PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ସୋଆରେ ଜଳବାୟୁ ପରିବର୍ତ୍ତନ କର୍ମଶାଳା; ‘ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଆହ୍ୱାନ’

ଭୁବନେଶ୍ୱର, ୪ା୪(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ପୃଥିବୀ ଉପରେ ଏହାର ଅନେକ ପ୍ରଭାବ ପଡ଼ିବ । ଏହାକୁ ଗୁରୁତ୍ୱର ସହ ନିଆଯିବା ଉଚିତ । କର୍ତ୍ତୃପକ୍ଷମାନେ ଏଭଳି ସମସ୍ୟାକୁ ସାମ୍ନା କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ । ଏଥିପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଇଣ୍ଡିଆନ୍‌ ମେଟ୍‌ରୋଲୋଜିକାଲ୍‌ ସୋସାଇଟି, ଭୁବନେଶ୍ୱର ଚାପ୍ଟର ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର (ସିଇସି) ମିଳିତ ଆନୁକୂଲ୍ୟରେ ବୁଧବାର ‘ସୂଯ୍ୟ, ପୃଥିବୀ ଓ ଜଳବାୟୁ’ ଶୀର୍ଷକରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଭୁବନେଶ୍ୱର ଆଇଆଇଟି ଏମିରିଟସ୍‌ ପ୍ରଫେସର ଉମାଚରଣ ମହାନ୍ତି କହିଛନ୍ତି, ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ୧୯୮୦ ରୁ ୨୦୦୦ ମଧ୍ୟରେ ଅନେକ ମାତ୍ରାରେ ବଢ଼ିଛି । ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଏପରି ଘଟୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ବିପର୍ଯ୍ୟସ୍ତ ହୋଇପଡୁଛି । ଏଥିପାଇଁ ଆମକୁ କିଛି କରିବାକୁ ପଡ଼ିବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି ।

କେନ୍ଦ୍ରୀୟ ପାଣିପାଗ ବିଭାଗର ପୂର୍ବତନ ଡାଇରେକ୍ଟର ଜେନେରାଲ୍‌ ଡ. ଅଜିତ ତ୍ୟାଗୀ ସମ୍ମିଳନୀରେ ଯୋଗ ଦେଇ କହିଲେ, ମନୁଷ୍ୟକୃତ କାର୍ଯ୍ୟକଳାପ କାରଣରୁ ତାପମାତ୍ରା ବଢ଼ିବାରେ ଲାଗିଛି । ଯଦି ଏହାକୁ ଆଗକୁ ବଢ଼ିବାକୁ ସୁଯୋଗ ଦିଆଯାଏ, ତେବେ ଆମେ ଅନେକ ସମସ୍ୟାରେ ପଡିବା । ଉଭୟ ଗବେଷଣା ପ୍ରତିଷ୍ଠାନ ଏବଂ ସିଭିଲ୍‌ ସୋସାଇଟିଗୁଡ଼ିକ ମଧ୍ୟ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ କରିବା ପାଇଁ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ୍‌ । ସୋଆ ପକ୍ଷରୁ ଗତ ଫେବ୍ରୁଆରୀ ମାସରେ ତିନି ଦିନିଆ ଇଣ୍ଟରନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ୍‌ ଅନ୍‌ ଥଣ୍ଡରଷ୍ଟର୍ମ ଆଣ୍ଡ ଲାଇଟ୍‌ନିଂ ଇନ୍‌ ଟ୍ରପିକ୍ସ ଆୟୋଜନ କରାଯାଇଥିଲା । ଏଥିରେ ଓଜ୍‌ଡମା ଏବଂ ଅନ୍ୟ ଚାରୋଟି ସଂସ୍ଥା ସହଯୋଗ କରିଥିବାରୁ ଡକ୍ଟର ତ୍ୟାଗୀ ପ୍ରଶଂସା କରିଥିଲେ । ସୋଆରେ ଇଞ୍ଜିନିୟରିଂ, ମେଡିକାଲ୍‌ ସାଇନ୍ସ ଏବଂ କୃଷି ବିଭାଗ ପାଠ୍ୟକ୍ରମ ଥିବାରୁ ଏଠାରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଗବେଷଣା କରାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଆଗାମୀ ୧୫ ରୁ ୨୦ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ କିଭଳି ପ୍ରଭାବ ପଡ଼ିବ ତାହା ଗବେଷକମାନେ ବର୍ତ୍ତମାନ ଚିନ୍ତା କରିବା ଉଚିତ ବୋଲି ସେ କହିଥିଲେ ।

ନୂଆଦିଲ୍ଲୀସ୍ଥିତ ଇଣ୍ଟିଗ୍ରେଟେଡ୍‌ ରିସର୍ଚ୍ଚ ଆଣ୍ଡ ଆକ୍ସନ୍‌ ଫର୍‌ ଡେଭଲପ୍‌ମେଣ୍ଟର ଉପ-ନିର୍ଦ୍ଦଶେକ ରୋହିତ ମଲହୋତ୍ରା କହିଲେ, ଜଳବାୟୁ ପରିବର୍ତ୍ତନ ସାରା ପୃଥିବୀ ପାଇଁ ଏକ ବଡ଼ ଆହ୍ୱାନ । ଏଥିପାଇଁ ଆମକୁ ଯଥାଶୀଘ୍ର ଏକାଠି ହୋଇ କାମ କରିବା ଉଚିତ୍‌ । ଏହି ସମସ୍ୟାକୁ ସାମ୍ନା କରିବାକୁ ପ୍ରଶାସନ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ୍‌ ବୋଲି ସେ କହିଥିଲେ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଖରାଦିନେ ରୌଦ୍ରତାପ ପ୍ରଚଣ୍ଡ ମାତ୍ରାରେ ବଢ଼ୁଛି । ତେଣୁ ଆଇଆର୍‌ଏଡି ଏନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଏବଂ ଭୁବନେଶ୍ୱର ମହାନଗର ନିଗମ ସହ ମିଳିତ ଭାବରେ ଏକ ହିଟ୍‌ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବା ନେଇ ଆଲୋଚନା କରିଛି । ୬ଟି ବିଶ୍ୱବିଦ୍ୟାଳୟରେ ଆଇଆର୍‌ଏଡି ପକ୍ଷରୁ ଜଳବାୟୁ ପରିବର୍ତ୍ତନ ନେଇ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି । ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଅଧିକ ସଂଖ୍ୟକ ଆପ୍ଲିକେସନ୍‌ ଓରିଏଣ୍ଟେଡ୍‌ ପାଠ୍ୟକ୍ରମ ଆରମ୍ଭ କରିବା ଉଚିତ ।

ସୋଆ ସିଇସିର ନିର୍ଦ୍ଦଶେକ ଡ. ଶରତ ଚନ୍ଦ୍ର ସାହୁ ଏହି ସମ୍ମିଳନୀରେ ଯୋଗ ଦେଇ କହିଲେ, ଭାରତରେ ପ୍ରତିବର୍ଷ ୨୫୦୦ରୁ ଅଧିକ ଲୋକଙ୍କର ବଜ୍ରପାତ ଓ ଝଡ଼ତୋଫାନରେ ମୃତ୍ୟୁ ହେଉଥିବାବେଳେ ଓଡ଼ିଶାରେ ପାଖାପାଖି ୪୦୦ ଲୋକଙ୍କ ମୃତ୍ୟୁ ହେଉଛି ।

ସମ୍ବନ୍ଧିତ ଖବର