ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି

ଭୁବନେଶ୍ୱର,୧୪/୦୫: ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତବର୍ଷ ମଧ୍ୟ ଏହି ସମୟରେ ଉପରାକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ୱାଭାବିକ ସମୟରେ ଅଗ୍ରସର ହୋଇଥିଲା ।  

ଗତବର୍ଷ ଜୁନ୍‌ ୮ରେ କେରଳ ଉପକୂଳରେ ୭ଦିନ ବିଳମ୍ବରେ ମୌସୁମୀ ପହଞ୍ଚିଥିଲା । ପାଖାପାଖି ୧୦ଦିନ ବିଳମ୍ବରେ ଜୁନ୍‌ ୨୨ ତାରିଖ ବେଳକୁ ଓଡ଼ିଶାକୁ ମୌସୁମୀ ଅଗ୍ରସର ହୋଇଥିଲା । ଗତବର୍ଷ ଗୁଜରାଟ ଉପକୂଳ ଛୁଇଁଥିବା ବିପର୍ଯ୍ୟୟ ବାତ୍ୟା ପ୍ରଭାବରେ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଗରମ ବାୟୁ ପ୍ରବେଶ କରିଥିଲା । ଏହାର ପ୍ରଭାବରୁ ଜୁନ ମାସ ପ୍ରାରମ୍ଭରେ ମୌସୁମୀ ପ୍ରବେଶ ବିଳମ୍ବିତ ହୋଇଥିଲା । ଫଳରେ ପ୍ରାୟ ୩୭% କମ୍‌ ବର୍ଷା ରେକର୍ଡ ହୋଇଥିଲା । ୧୨ଦିନ ଗ୍ରୀଷ୍ମପ୍ରବାହ ମଧ୍ୟ ଅନୁଭୂତ ହୋଇଥିଲା । ସାଧାରଣତଃ ମୌସୁମୀ ଆଣ୍ଡାମାନ ସାଗରକୁ ପ୍ରବେଶ ପରେ ବାତ୍ୟା ବା ଅବପାତ ସୃଷ୍ଟି ନ ହେଲେ କେରଳ ଏବଂ ଓଡ଼ିଶାରେ ସମୟ ପୂର୍ବରୁ ମୌସୁମୀ ପହଞ୍ଚିଥାଏ ।

ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ପାଗ ଅପରିବର୍ତ୍ତିତ ରହିବ । ୧୭ ତାରିଖ ଠାରୁ ରାଜ୍ୟର କିଛି ସ୍ଥାନରେ ତାତି ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୪ରେ କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି ଓ ନୟାଗଡ଼ର କିଛି ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ଅଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୫ରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ତାରିଖରେ ବି ବର୍ଷା ହୋଇପାରେ ।

ସୋମବାର ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରହିଛି । ସମ୍ବଲପୁରରେ ୩୯.୭, ସୁନ୍ଦରଗଡ଼ରେ ୩୯.୫, ହୀରାକୁଦରେ ୩୯.୧, ବଲାଙ୍ଗୀରରେ ୩୮.୯ ଓ ବରଗଡ଼ରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଛି ।

  • PrameyaOdia
  • prameya
  • Weather
  • Monsoon
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.