ଭୁବନେଶ୍ୱର,୧୪/୦୧: ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବ । ଆସନ୍ତା ଦୁଇଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩-୫ ଡିଗ୍ରୀ ଖସିବ । ଉପକୂଳ ଓଡ଼ିଶାରେ ୨-୩ ଡିଗ୍ରୀ କମିପାରେ । ଏହାସହ ରାଜ୍ୟରେ ଆସନ୍ତା ଦୁଇଦିନ ମଧ୍ୟମରୁ ଘନ କୁହୁଡ଼ି ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ମଙ୍ଗଳବାର ରାତିରେ ଖୋର୍ଦ୍ଧା, ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଜାଗାରେ ମଧ୍ୟମରୁ ଘନ କୁହୁଡ଼ି ଘେରିଥିଲା। ସକାଳ ୯ଟା ଯାଏଁ ଛାଡ଼ିନଥିଲା କୁହୁଡ଼ି। ମଙ୍ଗଳବାର ରାତିରେ ରାଜ୍ୟ ତମାମ ଶୀତ ନଥିଲା । ମାତ୍ର ବୁଧବାର ରାତିରୁ ଶୀତ ସାମାନ୍ୟ ବଢ଼ିଛି ।
ପାଣିପାଗ ବିଭାଗ କହିଛି, ଗୁରୁବାର ସକାଳେ ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଖୋର୍ଦ୍ଧା, କଟକ, ଢେଙ୍କାନାଳରେ ଘନ କୁହୁଡ଼ି ଘେରିପାରେ । ଶୁକ୍ରବାର ପର୍ଯ୍ୟନ୍ତ କୁହୁଡ଼ି ସମ୍ଭାବନା ଅଛି ।