PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଭଙ୍ଗା ଆଜବେଷ୍ଟସ ଘର ଭିତରୁ ମିଳିଲା ଚିଙ୍ଗୁଡି ଘେରି ଜଗୁଆଳୀଙ୍କ ମୃତଦେହ


ବାସୁଦେବପୁର,୨ ।୬ ବାତ୍ୟାର ୭ ଦିନ ପରେ ଚିଙ୍ଗୁଡି ଘେରି ଜଗୁଆଳୀଙ୍କ ମୃତଦେହ ମିିଳିଛି । ଜଗୁଆଳୀଙ୍କ ଘର ପଶ୍ଚିମବଙ୍ଗ ମେଦିନାପୁର ଥାନା ଧନଡିଗ୍ରୀ ଗ୍ରାମର ଅମୂଲ୍ୟ ଜାନି ।ବାସୁଦେବପୁର ବ୍ଲକ ବିନୋବାଭାବେନଗର ଗ୍ରାମରେ ଥିବା ଏକ ଚିଙ୍ଗୁଡିଘେରୀର ଆଜବେଷ୍ଟସ ଘର ବାତ୍ୟାରେ ଭାଙ୍ଗିଯାଇଥିଲା । ସେହି ଭଙ୍ଗା ଘର ଭିତରୁ ବୁଧବାର ଜଗୁଆଳୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ବାତ୍ୟା ଦିନ ଚିଙ୍ଗୁଡିଘେରୀ ଜଗୁଆଳି ଉକ୍ତ ଘର ଭିତରୁ ବାହାରକୁ ଆସି ନଥିଲେ । ବାତ୍ୟ ପରଦିନ ଉକ୍ତ ଜଗୁଆଳୀ ଅମୂଲ୍ୟଙ୍କୁ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ । ବୁଧବାର ଗ୍ରାମର କେତେକ ଲୋକ ଚିଙ୍ଗୁଡି ଘେରି ନିକଟକୁ ଯାଇଥିବା ବେଳେ ସେଠାରେ ଦୁର୍ଗନ୍ଧ ହୋଇଥିଲା । ପରେ ସେଠାରେ ଥିବା ଭଙ୍ଗା ଆଜବେଷ୍ଟସ ଘର ନିକଟକୁ ଯାଇ ଦେଖିଥିଲେ । ଏକ ଆଜବେଷ୍ଟସ ଭାଙ୍ଗି ଦେଖିବା ପରେ ଅମୂଲ୍ୟଙ୍କ ଗଳିତ ମୃତଦେହ ଦେଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା ।