‘ଏବର୍ଷ ମହାନଦୀରେ କମିବ ଜଳ ପ୍ରବାହ’- ଆଶଙ୍କା ପ୍ରକାଶ କଲେ ଜଳ ସମ୍ପଦ ମନ୍ତ୍ରୀ

କଟକ ୨୫।୨ : ଶୁଖିଲା ପଡ଼ିବ ମହାନଦୀ। ମହାନଦୀରେ ଜଳ ପ୍ରବାହ ଆହୁରି କମିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ। ‘ଅଣ ମୌସୁମୀ କାଳରେ ଚଳିତ ବର୍ଷ ଜଳ ପ୍ରବାହ କମିଛି। ଛତିଶଗଡ଼ ବ୍ୟାରେଜ କରିଥିବା କାରଣରୁ କ୍ରମାଗତ ଭାବରେ କମୁଛି ଜଳ ପ୍ରବାହ। ସେ ସମୟରେ ଛତିଶଗଡ଼ରେ ଭରପୁର ଜଳ ରହୁଛି। ଏସମସ୍ତ କଥା ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି।
ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ। ତେବେ ବିଧାନସଭା ବାହାରେ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ମାନିଛନ୍ତି ଯେ, ‘ତଳ ମୁଣ୍ଡରେ ବ୍ୟାରେଜ ପାଇଁ ଯେତିକି ଉଦ୍ୟମ କରିବା କଥା ଆମେ କରିନୁ । ତଳମୁଣ୍ଡରେ ବର୍ତ୍ତମାନ ବଡ଼ ପ୍ରକଳ୍ପ କରିବାର ନାହିଁ। ଆଗାମୀ ବର୍ଷରେ ଆହୁରି ଜଳ ପ୍ରବାହ କମିବ ଆଶଙ୍କା କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ।