୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୬/୧୦: ଫେରୁଛି ମୌସୁମୀ। ୨୪ ଘଣ୍ଟା  ଭିତରେ ଓଡିଶାରୁ ଫେରିଯିବ ମୌସୁମୀ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ଅସରାଏ ବର୍ଷା ହୋଇପାରେ । ତେବେ କୁମାର ପୂର୍ଣ୍ଣିମା ପରେ ଆଉ ଏକ ଲଘୁଚାପ ଆସିପାରେ। ଯାହାକି ପୁଣି ବର୍ଷା କରାଇବ। ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ଉତ୍ତର ଆରବ ସାଗର ଅଂଚଳ, ଝାଡଖଣ୍ଡ, ଛତିଶଗଡ, ମଧ୍ୟ ପ୍ରଦେଶ ଓ ଗୁଜରାଟ ରାଜ୍ୟର ବଳକା ସ୍ଥାନରୁ ମୌସୁମୀ ବାୟୁ ବାହୁଡିବା ନେଇ ପାଗ ଅନୁକୁଳ ରହିଛି । ଏହାସହ କେନ୍ଦ୍ରୀୟ ଆରବ ସାଗର, ଉତ୍ତର ମହାରାଷ୍ଟ୍ର, ଏବଂ ଓଡିଶାର ପଶ୍ଚିମ ଓ ଉତ୍ତର ଓଡିଶାରୁ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୂକୁଳ ରହିଛି ବୋଲି  ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେହିପରି କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକଙ୍କ  ଆକଳନ ଅନୁଯାୟୀ,  ଆସନ୍ତା ୩୧ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ବର୍ତ୍ତମାନ ସକ୍ରିୟ ଥିବା ସାଉତେଲ ବାତ୍ୟା ଭିଏତନାମରେ ଆସନ୍ତା ୨୯ ତାରିଖରେ ସ୍ଥଳଭାଗ ଛୁଇଁଲା ପରେ ତା’ର କିଛି ଅଂଶ ବିଶେଷ ବଙ୍ଗୋପସାଗରକୁ ଆସି ଲଘୁଚାପ କରିପାରେ। ଯଦି ସାଉତେଲ ସମୁଦ୍ର ଭିତରେ ଶୀଘ୍ର ଦୁର୍ବଳ ହେବ, ତେବେ ହୁଏତ ଆଣ୍ଡାମାନ ସାଗରରେ ୩ ଦିନ ଆଗରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।

   ସମ୍ବନ୍ଧିତ ଖବର


୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ପଞ୍ଜାବର ସମସ୍ତ ସହରରେ ପୁଣିଥରେ ଲାଗୁହେଲା ନାଇଟକର୍ଫ୍ୟୁ, ମାସ୍କ ନପିନ୍ଧିଲେ ଲାଗିବ ୧ହଜାର ଟଙ୍କାର ଜରିମାନା…