PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଏଥର ଆଗୁଆ: ୨୪ ଘଣ୍ଟାରେ କେରଳକୁ ଛୁଇଁପାରେ ମୌସୁମୀ, କୋମୋରିନ ସାଗର ତଟ ଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି

naidunia

ନୂଆଦିଲ୍ଲୀ,୩୦/୦୫: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ-ତାମିଲନାଡୁର ଅତି ନିକଟରେ ପହଞ୍ଚି ଗଲାଣି । ମୌସୁମୀର ଉତ୍ତର ଭାଗ ବର୍ତ୍ତମାନ ସମୟରେ କୋମୋରିନ ସାଗର ତଟଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି । ତେଣୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା କେରଳ ଛୁଇଁପାରେ ବୋଲି ଆଶା କରାଯାଉଛି ।

ମୌସୁମୀ କେରଳ ଛୁଇଁବାର ଅବ୍ୟବହିତ ପୂର୍ବରୁ କିଛି ମାପକ ବା ଆଭାସ ଦେଖିବାକୁ ମିଳିଥାଏ । ବର୍ଷା, ପବନ ଓ ବିକିରଣ ଆଦି ଅନେକ ମାପକ ପୂରା କରିବା ପରେ ମୌସୁମୀ କେରଳ ପହଞ୍ଚିଲା ବୋଲି ସ୍ପଷ୍ଟ କରାଯାଏ । ମୌସୁମୀ ପ୍ରଥମେ କେରଳର ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଥାଏ, ସେଠାରେ ଇତିମଧ୍ୟରେ ବର୍ଷା ହୋଇଯାଇଛି । ଏହାର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି । ତେଣୁ ମୌସୁମୀ ଆଉ ବେଶି ଦୂରରେ ନାହିଁ ବୋଲି ଅନୁମାନ କରାଯାଉଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକର ୧୪ ପାଣିପାଗ କେନ୍ଦ୍ର ମଧ୍ୟରୁ ୬୦% କେନ୍ଦ୍ରରେ ମେ ୧୦ ତାରିଖ ପରେ ଯଦି ଲଗାତର ଦୁଇଦିନ ପର୍ଯ୍ୟନ୍ତ ୨.୫ ମିମି କିମ୍ବା ଅଧିକ ବର୍ଷା ରେକର୍ଡ କରାଯାଏ, ତେବେ ମୌସୁମୀରଆଗମନ ଶୀଘ୍ର ବୋଲି ଧରିନିଆଯାଏ । ଏହି ଆଧାରରେ କେରଳ ଓ କର୍ଣ୍ଣାଟକର ତଟୀୟ ଅଞ୍ଚଳ ଓ ଲାକ୍ଷାଦ୍ୱୀପରେ ବର୍ଷା ହୋଇସାରିଛି । ଏବେ ପବନ ଓ ବିକିରଣ ମାପକ ଉପରେ ପାଣିପାଗ ବିଭାଗ ନଜର ରଖିଛି ।

ଉଲ୍ଲେଖଥାଉ କି, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ମୌସୁମୀ ବାୟୁ ମେ ୨୧ ତାରିଖରେ ପହଞ୍ଚି ସାରିଛି । ଏହାପରେ ଧୀର ଗତିରେ ଏହା ପଶ୍ଚିମ-ଉତ୍ତର ଦିଗରେ ଆଗକୁ ବଢୁଛି । ଜୁନ ୧ ତାରିଖରେ ମୌସୁମୀ ବାୟୁ ସାଧାରଣତଃ କେରଳ ଛୁଇଁଥାଏ । କିନ୍ତୁ ଏଥର ଏହା ମେ ୩୧ରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଲଗାଇଛି । ସେହିଭଳି ମେ ୩୦ରେ ଏହି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ସ୍କାଇମେଟ ଅନୁମାନ କରିଛି ।

ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବା ନେଇ ଅନୁମାନ କରାଯାଉଛି । ସ୍କାଇମେଟ ମୁତାବକ ଭାରତରେ ଏ ବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହାରାହାରି ୯୦୭ ମିମି ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ସ୍ୱାଭାବିକ ହେଲେ ସାରା ଭାରତରେ ଏହି ୪ ମାସରେ ହାରାହାରି ୮୮୦.୬ ମିମି ବର୍ଷା ହୋଇଥାଏ ।