ନିର୍ବାଚନ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଟସ୍ ଜିତି ୟୁଗାଣ୍ଡାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଆଫଗାନିସ୍ତାନ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌, ଆଉ କିଛି ସମୟ ପରେ ଆରମ୍ଭ ହେବ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର,୧୧/୦୫: ଉତ୍ତର ଉପକୂଳ ଓଡ଼ିଶାରେ ବଢ଼ିବ କାଳବୈଶାଖୀ । ଶନିବାର ଉତ୍ତର ଉପକୂଳର ଅନେକ ସ୍ଥାନ ଓ ଦକ୍ଷିଣ ଉପକୂଳର ଅଳ୍ପ କିଛି ଜାଗାରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ବି ବର୍ଷା ସମ୍ଭାବନା  ଅଛି । 

ଶନିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ,  ମାଲକାନଗିରି, ରାୟଗଡ଼ାରେ କାଳବୈଶାଖୀ ସହ ୩୦ରୁ ୪୦ କିଲୋମିଟର ବେଗରେ  ପବନ ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା  ସମ୍ଭାବନା ଅଛି । ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା  ନେଇ ୱାର୍ଣ୍ଣିଂ ଜାରି ହୋଇଛି । ୧୫ ଓ ୧୬ରେ ବଡ଼ଧରଣର କାଳବୈଶାଖୀ ସମ୍ଭାବନା  କମ୍‌ । ତଥାପି କିଛି ଜାଗାରେ ବର୍ଷା ହେବ । ଆସନ୍ତା ୪-୫ ଦିନ ଯାଏଁ ଦିନ ତାପମାତ୍ରାରେ  ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।   

ଶୁକ୍ରବାର ନୂଆପଡ଼ାରେ ସର୍ବାଧିକ ତାପମାତ୍ରା  ୪୨.୨ ଡିଗ୍ରୀ ସେଲସିୟସ୍‌, ମାଲକାନଗିରି ୪୧.୫, ବଲାଙ୍ଗୀର ୪୦, ସମ୍ବଲପୁର ୩୯.୮,  ଭୁବନେଶ୍ୱର ୩୮.୨, ସୁନ୍ଦରଗଡ଼ ୩୮.୭, ହୀରାକୁଦ ୩୮.୯, ଭବାନୀପାଟଣା ୩୮.୮,  ସୋନପୁର ୩୯.୩, ବୌଦ୍ଧ ୩୮.୫, ଟିଟିଲାଗଡ଼ ୩୯ ଡିଗ୍ରୀ ସେଲସିୟସ୍‌ ଥିଲା ।  ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ପାରାଦୀପରେ ୧୭.୪ ମିଲିମିଟର, ଚାନ୍ଦବାଲିରେ ୧୪.୨,  ବାରିପଦାରେ ୧୦ ମିମି ବର୍ଷା ହୋଇଥିଲା । ସନ୍ଧ୍ୟାରେ ରାଜଧାନୀରେ ହାଲୁକା ବର୍ଷା ହୋଇଛି ।

  • PrameyaOdia
  • prameya
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.