PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କେରଳରେ ମୌସୁମୀ ପାଇଁ ବାଟ ଅନୁକୂଳ, ଓଡ଼ିଶାକୁ ଟାଣି ଆଣିବ ଲଘୁଚାପ : ଜୁନ୍‌ ୧୧ରୁ ମୌସୁମୀ ବର୍ଷା

ଭୁବନେଶ୍ୱର୦୩/୦୬; କେରଳ ଉପକୂଳକୁ ଗୁରୁବାର ସୁଦ୍ଧା ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏ ନେଇ ବାତାବରଣ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି, ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ହେବାକୁ ଯାଉଛି । ଯାହାକି ମୌସୁମୀକୁ ଟାଣି ଆଣି ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ପହଞ୍ଚାଇ ଦେବ ଓଡ଼ିଶାରେ । ତେଣୁ ଆସନ୍ତା ୧୧ ତାରିଖ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ । ଠିକଣା ସମୟରେ ବର୍ଷା ହେଲେ ଚାଷ କାମ ଆଗେଇବାକୁ ସହାୟକ ହେବ ।

ଡକ୍ଟର ପଶୁପାଳକ କହିଛନ୍ତି, ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୂଳ ରହିବ । ଏନ୍‌ସିଇପିର ଜିଏଫ୍‌ଏସ୍‌ ମଡେଲ୍‌ କହୁଛି, ଆସନ୍ତା ୫ ତାରିଖ ପରେ ପଶ୍ଚିମା ପବନ ମୋଡ଼ି ହୋଇ ଉତ୍ତରକୁ ପ୍ରବାହିତ ହେବ । ୧୦ ତାରିଖରେ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳଭାଗରେ ସୃଷ୍ଟି ହୋଇପାରେ । ପ୍ରାଥମିକ ଆକଳନରୁ ଜଣାପଡ଼ୁଛି, ଜୁନ୍‌ ୧୦ କିମ୍ବା ୧୧ରେ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇ ସାରା ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ କମ୍‌ ବର୍ଷା ହୋଇପାରେ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବି ବର୍ଷା ସମ୍ଭାବନା ଅଛି । ଆସନ୍ତା ୭ ତାରିଖବେଳକୁ ସମ୍ଭାବ୍ୟ ଲଘୁଚାପ ବାବଦରେ ଚିତ୍ର ଅଧିକ ସ୍ପଷ୍ଟ ହେବ । ଯଦି ବି ଲଘୁଚାପ ନ ହୁଏ, ତା’ହେଲେ ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ମୌସୁମୀ ସେତେବେଳକୁ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହୋଇ ଜୁନ୍‌ ୧୧ ତାରିଖ ବେଳକୁ ବର୍ଷା କରାଇବ ଓଡ଼ିଶାରେ ।

ଗତ ୨୪ ଘଣ୍ଟା ଭିତରେ ଓଡ଼ିଶାର ଅନେକ ଜାଗାରେ କାଳବୈଶାଖୀ ବର୍ଷା ହୋଇଛି । ତାପମାତ୍ରା କମିଥିଲେ ବି ଗୁଳୁଗୁଳି ପ୍ରକୋପ ଜାରି ରହିଛି । ଭୁବନେଶ୍ୱରରେ ଆଜି ଦିନ ତାପମାତ୍ରା ୩୫ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୧୦୦% ଥିଲା । ଭୀଷଣ ଗୁଳୁଗଳି ଅସହ୍ୟ ହେଉଥିବାବେଳେ ଅପରାହ୍‌ଣରେ ପ୍ରାୟ ୨୦ ମିଲିମିଟର ବର୍ଷା ହୋଇଥିଲା । କଟକ ତାପମାତ୍ରା ୩୩.୬ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୯୫% ଥିଲା । ସେଠାରେ ବି ୧୯.୫ ମିମି ବର୍ଷା ହୋଇଥିଲା ଅପରାହ୍‌ଣରେ । ଫୁଲବାଣୀରେ ଆର୍ଦ୍ରତା ୯୮% ଥିବାବେଳେ ୩୮ ମିମି ବର୍ଷା ହୋଇଛି । ପାରଳାଖେମୁଣ୍ଡିରେ ଆଜି ଦିନବେଳା ୫୬ ମିମି ବର୍ଷା ଢାଳିଛି ।

ପାଣିପାଗ ବିଭାଗ କହିଛି, ଗୁରୁବାର ୨୨ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଓଡ଼ିଶା (କଟକ, ଯାଜପୁର, ଖୋର୍ଦ୍ଧା) ସମେତ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଜପତି, ସୁନ୍ଦରଗଡ଼, କୋରାପୁଟ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ଅଛି ।