ଥିତିରେ ଭାରତ ଓ ଇଂଲଣ୍ଡ ଭିତରେ ଖେଳାଯାଉଥିବା ସିରିଜ୍ ମଧ୍ୟ ଜୈବ ସୁରଧିତ ବାତାରଣରେ ଖେଳା ଯାଇଛି, କିନ୍ତୁ ଏହି ମ୍ୟାଚର ପ୍ରଥମ ଦିନ ଜଣେ ଫ୍ୟାନ୍ ବିରାଟ କୋହଲିଙ୍କୁ ଭେଟିବାକୁ ବାୟୋ ବବଲକୁ ଭାଙ୍ଗି ଦେଇଥିଲେ। ଏହି ଫ୍ୟାନ ଜଣକ କୋହଲି ପାଖକୁ ଯିବା ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ମ୍ୟାଚର ପ୍ରଥମ ଦିନ ଜଣେ ଭାରତୀୟ ପ୍ରଶଂସକ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ପଡିଆ ଭିତରକୁ ପ୍ରବେଶ କରିଥିଲେ ଓ କୋହଲିଙ୍କ ପାଖକୁ ଯିବାକୁ ଚେଷଟା କରିଥିଲେ। ଫ୍ୟାନ୍ ଜଣକ ବାୟୋ ସିକ୍ୟୋର ବବଲକୁ ଭାଙ୍ଗି ଖେଳାଳିଙ୍କ ସୁରଧାକୁ ବିପଦରେ ପକାଇ ଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଯୋରଦାର ଭାବରେ ଭାଇରାଲ ହେଉଛି। ଆପଣ ଏହି ଭିଡିଓରେ ଦେଖିପାରିବେ କିଭଳି ଫ୍ୟାନ ଜଣକୁ ପଡିଆରୁ ନିଜ ଆଡକୁ ଆସୁଥିବାର ଦେଖି କୋହଲି କ’ଣ କରିଥିଲେ?

ବିରାଟ କୋହଲି ଫ୍ୟାନ ଜଣକଙ୍କୁ  ଦୂରେଇ ରହିବାକୁ କହିବା ସହ ନିଜେ ମଧ୍ୟ ଦୂରେଇ ଯାଇଥିଲେ। କୋହଲିଙ୍କ ଏଭଳି ରିଆକ୍ସନ ଦେଖି ଫ୍ୟାନ୍ ଜଣକ ନିଜେ ଆପେ ଆପେ ଷ୍ଟାଡିୟମ ଭିତରୁ ଚାଲିଯାଇଥିଲେ। ଉଲ୍ଲେଖନୀୟ ଯେ, ମୋଟରା ଷ୍ଟାଡୟମରେ ଫ୍ୟାନଙ୍କୁ ମ୍ୟାଚ୍ ଦେଖିବାର ଅନୁମତି ଦିଆଯାଇଛି। ୧ ଲକ୍ଷ ୩୨ ହଜାର ଦର୍ଶକଙ୍କ ମ୍ୟାଚ୍ ଦେଖିବାର କ୍ଷମତା ଥିଲା ଏହି ଷ୍ଟାଡିୟମରେ ଅଧା ଦର୍ଶକ ଆସିବାର ଅନୁମତି ମିଳିଥିଲା। ଷ୍ଟାଡିୟମକୁ ୪୦ ହଜାର ଦର୍ଶକ ମ୍ୟାଚ୍ ଦେଖିବାକୁ ଆସିଥିଲେ। ଏହି ଷ୍ଟାଡିୟମର ଉଦଘାଟନ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜେ କରିଥିଲେ। ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମର ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ରାଖାଯାଇଛି।

ସମ୍ବନ୍ଧିତ ଖବର