ଛୋଟ କପଡ଼ା ପିନ୍ଧୁଥିଲା ଝିଅ, ବେଶ୍ୟା ଭାବି ମା’ ବାପା କରିଲେ ଏଭଳି କାମ…

୧୭ବର୍ଷ ବୟସର ଝିଅକୁ ନିଜ ବାପା ମା’ ବଡ଼ ନିଷ୍ଠୁର ଭାବେ କରିଛନ୍ତି ହତ୍ୟା। ନିଜ ଗର୍ଭରୁ ଜନ୍ମ ଦେଇଥିବା ଛୁଆ ସହିତ ଏହି ବାପା ମା’ ଏଥିପାଇଁ ହତ୍ୟା କରିଛନ୍ତି କାହିଁକା ନା ଝିଅର ଢ଼ଙ୍ଗରଙ୍ଗ ତଥା ପୋଷାକ ପିନ୍ଧିବା ଶୈଳୀ ତାଙ୍କୁ ପସନ୍ଦ ଆସୁନଥିଲା। ଦମ୍ପତିକୁ ଲାଗୁଥିଲା କି ଝିଅ ଛୋଟ କପଡ଼ା ପିନ୍ଧି ଖରାପ ଧନ୍ଦା କରିବାକୁ ଯାଉଛି ବୋଲି। ବେଶ୍ୟା ବୃତ୍ତି କରିବା ସନ୍ଦେହରେ ବାପା ମା’ ଦୁହେଁ ମିଶି ତାକୁ ମାରିଦେଇଛନ୍ତି।
ଶୈାଫିଲା ନାମକ ଏହି ନାବାଳିକାକୁ ପ୍ରଥମେ ସୋଫା ତଳେ ପକାଇଦେଇଥିଲେ। ତାପରେ ତା ମୁହଁରେ ପ୍ଲାଷ୍ଟିକ ବ୍ୟାଗ୍ ପୂରାଇ ଥିଲେ। ଆଉ ସେପର୍ଯ୍ୟନ୍ତ ତା ମୁହଁରେ ରଖିଥିଲେ ଯେପର୍ଯ୍ୟନ୍ତ ତାର ନିଶ୍ବାସ ଚାଲିଥିଲା। ଏହି ଘଟଣା ୨୦୦୩ ମସିହାର। ଏହା ପରେ ବାପା ଇଫ୍ତିଖାର ଅହମ୍ମଦ ଝିଅର ଶବକୁ ନିଜ କାର ଡ଼ିକିରେ ରଖିଥିଲା ଏବଂ ଘରଠାରୁ ୭୦ ମାଇଲ୍ ଦୂରରେ ଥିବା ବାରଟ୍ଟନ ନାମକ ଏକ ସ୍ଥାନରେ ଫୋପାଡ଼ି ଦେଇଆସିଥିଲା।
ଏହି ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଦମ୍ପତି ଘରେ ପହଞ୍ଚିଥିଲା। ମାତ୍ର ଝିଅ ଘରୁ ପଳାଇଯାଇଛି ବୋଲି ଦମ୍ପତି ପୁଲିସ କହିଛନ୍ତି।
ଉକ୍ତ ଘଟଣାର ସତ୍ୟାସତ୍ୟ ଏବେ ପଦାକୁ ଆସିଛି। ମୃତ୍ୟୁର ପୂର୍ବ ଘଟଣା ସମ୍ପର୍କରେ ଶୈାଫିଲା ତାର ଘନିଷ୍ଠ ବନ୍ଧୁ ସାନୀନ ମୁନୀରକୁ ସବୁ କହିଥିଲା। ଯେଉଁଥିରେ ବାପା ମା’ ଦୁଃବ୍ୟବହାର କରିବା ସହିତ ତାକୁ ଧମକାଉଛନ୍ତି ବୋଲି ସେ କହିଥିଲା।
ଶୈାଫିଲାର ବନ୍ଧୁର କହିବାନୁସାରେ, ବାପା ମା’ ତାକୁ ବେଶ୍ୟା ବୋଲି କହୁଥିଲେ ଏବଂ ତାକୁ ଜୀବନରୁ ମାରି ଦେବାକୁ ପ୍ରଥମରୁ ଧମକ ଦେଉଥିଲେ। ଯେଉଁ କାରଣରୁ ଶୈାଫିଲା ଘରୁ ପଳାଇଯିବାକୁ ଚାହୁଁଥିଲା। ଶୈାଫିଲା ଫରଜାନା ବାପା ମା’ଙ୍କର ବଡ଼ ଝିଅ ଥିଲା ବୋଲି ପୁଲିସ ସୂଚନା ଦେଇଛି।