PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ପୂର୍ବ ଅପେକ୍ଷା ଅଧିକ ଦମଦାର୍ ‘ତାନାଜୀ’ର ନୂଆ ଟ୍ରେଲର, ହେଉଛି ଭାଇରାଲ

ମୁମ୍ବାଇ ୧୬/୧୨: ଅଜୟ ଦେବଗନ୍, ସୈଫ୍ ଅଲ୍ଲୀ ଖାନ୍ ଓ କାଜୋଲ ଷ୍ଟାରର ଆଗାମୀ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିୟର’କୁ ଅପେକ୍ଷା କରିଛନ୍ତି ଦର୍ଶକ । କିନ୍ତୁ ଫିଲ୍ମ ରିଲିଜ ପୂର୍ବରୁ ଅଜୟ ଦେବଗନ୍ ନିଜ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ କରିଦେଇଛନ୍ତି ।

କିଛି ସମୟ ପୂର୍ବରୁ ଏହି ଟ୍ରେଲରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଅଜୟ ଦେବଗନ୍ । ଏହା ପରେ ସୋସିଆଲ ମିଡିଆରେ #TanhajiTrailer2 ଟ୍ରେଣ୍ଡ କରିବାରେ ଲାଗିଛି । ପୂର୍ବ ଅପେକ୍ଷା ଏହି ଟ୍ରେଲରରେ ଭିନ୍ନ ରୂପରେ ନଜର ଆସିଛନ୍ତି ଅଜୟ ଦେବଗନ୍ । ଏହି ଟ୍ରେଲରରେ ସୈଫ୍ ଅଲ୍ଲୀ ଖାନ୍ ଓ କାଜୋଲ ମଧ୍ୟ ଅନେକ ଶଟ୍ସରେ ନଜର ଆସୁଛନ୍ତି । ସାରା ଟ୍ରେଲରରେ ଜୋଶ୍, ଜୁନୁନ୍ ଓ ଇମୋଶନର ତଡକା ନଜର ଆସୁଛି ।

କହିରଖୁଛୁ ତାନାଜୀ ମାଲୁସରେଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମ ଅଜୟଙ୍କ କ୍ୟାରିୟରର ୧୦୦ ତମ ଫିଲ୍ମ । ଫିଲ୍ମର ଉଭୟ ଟ୍ରେଲର ବହୁତ ଦମଦାର୍ ହୋଇଛି । ପ୍ରଥମ ଟ୍ରେଲରଟିକୁ ବହୁତ ପସନ୍ଦ କରିଥିଲେ ଦର୍ଶକ । ଏବେ ଏହି ଦ୍ୱିତୀୟ ଟ୍ରେଲରକୁ ମଧ୍ୟ ଖୁବ୍ ପ୍ରଶଂସା କରୁଛନ୍ତି ୟୁଜର୍ସ । ଫିଲ୍ମରେ କାଜୋଲ, ଅଜୟ ଦେବଗନ୍, ସୈଫ୍ ଅଲ୍ଲୀ ଖାନଙ୍କ ସହିତ ଶରଦ କେଲକର ଓ ପଙ୍କଜ ତ୍ରିପାଠୀଙ୍କ ଭଳି କଳାକାର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । କହିରଖୁଛୁ ଏହି ଫିଲ୍ମ ୧୦ ଜାନୁୟାରୀ ୨୦୨୦ରେ ରିଲିଜ ହେବ ।

ସମ୍ବନ୍ଧିତ ଖବର