PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଏମିତି ଛଟପଟ କରିବ ତାତି: ଆହୁରି ୨ରୁ ୩ ଦିନ ୭ ଜିଲ୍ଲାରେ ଭୀଷଣ ଗରମ, ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨୮/୦୨: ଏମିତି ଗରମ ବୋଧହୁଏ ଫେବୃଆରୀରେ କେବେ ନଥିଲା । ସାରା ଦେଶ ପାଇଁ ଭୁବନେଶ୍ୱର ଯେମିତି ଗୋଟିଏ ଉତ୍ତପ୍ତ ପିଣ୍ଡ ପାଲଟିଛି । ଲଗାତାର ୪ ଦିନ ହେବ ଭୁବନେଶ୍ୱର ଭାରତର ସବୁଠୁ ଉତ୍ତପ୍ତ ସହର ରହିଛି । ପ୍ରତିଦିନ ରେକର୍ଡ ଭାଙ୍ଗି ଚାଲିଛି ଭୁବନେଶ୍ୱର ତାତି । ଶନିବାର ପୁଣି ଥରେ ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଛି ପାରଦ । ସ୍ୱାଭାବିକଠାରୁ ୭ ଡିଗ୍ରୀ ସେଲସିୟସ୍‌ ଉପରକୁ ଉଠି ତାପମାତ୍ରା ୪୦.୬ ଡିଗ୍ରୀରେ ପହଞ୍ଚିଛି ।ଭୁବନେଶ୍ୱର ସମେତ ରାଜ୍ୟର ୬ଟି ସହରରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଛି ।

ପାଣିପାଗ ପୂର୍ବାନୁମାନ ଯାହା, ଏବେ ନିସ୍ତାର ନାହିଁ ତାତିରୁ । ଆହୁରି ୨/୩ ଦିନ ଏମିତି ଛଟପଟ କରିବ ଅସ୍ୱାଭାବିକ ଗରମ । ତା’ପରେ ସାମାନ୍ୟ କମିପାରେ । ହେଲେ ୬ରୁ ପୁଣି ଜଳିବ ସାରା ଓଡ଼ିଶା ।

ପାଣିପାଗ ବିଭାଗ ସତର୍କ କରାଇଛି, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, ମୟୂରଭଞ୍ଜ ସମେତ ଭୁବନେଶ୍ୱର ସହରରେ ଆସନ୍ତା ୨ଦିନ ଭୀଷଣ ଗରମ ଅନୁଭୂତ ହେବ । ଏପରିକି ସ୍ୱାଭାବିକ ଠାରୁ ୫ଡିଗ୍ରୀ ଅଧିକ ରହିପାରେ ପାରଦ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତା ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ।

ଗତ ଦଶନ୍ଧିରେ (୨୦୧୧-୨୦୨୦) ମାତ୍ର ଦୁଇଥର ଭୁବନେଶ୍ୱର ତାପମାତ୍ରା ଫେବ୍ରୁଆରୀରେ ୪୦ ଡିଗ୍ରୀ ପାର୍‌ କରିଥିଲା । ୨୦୧୨ରେ ୪୦.୧ ଓ ଆଉ ୨୦୧୬ରେ ୪୦.୯ ଡିଗ୍ରୀ ଥିଲା । କିନ୍ତୁ, ଚଳିତବର୍ଷ ଅସମ୍ଭାଳ ସ୍ଥିତି ଉପୁଜିଲାଣି ଭୁବନେଶ୍ୱରରେ । ଶୁକ୍ରବାର ୪୦.୪ ଡିଗ୍ରୀ ଥିବାବେଳେ ଆଜି ୪୦.୬ ଡିଗ୍ରୀ । ଗୁରୁବାର ଥିଲା ୩୯.୪ ଡିଗ୍ରୀ । ଅର୍ଥାତ୍‌ ଦୁଇଦିନରେ ପାରଦ ୧.୨ ଡିଗ୍ରୀ ବଢ଼ିଲାଣି ।ଗରମ ପ୍ରକୋପ ଏମିତି ଯେ ଦିନ ୧୧ଟା ପରେ ବାହାରକୁ ଆସିଲେ ନିଆଁ ବର୍ଷିଲା ଭଳି ଲାଗୁଛି । ତତଲା ପବନରେ ଦେହ ହାତ ସିଝିଯାଉଛି ।
ଆଭ୍ୟନ୍ତରୀଣଠାରୁ ଉପକୂଳ ସ୍ଥିତି ବେଶି ସାଂଘାତିକ ।

କଟକରେ ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ଡେଇଁ ୩୮.୧ ଡିଗ୍ରୀ ଛୁଇଁଛି । ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଆଜିର କଟକ ତାପମାତ୍ରା । ୨୦୧୧ରୁ ୨୦୨୦ ଭିତରେ କଟକରେ କେବେ ବି ପାରଦ ୩୮.୧ ଡିଗ୍ରୀ ଟପିନଥିଲା । କେବଳ ୨୦୧୬ରେ କଟକରେ ଫେବ୍ରୁଆରୀ ତାପମାତ୍ରା ୩୮ ଡିଗ୍ରୀ ପାର୍‌ କରିଛି । ଅନ୍ୟ ସହର ଭିତରେ ଅନୁଗୁଳ ୩୮.୯, ବାରିପଦା ୩୮.୬, ତାଳଚେର ୩୮, ଟିଟିଲାଗଡ଼ ୩୮, ନୟାଗଡ଼ ୩୮ ଡିଗ୍ରୀ ରେକର୍ଡ ହୋଇଛି ।

ସମ୍ବନ୍ଧିତ ଖବର