ଶୀଘ୍ର ଓଜନ କମାଇବାକୁ ଚାହୁଁଛନ୍ତି, ଦେଖନ୍ତୁ ‘ହରର୍‌ ଫିଲ୍ମ’

ରାତିରେ ଏକୁଟିଆ ଘରେ ବସି ହରର୍‌ ଫିଲ୍ମ ଦେଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ଓଜନ ହ୍ରାସ ସହିତ ଏହାର ସମ୍ପର୍କ ଅଛି ଜାଣିବା ପରେ ଆପଣ ହୁଏତ ଏ ବିଷୟରେ ଟିକିଏ ଚିନ୍ତା କରିବେ । ୱେଷ୍ଟମିନଷ୍ଟର ୟୁନିଭର୍ସିଟିର ଏକ ସଦ୍ୟତମ ଅଧ୍ୟୟନ ଅନୁସାରେ, ହରର୍‌ ଫିଲ୍ମ ଦେଖିବା ଦ୍ୱାରା କ୍ୟାଲୋରି ହ୍ରାସ ହୋଇପାରେ ଏବଂ ତାହା ଓଜନ ହ୍ରାସରେ ସହାୟକ ହୋଇଥାଏ । ୯୦ ମିନିଟ୍‌ ବା ତା’ଠୁ ଅଧିକ ସମୟର ସମ୍ପୂର୍ଣ୍ଣ ହରର୍‌ ଧର୍ମୀ ଫିଲ୍ମ ହାରାହାରି ୧୧୩ କ୍ୟାଲୋରି ହ୍ରାସ କରିପାରେ ।

ସାଧାରଣତଃ ୩୦ ମିନିଟ୍‌ ଚାଲିବା ପରେ ଆପଣ ଏତିକି କ୍ୟାଲୋରି ହ୍ରାସ କରିପାରିବେ । ପ୍ରକୃତରେ ଫିଲ୍ମଟି ଯେତେ ଭୟ ସୃଷ୍ଟି କରିବ, ଶରୀରରେ ସେତେ ଅଧିକ କ୍ୟାଲୋରି ହ୍ରାସ ପାଇବ ବୋଲି ଗବେଷକମାନେ କହିଛନ୍ତି । ୧୦ ଜଣଙ୍କ ଉପରେ ଅଧ୍ୟୟନ ପରିଚାଳିତ ହୋଇଥିଲା । ସେମାନଙ୍କ ହୃତ୍‌ସ୍ପନ୍ଦନ, ଅମ୍ଳଜାନ ଗ୍ରହଣ ଓ ଅଙ୍ଗାରକାମ୍ଳ ତ୍ୟାଗରେ ଗବେଷକମାନେ ବୃଦ୍ଧି ଲକ୍ଷ୍ୟ କରିଥିଲେ । ଚିତ୍କାର କରିବା ଓ ଡେଇଁବା ଆଦି ମାଧ୍ୟମରେ ହରର୍‌ ଫିଲ୍ମ ମାନସିକ ଚାପକୁ ପ୍ରେରିତ କରେ । ଅତିଶୟ ଭୟ, ଉଦ୍‌ବେଗ ଦ୍ୱାରା ଭୋକ ଦମନ ହୁଏ ଏବଂ ମେଟାବଲିକ୍‌ ହାର ବୃଦ୍ଧିପାଏ । ତେଣୁ ଯଦି ଶୀଘ୍ର ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ହରର୍‌ ଫିଲ୍ମ ଦେଖନ୍ତୁ ।

   ସମ୍ବନ୍ଧିତ ଖବର


ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ