PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବୁଢ଼ା ତରଭୁଜ ବିକାଳୀଙ୍କୁ ବାଡ଼ିରେ ମାଡ଼ ମାରିଲେ ଅତିରିକ୍ତ ତହସିଲଦାର : ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

ଝାରସୁଗୁଡ଼ା,୦୪/୦୬: ଚଳିତ କରୋନାର ଦ୍ୱିତୀୟ ଲହରରେ ଲୋକଙ୍କୁ ପୁଲିସ କିମ୍ୱା କୌଣସି ସରକାରୀ ଅଧିକାରୀ ଲକଡ଼ାଉନ କିମ୍ୱା ସଟ୍‌ଡ଼ାଉନ ଆଳରେ ମାଡ଼ ମାରିପାରିବେନି ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିବା ସହିତ ରାଜ୍ୟ ସରକାର ମଧ୍ୟ କାହାରିକୁ ଶାରୀରିକ ଦଣ୍ଡଦେବାକୁ ବାରଣ କରିଛନ୍ତି । କିନ୍ତୁ ଝାରସୁଗୁଡ଼ାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହିତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଉପରକୁ ଯାଇ ଝାରସୁଗୁଡ଼ା ଅତିରିକ୍ତ ତହସଲିଦାର ଯୋଗିତା ତିର୍କୀ ଜଣେ ବୃଦ୍ଧ ତରଭୁଜ ବିକାଳୀଙ୍କୁ ବାଡ଼ିରେ ମାଡ଼ ମାରିଥିବା ଭିଡ଼ିଓ ଭାଇରାଲ ହୋଇଛି ।

ବୁଧବାର ଦିନ ୧୧ଟା ସମୟରେ ଅତିରିକ୍ତ ତହସଲଦାର ଯୋଗିତା ତାଙ୍କ ବଲେରୋରେ ବାହାରି ହାତରେ ଏକ ଠେଙ୍ଗା ଧରି ଏଲ୍‌ଆଇସି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ପଇଡ଼ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ମାଡ଼ ମାରିଥିଲେ । ଏହା ସହିତ ବେହେରାମାଲ ତାରିଣୀ ମନ୍ଦିର ନିକଟରେ ତରଭୁଜ ବିକ୍ରି କରୁଥିବା ଜଣେ ବୃଦ୍ଧକୁ ମାଡ଼ ମାରିବା ସହିତ କେଜିପଲାକୁ ନେଇଯିବା ପାଇଁ ଟଣାଓଟରା କରିଥିଲେ । ବୃଦ୍ଧଜଣକ ଏହାକୁ ନନେବା ପାଇଁ ଅତିରିକ୍ତ ତହସିଲଦାରଙ୍କୁ ନେହୁରା ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ଏହାପରେ ବୁଢ଼ା ତରଭୁଜ ବିକାଳୀ ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଛନ୍ତି । ତାଙ୍କ ଗୋଡ଼ରେ ମାଡ଼ର ଦାଗ ଥିବା ମଧ୍ୟ ଦେଖାଇଛନ୍ତି । ବୃଦ୍ଧଙ୍କ ନିକଟରେ ଥିବା ଆଉ ଜଣେ ନାବାଳକକୁ ମଧ୍ୟ ମାଡ଼ ମାରିଥିବା ବୃଦ୍ଧ ଜଣକ ଅଭିଯୋଗ କରିଛନ୍ତି । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଅତିରିକ୍ତ ତହସିଲଦାର ଯୋଗିତା ତିର୍କୀଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ ।

ଏ ନେଇ ଝାରସୁଗୁଡ଼ା ତହସିଲଦାର କୁଳମଣି ରଣବିଡ଼ା ଓ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ସେମାନେ ଏ ସମ୍ପର୍କରେ କିଛି ଜାଣିନାହାନ୍ତି । ଅଭିଯୋଗ ଆସିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି । ଜଣେ ବୟସ୍କ ଲୋକଙ୍କୁ ରାସ୍ତା ଉପରେ ମାଡ଼ ମାରିବା ଅଧିକାର ଅତିରିକ୍ତ ତହସିଲଦାରଙ୍କୁ ଦେଲା କିଏ? କରୋନା ନାମରେ ଲୋକଙ୍କ ଉପରେ ଜୁଲୁମ କରିବା, ନିଜେ ସାମାଜିକ ଦୂରତା ବଜାୟ ନରଖି ବୁଢ଼ା ତରଭୁଜ ବିକାଳୀଙ୍କ ହାତରୁ ୱେଟ ମେସିନ ଟଣା ଓଟରା କରିବା କେତେ ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅତିରିକ୍ତ ତହସିଲଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ବୁଢ଼ା ତରବୁଜ ବିକାଳୀ ଓ ନାବାଳକଙ୍କୁ ମାଡ଼ ମାରିବା ଘଟଣାକୁ ଜିଲ୍ଲା କୃଷକ ସଂଗଠନ ସଭାପତି ଦିଲ୍ଲୀପ ବଢ଼େଇ ଦୃଢ଼ ନିନ୍ଦା କରିଛନ୍ତି । ଏହି ମାମଲାକୁ ନିଜେ ଜିଲ୍ଲାପାଳ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।