PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||
  • ଫ୍ରାନ୍ସ: ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଓଲିଭର ଡାସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
  • ||
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ଏଣିକି ପାଗ ବଦଳିବା ସହ ବଢ଼ିବ ତାପମାତ୍ରା; ଦୁଇଦିନ ପରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବ

ଭୁବନେଶ୍ୱର,୨୩/୦୨: ପାଗ ବଦଳିବା ସହ ରାଜ୍ୟରେ କ୍ରମଶଃ ଦିନ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି।ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । କଟକରେ ବି ପାରଦ ୩୫ ଡେଇଁଛି । ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଏଣିକି ଦିନ ତାପମାତ୍ରା ଅଧିକ ରହିବ । ଆସନ୍ତା ଦୁଇଦିନ ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବ । ବର୍ତ୍ତମାନ ପାଗ ଶୁଖିଲା ଓ ଖରାଟିଆ ରହିବ । ମଙ୍ଗଳବାର ସକାଳେ ଭଦ୍ରକ,କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳରେ କୁହୁଡ଼ି ହୋଇପାରେ । ଆକାଶ ମେଘମୁକ୍ତ ହେବା ପରେରାଜ୍ୟରେ ଖରା ପ୍ରକୋପ ବଢ଼ିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଅଚାନକ ଗରମ ଅନୁଭୂତ ହୋଇଛି । ଭୁବନେଶ୍ୱରରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ରହିଛି । ତେଣୁ ଅସ୍ୱାଭାବିକ ଗରମ ଅନୁଭୂତ ହୋଇଛି । ଗତବର୍ଷ ଫେବ୍ରୁଆରୀରେ ରାଜଧାନୀ ଦିନ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିନଥିଲା ।