PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଡେରି କରୁଛି ମୌସୁମୀ: ଜୁନ୍ ୩ରେ କେରଳ , ଓଡ଼ିଶାରେ ରଜ ପରେ ମୌସୁମୀ ବର୍ଷା

ଭୁବନେଶ୍ୱର,୩୧/୦୫: ଅନୁମାନ କରାଯାଉଥିଲା, ମେ’ ୩୧ ତାରିଖବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳ ଛୁଇଁଯିବ । ମାତ୍ର ଏବେ ପାଣିପାଗ ସ୍ଥିତି ସେମିତି ନାହିଁ । ପାଗ ଅନୁକୂଳ ହେବାକୁ ଆହୁରି କିଛି ସମୟ ଲାଗିବ । ମୌସୁମୀ କେରଳ ଉପକୂଳରେ ପ୍ରବେଶ କରିବାକୁ ଆହୁରି ୩-୪ ଦିନ ଲାଗିବ । ସମ୍ଭବତଃ ଜୁନ୍‌ ୩ ତାରିଖବେଳକୁ କେରଳ ଛୁଇଁବ ମୌସୁମୀ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ତାଜା ପୂର୍ବାନୁମାନ ଜାରି କରିଛି । କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ମୌସୁମୀ ଏଥର ବିଳମ୍ବ ହେବ । ଜୁନ୍‌ ୧୪ ତାରିଖ ପରେ ହିଁ ମୌସୁମୀ ଓଡ଼ିଶାରେ ପହଞ୍ଚିପାରେ ।

ପାଣିପାଗ ବିଭାଗ କହିଛି, କେରଳ ଯେଉଁଭଳି ବର୍ଷା ଆଜି ଆଶା କରାଯାଉଥିଲା, ତାହା ଏଯାଏଁ ହୋଇନି । ବରଂ ଆଜି ବର୍ଷା ପରିମାଣ କମିଛି । ପଶ୍ଚିମ ପଟୁ ଆସୁଥିବା ପବନ ପ୍ରବାହ ବେଗ ୪.୫ କିଲୋମିଟରରୁ ଅଧିକ ବଢ଼ିନି । ଜୁନ୍‌ ୧ରୁ ବର୍ଷା ବଢ଼ିବ କେରଳ ଉପକୂଳରେ । ଏହାସହ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିବ ।୩ ତାରିଖବେଳକୁ କେରଳରେ ପ୍ରବେଶ କରିବ ମୌସୁମୀ ।

କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ପଶୁପାଳକ କହିଛନ୍ତି, ପାଣିପାଗର ଉପାଦାନ ଅନୁଯାୟୀ କେରଳ ଓ କର୍ଣ୍ଣାଟକ ଉପକୂଳରେ ବର୍ଷା ହେଉଛି । ମାତ୍ର ଯାହା ପୂର୍ବରୁ ଆକଳନ କରାଯାଇଥିଲା, ତା’ଠାରୁ ବହୁତ କମ୍‌ । ଜୁନ୍‌ ୪ ସୁଦ୍ଧା ମୌସୁମୀ କେରଳ ଛୁଇଁଲେ ମଧ୍ୟ ପ୍ରାରମ୍ଭିକପର୍ଯ୍ୟାୟରେ ଏହା ଦୁର୍ବଳ ରହିବ । ୮ରୁ ଭଲ ବର୍ଷା ହେବ । ଯଦିଓ କର୍ଣ୍ଣାଟକରେ ଭାରି ବର୍ଷା ଲାଗି ରହିବ ।

 ଓଡ଼ିଶାରେ ରଜ ଆଗରୁ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ନାହିଁ । ଏମଜିଓ ପୂର୍ବ ମୁହାଁ ହେବା ଯୋଗୁ ବଙ୍ଗୋପସାଗରର ପୂର୍ବ ଉପକୂଳରେ ମୌସୁମୀ ସକ୍ରିୟ ଅଛି । ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏହା ସକ୍ରିୟ ନାହିଁ । ଜିଇଏଫଏସ୍‌ ଓ ଇସିଏମଡବ୍ଲୁଏଫ୍‌ ମଡେଲ୍‌ କହୁଛି ଯେ ଏଠି ମେଘ ଗଠନ (ନିମ୍ନ ବାୟୁମଣ୍ଡଳରେ) ହେବାରେ ଅସୁବିଧା ହେଉଛି । ଲଘୁଚାପ ଦ୍ୱାରା ମୌସୁମୀକୁ ଦକ୍ଷିଣରୁ ଟାଣିବା ପାଇଁ ପରିସ୍ଥିତି ଅନୁକୂଳ ନୁହେଁ । ବର୍ତ୍ତମାନ ଯଦିଓ ଆରବ ସାଗରରୁ ପବନ ଓଡ଼ିଶାର ନିମ୍ନ ବାୟୁମଣ୍ଡଳରେ ବହୁଛି, କିନ୍ତୁ ଆରବ ସାଗରୀୟ ମୌସୁମୀ ବାୟୁ ରାଜ୍ୟକୁ ଜୁନ୍‌ ୧୪ ପୂର୍ବରୁ ବହିବା ସମ୍ଭାବନା କମ୍‌ । ଜୁନ୍‌ ପ୍ରଥମ ସପ୍ତାହ ପରେ ଏ ନେଇ ଅଧିକ ଠିକ୍‌ ଭାବେ କହିହେବ । ତେବେ ରାଜ୍ୟରେ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଲାଗି ରହିବ । ଗୁଳୁଗୁଳି ଜାରି ରହିବ । 

ରାଜ୍ୟରେ ଏବେ ପୁଣି ଗରମ ଓ ଗୁଳୁଗୁଳି ପ୍ରକୋପ ବଢ଼ିଛି । ରାଜ୍ୟର ୬ଟି ସ୍ଥାନରେ ରବିବାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ଟିଟିଲାଗଡ଼ ସର୍ବାଧିକ ୪୨ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଭବାନୀପାଟଣା ୪୧.୫, ବଲାଙ୍ଗିର ୪୧.୨, ମାଲକାନଗିରି ୪୧, ସୋନପୁର ୪୦.୬, ବୌଦ୍ଧ ତାପମାତ୍ରା ୪୦ ଡିଗ୍ରୀ ଥିଲା । ସମ୍ବଲପୁର ତାପମାତ୍ରା ୩୯.୮ ଓ ହୀରାକୁଦ ୩୯.୧ ଡିଗ୍ରୀ ରହିଥିଲା । ଉପକୂଳ ସମେତ ରାଜ୍ୟ ତମାମ ଗୁଳୁଗୁଳି ପ୍ରକୋପ ଭୀଷଣ ରହିଛି । ପ୍ରାୟତଃ ଆର୍ଦ୍ରତା ପରିମାଣ ୭୦ରୁ ୮୦% ଉପରେ ରହୁଛି ।

 ପାଣିପାଗ ବିଭାଗ କହୁଛି, ଆସନ୍ତା ୩ ଦିନ ରାଜ୍ୟରେ କାଳବୈଶାଖୀ ପ୍ରକୋପ ଅଧିକ ରହିବ । ସୋମବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧକାଳବୈଶାଖୀ ପ୍ରଭାବରେ ବର୍ଷା ସହ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।