PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଦୁଇ ଦିନ ପରେ ଶୀତ କମିବ, ରାଜ୍ୟରେ ଘନ କୁହୁଡ଼ି ନେଇ ସତର୍କ ସୂଚନା

source:www.telegraphindia.com

ଭୁବନେଶ୍ୱର,୧୯/୦୧: ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହା ପରେ ଲଗାତର ତିନି ଦିନ ଯାଏ ସର୍ବନିମ୍ନ ତାପମାତ୍ରା ବଢ଼ିବ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ । ଫଳରେ ଶୀତ କମିବ । ଆଞ୍ଚଳିକ ପାଣିପାଗ ବିଭାଗ ମଙ୍ଗଳବାର ଏଭଳି ପୂର୍ବାନୁମାନ କରିଛି । ବୁଧବାର ରାଜ୍ୟରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ମଙ୍ଗଳବାର ଦାରିଙ୍ଗିବାଡ଼ି ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୯.୮, ବାରିପଦାରେ ୧୦.୫, ଚାନ୍ଦବାଲିରେ ୧୦.୮, ନୟାଗଡ଼ରେ ୧୧, ବାଲେଶ୍ୱରରେ ୧୧.୫, ହାରୀକୁଦରେ ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ଥିଲା ।