କୋଣାର୍କରେ ‘ଫନି’ ସତର୍କତା ଜାରି: ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନର ପ୍ରସ୍ତୁତି

କୋଣାର୍କ ୩୦।୪: ମହାବାତ୍ୟା ‘ଫନି’ ନେଇ ଏବେ ପାଣିପାଗ ବିଭାଗ ବିଶେଷଜ୍ଞ ପୂର୍ବାନୁମାନ ଲଗାଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହା ଏବେ ଚେନ୍ନାଇଠାରୁ ୭୦୦ କିଲୋମିଟର ଦୂରରେ ଘନୀଭୂତ ହେଉଛି। ଆସନ୍ତାକାଲି ଫୋନି ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ। ତାପରେ ଏହା ଓଡ଼ିଶା ଉପକୂଳକୁ ଛୁଇଁବ ବୋଲି କୁହାଯାଇଛି।

ବାତ୍ୟାର ଗତି ପୁରୀ, ଭୁବନେଶ୍ବର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ବାରିପଦା ଓ କଲିକତା ଆଡ଼କୁ ରହିବ। ପୁରୀରେ ପହଞ୍ଚିଲା ବେଳକୁ ‘ ଫନି’ର ବେଗ ଘଣ୍ଟା ପ୍ରତି ପାଖାପାଖି ୧୩ କିମି ରହିଥିବ। ବିଶେଷକରି ଫୋନିର ପ୍ରଭାବରୁ ଚନ୍ଦ୍ରଭାଗାର ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁ କୋଣାର୍କଠାରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ଏ ନେଇ କୋଣାର୍କ ଏନ୍‌ଏସି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ମତ୍ସ୍ୟଜୀବୀମାନଙ୍କୁ ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ବା ସ୍କୁଲ ନିକଟକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିକଟରେ ଥିବା ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ସମସ୍ତ ପ୍ରକାର ଆନୁସାଙ୍ଗିକ ସୁବିଧାର ବନ୍ଦୋବସ୍ତ କରାଯାଉଛି।

ଅନ୍ୟପକ୍ଷରେ କୋଣାର୍କର ମୁଖ୍ୟ ବଜାର ଦେଇ ଯାଇଥିବା ଡ୍ରେନ୍‌ ଗୁଡିକର ସଫେଇ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକ ଆଗ୍ନିକ ମୁତୟନ ସହିତ ଜରୁରୀକାଳୀନ ପଦକ୍ଷେପ ନିଆଯିବା ସହିତ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା ଜୋରସୋର କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ସୂଚନା ଦିଆଯାଇଛି। ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବାକୁ ବି ଯୋଜନା ରହିଥିବା ସଂପର୍କରେ ନିର୍ବାହୀ ଅଧିକାରୀ ଏମ୍‌ .ଶ୍ରୀନିବାସନ୍‌ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ପୁଣି ଚର୍ଚ୍ଚାରେ କୋଲୟାମ ହାଇଓ୍ବେ: ରାସ୍ତା ସାରା ପଡିଛି ମଣିଷର ହାଡ ଓ ଖପୁରି,୧୦ ଲକ୍ଷ ଲୋକଙ୍କୁ ମାରି ପୋତି ଦିଆଯାଇଥିଲା

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଜୈବିକ ଉପାୟରେ କଳାଧାନ ଚାଷ କଲେ ଯୁବ ଇଞ୍ଜିନିୟର: କର୍କଟ ଓ ମଧୁମେହ ରୋଗୀଙ୍କ ପାଇଁ ଦେଲେ ଉପକାରୀ ଆହାର, ହେଲେ ଆଦର୍ଶ