PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

କିଲର୍‌ ମାଛ ଆଲର୍ଟ-ଛୋଟ ବିଷାକ୍ତ ଓ୍ୱିଭର୍‌ ମାଛ ଯୋଗୁଁ ହୋଇ ପାରେ ହାର୍ଟ ଆଟାକ୍‌, ସମୁଦ୍ରରେ ଗାଧୋଇବା ବେଳେ କରିଥାଏ ଆକ୍ରମଣ

ଲଣ୍ଡନ- ଛୋଟ ମାଛ ହେଲେ ଅତି ଭୟଙ୍କର । ଏହାର ଆକ୍ରମଣରେ ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ । ଏହି ଛୋଟ ବିଷାକ୍ତ ମାଛର ନାଁ ଓ୍ୱିଭର ଫିସ୍‌ । ଏହା ସମୁଦ୍ରର ବେଳାଭୂମି ନିକଟରେ ଲୁଚିକରିଥାଏ । ସମୁଦ୍ର ସ୍ନାନ ସମୟରେ ଲୋକଙ୍କୁ ଆକ୍ରମଣ କରିଥାଏ । ଏହି ମାଛର ମୁଣ୍ଡ ଶରୀର ତୁଳନାରେ ବଡ । ଏହି ମାଛର ଉପରି ଭାଗରେ ବଡ ବଡ କଣ୍ଟା ରହିଛି । ବେଳାଭୂମି ନିକଟରେ ଥିବା ବାଲି ପାଣି ମିଶା ସ୍ଥାନରେ ଲୁଚି କରିଥାଏ । ଏହା ଆକ୍ରମଣ କଲେ କଣ୍ଟାରେ ମଣିଷର ଶରୀର ଚିରି ହୋଇଯାଇଥାଏ । ଏଥିଯୋଗୁଁ ପ୍ରବଳ କଷ୍ଟ ହୋଇଥାଏ । ଏହାର ବିଷକ୍ରିୟା ଯୋଗୁଁ ମଣିଷର ହାର୍ଟ ଆଟାକ ହୋଇପାରେ ।

ଏହି ମାଛ ଦେଖିବା ପାଇଁ ବାଲି ରଙ୍ଗର । ସହଜରେ ଏହାର ରଙ୍ଗ ଜଣା ପଡେ ନାହିଁ । ବାଲି ଭିତରେ ବୁଡି ରହି ନିଜ ଶିକାରର ଅପେକ୍ଷାରେ ରହିଥାଏ । ଶିକାର ମିଳିବା ମାତ୍ରେ ତା ଉପରେ ଆକ୍ରମଣ କରିଥାଏ । ଶିକାରର ଶରୀରରେ ଏହା ଏକ ପ୍ରକାରର ବିଷ ପ୍ରୟୋଗ କରିଥାଏ । ଏହି ବିଷ ଓ୍ୱିଭର ମାଛର କଣ୍ଟାରେ ଥାଏ । ଏହି ବିଷ କ୍ରିୟା ଯୋଗୁଁ ଭୟଙ୍କର ଯନ୍ତ୍ରଣା ହୋଇଥାଏ ।

ଲୋକମାନେ ସମୁଦ୍ର ସ୍ନାନର ମଜା ନେଉଥିବା ବେଳେ ଏହା ସାଧାରଣତଃ ପାଦକୁ ଆକ୍ରମଣ କରିଥାଏ । ଏବେ ୟୁକେ ଗ୍ରୀଷ୍ମ ଋତୁ ଶେଷ ହେବା ପାଇଁଯାଉଛି ଏହଚି ସମୟରେ ବହୁ ଲୋକ ସମୁଦ୍ର ସ୍ନାନର ମଜା ନେଇଥାଆନ୍ତି । ମାତ୍ର କିଛି ଦିନ ଧରି ୟୁକେରେ ହାର୍ଟ ଆଟାକ୍‌ର ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା । କାରଣ ଖୋଜୁ ଖୋଜୁ ସମୁଦ୍ର ସ୍ନାନ ବେଳେ ଓ୍ୱିଭିର ଫିସ୍‌ ଆଟାକ୍‌ର ଶିକାର ହୋଇଥିବା ବ୍ୟକ୍ତିମାନେ ହାର୍ଟ ଆଟାକ୍‌ର ଶିକାର ହୋଇଥିବା ସ୍ପଷ୍ଟହୋଇଛି । ଏହା ଫଳରେ ପ୍ରବଳ ଯନ୍ତ୍ରଣା ହେବା ସହ ହୃଦ କ୍ରିୟା ଉପରେ ପ୍ରଭାବ ପକାଉଥିବା ସୂଚନା ମିଳିଥିଲା ।

ଏବେ ଲୋକମାନଙ୍କୁ ଓ୍ୱାଟର ପ୍ରୁଫ୍‌ ଜୋତା ପିନ୍ଧି ସମୁଦ୍ର ସ୍ନାନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଏହି ମାଛ ଆକ୍ରମଣ କରିଛି ବୋଲି ଭାବୁଛନ୍ତି ତେବେ ସେହି ସ୍ଥାନକୁ ସମୁଦ୍ରପାଣିରେ ତୁରନ୍ତ ଧୋଇ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଯଦି କଣ୍ଟା ଗଳିଥିବ ତେବେ ତୁରନ୍ତ ତାହାକୁ କାଢି ଦେବାକୁ କୁହାଯାଇଛି । ତେବେ ଖାଲି ହାତରେ ଏହାକୁ ନ ଧରିବା ପାଇଁ ପରାମର୍ଶ ଦିଆଯାଇଛି ।

ଉଷୁମ ପାଣିରେ ଖଣ୍ଡିଆ ହୋଇଥିବା ସ୍ଥାନକୁ ୩୦ ମିନିଟ୍‌ ବୁଡାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନହେଲେ ଉଷୁମ ଓଦା ଟାଓ୍ୱେଲ୍‌ ଗୁଡାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ମାତ୍ର କେତକ ଲୋକ ପରିଶ୍ରା, ଭିନିଗାର ଆଦି ଏହା ଉପରେ ବ୍ୟବହାର କରୁଥିବାରୁ ଏପରି ନକରିବା ପାଇଁ ପରାମର୍ଶ ଦିଆଯାଇଛି ।