PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

‘ଜମି-ଘର ଦିଅ, ନହେଲେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ସାମୂହିକ ଆତ୍ମହତ୍ୟା କରିବୁ’…

ନୂଆପଡା, ୨୫।୨: ‘ଆମକୁ ପ୍ରଥମେ ଘର ଡିହ ଓ ଆବାସ ଯୋଜନାରେ ବାସ ଗୃହ ଯୋଗାଇ ଦିଅ । ତାପରେ ଆମକୁ ଜମିରୁ ଉଚ୍ଛେଦ କରନ୍ତୁ । ନଚେତ୍ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ସାମୂହିକ ଆତ୍ମହତ୍ୟା କରିବୁ ।’ ହାତରେ ପେଟ୍ରୋଲ ଧରି ବିକ୍ଷୋଭ କରି ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଜିଲ୍ଲାପାଳ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ସଦର ଏନ୍ ଏ ସି ୱାର୍ଡ ନମ୍ବର ୫ର ମଦ ଭାଟି ପଛ ପଟେ ବନ୍ଧ ହିଡ୍ ଉପରେ ୫୦ ବର୍ଷ ହେବ ୨୫ରୁ ଅଧିକ ପରିବାର ସରକାରୀ ଜମିରେ ଘର ତିଆରି କରି ରହି ଆସୁଛନ୍ତି । ତେବେ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ଏହି ସମସ୍ତ ପରିବାରକୁ ୨୪ଘଣ୍ଟା ମଧ୍ୟରେ ଘର ଖାଲି କରି ଚାଲିଯିଵା ପାଇଁ ନୋଟିସ କରିଥିଲେ । ଏହାର ପ୍ରତିବାଦରେ ପଡାର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ ।

ବନ୍ଧ ହିଡରେ ପୁରୁଷାନୁକ୍ରମେ ଘର କରି ରହୁଛନ୍ତି । ଏବେ ୨୪ ଘଣ୍ଟା ମଧ୍ୟରେ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତର ହେବା ସହଜ ନୁହଁ । ଏହାକୁ ବିରୋଧ କରି ମହିଳାମାନେ ଏକ ଦାବୀପତ୍ର ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଏ. ଡି. ଏମ. ଅଗସ୍ତି ପ୍ରଧାନ, ତହସିଲଦାର ଦେବେନ୍ଦ୍ର ରାଉତ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସରଜମିନ ତଦନ୍ତ କରି ଖୁବ୍ ଶୀଘ୍ର ଭୂମି ହିନ ମାନଙ୍କୁ ୪ ଡିସମିଲ୍ ଘର ଡିହ ପ୍ରଦାନ କରାଯିବ ଓ ପରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ମହିଳା ମାନେ ଫେରି ଯାଇଛନ୍ତି । ଏଥିରେ ଜିଲ୍ଲା ପ୍ରଶାସନ ଅବହେଳା କଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶନ୍ନ ପାଢ଼ୀ, ଗରିବ ସେନା ସଭାପତି ରବି ମଙ୍ଗରାଜ, ସ୍ବେଛାସେବୀ ରୋହିତ ସାହୁ, ହିତେଶ ସାହୁ,ନିର୍ମଳ ରାଉତ, ତାରା ସିଂ, ବିରୁ ମହାନନ୍ଦ,ପ୍ରମୁଖ ଉପସ୍ଥିତ ଥିଲେ.

ସମ୍ବନ୍ଧିତ ଖବର