PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନୂଆବର୍ଷରୁ ଟିଭି ଦେଖିବା ହେବ ଶସ୍ତା, ୧୩୦ ଟଙ୍କାରେ ମିଳିବ ୨୦୦ ଚ୍ୟାନେଲ୍

ନୂଆଦିଲ୍ଲୀ,  ୦୧|୦୧:  ନୂଆବର୍ଷରେ ଟିଭି ଦେଖୁଥିବା ଦର୍ଶକଙ୍କ ପାଇଁ ଏକ ଖୁସି ଖବର। ନୂଆବର୍ଷରେ ଟିଭି ଦେଖିବା ଶସ୍ତା ହୋଇଯିବ। ଦର୍ଶକଙ୍କୁ ଡିଟୁଏଚ୍ ବିଲ୍ କମ ପଡିବ। ଟେଲିକମ୍ ରେଗୁଲେଟର ବା ଟ୍ରାଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଏବେ ଉପଭୋକ୍ତାଙ୍କୁ ନେଟଓ୍ୱର୍କ କ୍ୟାରେଜ୍ ଫିସ୍ ବାବଦରେ ୧୩୦ ଟଙ୍କା ଦେବାକୁ ପଡିବ। ଏଥିରେ ଦର୍ଶକ ୨୦୦ଟି ଚ୍ୟାନେଲ୍ ଫ୍ରିରେ ଦେଖିପାରିବେ।

ଗ୍ରାହକଙ୍କୁ ମିଳିବ ୩୩ ପ୍ରତିଶତ ଡିସକାଉଣ୍ଟ୍

ଟ୍ରାଇ ନୂଆ ଟାରିଫ୍ ଅର୍ଡର ଜାରି କରିଛି। ଏଥିରେ ନେଟଓ୍ୱର୍କ କାପାସିଟି ଫି ୧୩୦ ଟଙ୍କା ହେବ। ଏଥିରେ ଆପଣ ୨୦୦ଟି ଚ୍ୟାନେଲ ଦେଖିପାରିବେ। ୧୬୦ ଟଙ୍କାରେ ୫୦୦ଟି ଚ୍ୟାନେଲ ଉପଭୋଗ କରିହେବ। ଅନ୍ୟ ଟିଭି କନେକ୍ସନ ପାଇଁ କମ୍ ଚାର୍ଜ୍ ଲାଗିବ। ଏଥିପାଇଁ ମାତ୍ର ୫୨ ଟଙ୍କା ଦେବାକୁ ହେବ।

ଟିଭି ବ୍ରଡକାଷ୍ଟରମାନେ ୧୯ ଟଙ୍କାର ଚ୍ୟାନେଲ୍ ବୁକେରେ ଦେଇପାରିବେ ନାହିଁ। କେବଳ ୧୨ ଟଙ୍କାରୁ କମ୍ ଚ୍ୟାନେଲ୍ ବୁକେରେ ଦିଆଯାଇ ପାରିବ। ଏଥିରେ ଉପଭୋକ୍ତାଙ୍କୁ ପ୍ରାୟ ୩୩ ପ୍ରତିଶତ ରିହାତି ମିଳିବ।

ମାର୍ଚ୍ଚ ୧ରୁ ଲାଗୁ ହେବ ନୂଆ ଦର

ବ୍ରଡକାଷ୍ଟର୍ ଜାନୁଆରୀ ୧୫ ଯାଏଁ ନିଜ ଚ୍ୟାନେଲର ଦରରେ ପରିବର୍ତ୍ତନ କରିପାରିବେ। ଜାନୁଆରୀ ୩୦ ସୁଧା ସମସ୍ତ ଚ୍ୟାନେଲର ଦର ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୧ରୁ ନୂଆ ଦର ଲାଗୁ ହେବ।