PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଭୀଷଣ ଗୁଳୁଗୁଳିରେ ଛଟପଟ ଜନଜବୀନ: ଆହୁରି ୩ ଦିନ ଜାରି ରହିବ ଅସହ୍ୟ ଗୁଳୁଗୁଳି, ଆଜି ୧୦ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର,୩୦/୦୫: ରାଜ୍ୟର ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ସବୁଠି ଏବେ ଅସହ୍ୟ ଗୁଳୁଗୁଳି । ତାତି ଅତ୍ୟଧିକ ନଥିଲେ ମଧ୍ୟ ଗୁଳୁଗୁଳିରେ ନାକେଦମ ଜନଜବୀନ । ପାଣିପାଗ ବିଭାଗ କହୁଛି, ଗୁଳୁଗୁଳି ପ୍ରକୋପ ଆହୁରି ପ୍ରାୟ ୩ ଦିନ ଜାରି ରହିବ । ଅନ୍ୟପକ୍ଷରେ ରବିବାରଠାରୁ ରାଜ୍ୟରେ କାଳବୈଶାଖୀ ବି ବଢ଼ିପାରେ । ଏହାସହ ପାରଦ ବି ୨ରୁ ୩ ଡିଗ୍ରୀ ବଢ଼ିପାରେ ।

ଶନିବାର ଭବାନୀପାଟଣା ୪୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ସିଝିଥିବାବେଳେ ସୋନପୁର ୪୧, ବଲାଙ୍ଗିର ୪୦.୩ ଡିଗ୍ରୀ ତାତିରେ ଛଟପଟ ହୋଇଥିଲା । ଫୁଲବାଣୀ ୩୯.୨ ଡିଗ୍ରୀ ଥିବାବେଳେ ସମ୍ବଲପୁର ୩୯.୬ ଡିଗ୍ରୀ ଥିଲା । ବାକି ଅଞ୍ଚଳରେ ତାତି ଅପେକ୍ଷାକୃତ କମ୍‌ ଥିଲେ ମଧ୍ୟ ଗୁଳୁଗୁଳି ଅସହ୍ୟ ଥିଲା । ଝାରସୁଗୁଡ଼ାରେ ପାରଦ ୩୮.୬ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୯୩% ରହିଥିଲା । ସେହିପରି ପାରାଦୀପରେ ଆର୍ଦ୍ରତା ପରିମାଣ ୮୭% ଥିବାବେଳେ ଚାନ୍ଦବାଲିରେ ୮୩, କଟକରେ ୮୦, ଭୁବନେଶ୍ୱରରେ ୭୮, ପୁରୀରେ ୮୫, ବାରିପଦାରେ ୮୫, କେନ୍ଦୁଝରରେ ୭୩, ସୁନ୍ଦରଗଡ଼ରେ ୭୯, ତାଳଚେରରେ ୭୪, ନୟାଗଡ଼ରେ ୮୫ ପ୍ରତିଶତ ଥିଲା । ଏଥିରୁ ଅନୁମାନ କରାଯାଇପାରେ ବାୟୁମଣ୍ଡଳରେ ଆର୍ଦ୍ରତା କେତେ ପରିମାଣରେ ଭରି ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହୁଥିବାରୁ ଭୀଷଣ ଗରମ ହେଉଛି । ଗୁଳୁଗୁଳି ସକାଳୁ ରାତି ଯାଏଁ ନାକେଦମ କରୁଛି । ଏଭଳି ସ୍ଥିତି ଆହୁରି ୩ ଦିନ ପ୍ରାୟ ରହିବ । ଅନ୍ୟପକ୍ଷରେ ବାତ୍ୟା ପରଠୁ ବାୟୁମଣ୍ଡଳରେ ବାଦଲ ରହିବା ଯୋଗୁ ଉତ୍ତର ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମ୍‌ ଅଛି । ଆସନ୍ତା ୨-୩ ଦିନ ଭିତରେ ପାରଦ ୨ରୁ ୩ ଡିଗ୍ରୀ ବଢ଼ିପାରେ । ତେବେ କାଳବୈଶାଖୀ ବଢ଼ିବ ।

ରବିବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ଅଛି । କେରଳ ଉପକୂଳକୁ ମୌସୁମୀ ୩୧ ତାରିଖ ସୁଦ୍ଧା ପହଞ୍ଚିପାରେ । ଏପଟେ ରାଜ୍ୟରେ ଏଣିକି ପ୍ରାକ୍‌ ମୌସୁମୀ ବର୍ଷା ବି ହୋଇପାରେ ।