PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ଦେଶରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ପାରଦ ୪୦.୪ଂ ଟପିଲା: ଆହୁରି ୪ରୁ ୫ ଦିନ ଅସହ୍ୟ ତାତି

ଭୁବନେଶ୍ୱର,୦୭/୦୩: ରବିବାର ଜାରି ରହିବ ଭୀଷଣ ଗରମ । ନିର୍ଘାତ ଖରା ଛଟପଟ କରିବ । ତାତିର ଜ୍ୱାଳା ଅସହ୍ୟ ହୋଇପଡ଼ିବ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ । ପାରଦ ୩୯ ଡିଗ୍ରୀ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିପାରେ । ରବିବାର ଗରମ ସାଙ୍ଗକୁ ଭୟାନକ ଅତି ବାଇଗଣୀ ରଶ୍ମୀ (ୟୁଭି) ମାତ୍ରା ଅସ୍ତବ୍ୟସ୍ତ କରିବ। ୟୁଭି ମାତ୍ରା ୧୧ଟାରୁ ୧ଟା ପର୍ଯ୍ୟନ୍ତ ୮-୯ ରହିବ । ୟୁଭି ମାତ୍ରା ମଧ୍ୟାହ୍ନରେ ୯ ଛୁଇଁପାରେ । ଏହି ସମୟରେ ପଦାକୁ ବାହାରିବାବେଳେ ସତର୍କ ରହିବାକୁ ହେବ ।

ଶନିବାର ସକାଳ ୧୦ଟାରୁ ଅସମ୍ଭାଳ ଗରମ । ପଦାକୁ ବାହାରିଲେ ଗୋଡ଼େଇଲା ତାତି । ଗରମ ପବନରେ ଦେହ ହାତ ଯେମିତି ସିଝି ଯାଉଥିଲା । ଦିନ ୩ଟା ଯାଏଁ ଟାଏଁ ଟାଏଁ ଖରା ଛଟପଟ କରିଥିଲା ରାଜଧାନୀରେ । ପାରଦ ପୁଣି ଡେଇଁଯାଇଥିଲା ଉପରକୁ । ଛୁଇଁଥିଲା ୪୦.୪ ଡିଗ୍ରୀ ସେଲସିୟସ୍‌ । ଏହାସହ ଭୁବନେଶ୍ୱରରେ ଦେଶରେ ପୁଣି ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

୨୦୧୬ ପରେ ପ୍ରଥମ କରି ମାର୍ଚ୍ଚରେ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ଫେବ୍ରୁଆରୀ ଶେଷ ସପ୍ତାହରେ ଅସମ୍ଭାଳ ଗରମ ପରେ କିଛିଦିନ ହେବ ତାତି ସାମାନ୍ୟ କମିଥିଲା । ଆଜି କିନ୍ତୁ ତ୍ରାହି ମିଳିଲାନି ତାତି ମାଡ଼ରୁ ।ଶୁକ୍ରବାର ଭୁବନେଶ୍ୱର ତାପମାତ୍ରା ୩୮.୨ ଡିଗ୍ରୀ ଥିଲା । ଶନିବାର ଆହୁରି ୨.୨ ଡିଗ୍ରୀ ବଢିଛି । ଶନିବାର ଭୁବନେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରୀ ଅଧିକ ବଢ଼ିଯାଇଛି । ଏଥିରୁ ଅନୁମାନ କରାଯାଇପାରେ, ତାତିର ଜ୍ୱାଳା କିଭଳି ଅସ୍ୱସ୍ତିକର ଥିଲା । ଘର ଭିତରେ ବି ଗରମ ଅସହ୍ୟ ହୋଇପଡ଼ିଥିଲା। ମାର୍ଚ୍ଚ ପ୍ରଥମ ସପ୍ତାହରେ ଏଭଳି ଗରମ ପରେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ ।

ପାଣିପାଗ ବିଭାଗ ସୂଚାଇ ଦେଇଛି, ତାତି ଏବେ ଖସିବନି । ଆସନ୍ତା ୪/୫ ଦିନ ଏଭଳି ଗରମ ଲାଗି ରହିବ । ରବିବାର ବି ଭୁବନେଶ୍ୱର ତାତି ୩୯ ଡିଗ୍ରୀ ଉପରେ ରହିପାରେ ।

ରାଜଧାନୀ ସମେତ ୩ଟି ସହରର ତାତି ଶନିବାର ୩୮ଡିଗ୍ରୀ ଉପରେ ରହିଥିଲା । ତାଳଚେରର ତାପମାତ୍ରା ୩୮.୭ ଡିଗ୍ରୀ ଓ ମାଲକାନଗିରିର ୩୮.୫ ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳରେ ତାପମାତ୍ରା ୩୭.୭, ଚାନ୍ଦବାଲିରେ ୩୭.୫, ବଲାଙ୍ଗୀରରେ ୩୭, ବାରିପଦାରେ ୩୭, ଝାରସୁଗୁଡାରେ ୩୬.୬, ସମ୍ବଲପୁରରେ ୩୬.୮, ହୀରାକୁଦରେ ୩୬.୭, ଭବାନୀପାଟଣାରେ ୩୬.୫, ଫୁଲବାଣୀରେ ୩୬, ଟିଟିଲାଗଡରେ ୩୭, ନୟାଗଡରେ ୩୭, ବୌଦ୍ଧରେ ୩୬.୫, ସୋନପୁରରେ ତାପମାତ୍ରା ୩୬ଡିଗ୍ରୀ ରହିଛି ।

ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଗରମ ସାଙ୍ଗକୁ ଗୁଳୁଗୁଳି ହୋଇଥିଲା । ବୌଦ୍ଧରେ ଆର୍ଦ୍ରତା ସ୍ତର ୮୩ ରହିଥିଲା । ପାରାଦୀପରେ ୮୩, ମାଲକାନଗିରିରେ ୮୬, ପୁରୀରେ ୭୯, ଗୋପାଳପୁରରେ ୭୫, ଛତ୍ରପୁରରେ ୬୪, ପାରଳାଖେମୁଣ୍ଡିରେ ୬୩ ରହିଛି । ଗୋଟିଏ ପଟେ ଏଭଳି ଗରମ ଜାରି ରହିଥିବାବେଳେ ଶୁକ୍ରବାର ରାତିରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ଥିଲା । ବଲାଙ୍ଗିରରେ ୧୪, କୋରାପୁଟରେ ୧୫, ବୌଦ୍ଧର ୧୫, ରାୟଗଡାରେ ୧୬.୫, ଝାରସୁଗୁଡାରେ ୧୬.୨ ଡିଗ୍ରୀ ରହିଥିଲା । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।